କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ: ଆକ୍ରମଣ-ପ୍ରତିଆକ୍ରମଣ ଅଭିଯୋଗ, ୨ ମାମଲା ରୁଜୁ

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଲୋଚାପଡ଼ା ଚୈତନ୍ୟ ପ୍ରସାଦ ଗଁାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କୋଠ ଟଙ୍କା ଆୟବ୍ୟୟ ହିସାବକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଛି। କୋଠ ସମ୍ପତ୍ତି ଓ ଆୟବ୍ୟୟ ହିସାବ ତଦାରଖ କରୁଥିବା ରଘୁନାଥ ପାତ୍ରଙ୍କୁ ଗଁାର ପୂର୍ଣ୍ଣଚନ୍ଦ୍ର ପାତ୍ର ବାର୍ଷିକ ହିସାବ ମାଗିଥିଲେ। ମାତ୍ର ରଘୁନାଥ ଓ ତାଙ୍କ ଦୁଇ ପୁଅ ମିଶି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ମଧ୍ୟ ରଘୁନାଥଙ୍କୁ ପ୍ରତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ କେ. ନୂଆଗାଁ ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ମାମଲା (ନଂ.୬୯/୨୦ ଏବଂ ୭୦/୨୦) ରୁଜୁ ହୋଇଛି। ମଙ୍ଗଳବାର ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏମ. ଚକ୍ରପାଣି ପାତ୍ର ଏବଂ ବିଜୟ ପାତ୍ର ଆହାତ ହୋଇଥିଲେ। ବୁଧବାର ସନ୍ଧ୍ୟାରେ ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଅଭିଯୁକ୍ତଙ୍କ ନଁାରେ ମାମଲା ରୁଜୁ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ରୀତାଞ୍ଜଳୀ ନାୟକ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ

ପାରାଦୀପ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଶନିବାର ପ୍ରଥମ କରି କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ ହୋଇଛି। ସାରେ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରେ କଣ୍ଟେନର ବୋଝେଇ...

ଖାସି ମୁଣ୍ଡ ପାଇଁ ଜୀବନ ହାରିଲେ ମହିଳା

ପାଟଣା,୫।୫(ସ୍ବ.ପ୍ର.)- ଖାସି ମୁଣ୍ଡ କିଣି ନ ଆଣିବାରୁ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ...

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ...

ଅଲଗା ହେଲା ପରିବା ବଜାର

ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ...

ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ...

ଶାଗମାଛ ଦରରେ ଧାନ ବିକୁଛନ୍ତି ଚାଷୀ

ଗୋପବନ୍ଧୁ ନଗର,୧୮।୧୨(ଡି.ଏନ.ଏ): ଗୋପବନ୍ଧୁ ନଗର ବ୍ଲକ୍‌ ଆଦିବାସୀ ଅଧୂଷିତ ଅଞ୍ଚଳରେ ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। କୃଷି ମୁଖ୍ୟ ଓ ପ୍ରଧାନ ଜୀବିକା।...

ଜିଲାପରିଷଦ ପ୍ରାର୍ଥୀଙ୍କ ଗାଡ଼ିକୁ ଫୋପାଡ଼ିଲେ ପଥର

ବାଉଁଶୁଣୀ,୧୪।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ନିର୍ବାଚନୀ ହିଂସା ଥମିବାର ନା ନେଉନାହିଁ । ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବାରେ ଲାଗିଛି। ୪ନମ୍ବର...

ପୋଲିସ ଆଖିରେ ଧୂଳି ଦେଇ ଖସି ପଳାଉଥିଲା ଅଭିଯୁକ୍ତ: ଚଢିଗଲା ଟ୍ରକ

ରାୟଗଡା ଅଫିସ,୧୩।୭-ପୋଲିସ ଆଖିରେ ଧୂଳି ଦେଇ ଥାନା ସମ୍ମୁଖରୁ ଖସି ଯିବାକୁ ଜଣେ ଅଭିଯୁକ୍ତ ଚେଷ୍ଟା କରୁଥିବାବେଳେ ତାଙ୍କ ଉପରେ ଟ୍ରକ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ...

Advertisement
Archives

Model This Week