କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ କର୍କଟ। ହେଲେ ସେ ମାନିଲେନି ହାର୍‌। ଜୀବନ ମରଣ ଦୋଛକିରେ ଛିଡ଼ା ହୋଇ ରୋଗଣା ଦେହରେ ସେ ସମ୍ଭାଳିଲେ ବ୍ୟବସାୟ। ଦୀର୍ଘ ୩ବର୍ଷର ସଂଘର୍ଷ ପରେ ହାର୍‌ମାନିଲା ରୋଗ। ଆଉ ସେତେବେଳକୁ ସାଧାରଣ କେକ୍‌ ଦୋକାନ ବଦଳିଯାଇଥିଲା ଫ୍ୟାକ୍ଟ୍ରିରେ। ନିଷ୍ଠା, ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଥିବା ଏହି କ୍ୟାନ୍‌ସର ବିଜୟିନୀ ମହିଳା ଜଣକ ହେଲେ ଯଶମିନ୍‌ ଲୁଲା।
ଇନ୍ଦୋରରେ ରୁହନ୍ତି ୪୦ବର୍ଷୀୟା ଯଶମିନ୍‌। ନିଜ ଉଦ୍ୟମରେ କିଛି କରିବା ଆଶା ନେଇ ୬ବର୍ଷ ତଳେ ସେ ଆରମ୍ଭ କରିଥିଲେ ଏକ ବେକେରି ହାଉସ୍‌। ସବୁ ଠିକ୍‌ ଠାକ୍‌ ଚାଲିଥିବାବେଳେ ହଠାତ୍‌ ଯଶମିନ୍‌ ସ୍ତନ କର୍କଟର ଶିକାର ହୋଇଥିବା ଜଣାପଡ଼ିଥିଲା। ବ୍ୟବସାୟ ବଢୁଥିବାବେଳେ ଏହା ଥିଲା ତାଙ୍କ ପ୍ରତି ଶକ୍ତ ଧକ୍କା। ଏସବୁ ଭିତରେ ଦେଖାଗଲା ଆଶାର ଆଲୋକ। ରୋଗ ପ୍ରଥମରୁ ଜଣାପଡ଼ିଗଲା ତାଙ୍କର ଆରୋଗ୍ୟ ହେବାର ସମ୍ଭାବନା ବେଶି । ତଥାପି ପ୍ରଥମେ ପ୍ରଥମେ କ୍ୟାନ୍‌ସରକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଯଶମିନ୍‌। ସେ ଅନୁଭବ କଲେ ତାଙ୍କ ଜୀବନ ଶେଷ ହୋଇଯାଇଛି। ହେଲେ ପରିବାର ଲୋକଙ୍କ ଅକୁଣ୍ଠ ସହଯୋଗ, ସହକର୍ମୀଙ୍କ ଭଲପାଇବା ତାଙ୍କୁ କ୍ୟାନସର ସହ ଲଢ଼ିବାକୁ ଯୋଗାଇଲା ପ୍ରେରଣା।
ନିଜର ଅଙ୍ଗେନିଭା ସଂଘର୍ଷମୟ ଜୀବନ କାହାଣୀ ସମ୍ପର୍କରେ ଯଶମିନ୍‌ କୁହନ୍ତି, କର୍କଟ ଆକ୍ରାନ୍ତ ଜଣାପଡ଼ିବା ସତ୍ତ୍ୱେ ସେ କେକ୍‌ ତିଆରି କାର୍ଯ୍ୟରୁ ନିଜକୁ ଦୂରେଇ ନ ଥିଲେ। ପରିବାର ଲୋକ କାଳେ ଭାଙ୍ଗିପଡ଼ିବେ ସେଥିଲାଗି ସେ ରୋଗ ବିଷୟରେ ବେଶି କିଛି ଆଲୋଚନା କରୁ ନ ଥିଲେ। ପ୍ରଥମ କେମୋଥେରାପି ଆଶାଜନକ ଶାନ୍ତି ଦେଇପାରିଲାନି। ଦ୍ୱିତୀୟ କେମୋଥେରାପି ବେଳେ ସେ ହାଡ଼ଫୁଟିରେ ଆକ୍ରାନ୍ତ ହେଲେ। ଏପରି ଯନ୍ତ୍ରଣାଦାୟକ ସମୟରେ ସ୍ବାମୀ, ସାଙ୍ଗସାଥୀ ହିଁ କାମରେ ଆସିଲେ। ଯେତେବେଳେ ଡାକ୍ତର ଘରୁ ବାହାରିବାକୁ ମନା କରିଦେଲେ, ସେତେବେଳେ ଅଷ୍ଟ୍ରେଲିଆର ଏକ ସ୍କୁଲରୁ ଅନ୍‌ଲାଇନରେ କେକେରି କୋର୍ସ ଶିଖିଲେ। ସିସି ଟିଭି କ୍ୟାମେରା ଲଗାଇ ଘରୁ ଫ୍ୟାକ୍ଟ୍ରି ପରିଚଳାନା କରିବା ଆରମ୍ଭ କଲେ। ୩ୟ କେମୋ ଥେରାପି ପରେ ତାଙ୍କ ଆତ୍ମବିଶ୍ୱାସ ଯଥେଷ୍ଟ ବଢ଼ିଗଲା। ଏହା ପରଦିନ ସେ କାମରେ ଯୋଗଦେଲେ। ଏହି ସମୟ ମଧ୍ୟରେ ସେ ଆହୁରି ୩୧ଟି କେମୋଥେରାପି ନେଇଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ୩ ବର୍ଷ ସମୟ ଲାଗିଗଲା। ରୋଗ ଆରୋଗ୍ୟ ହେବା ବେଳକୁ ସେ ସଫଳତାର ମାଇଲଖୁଣ୍ଟ ଛୁଇଁ ସାରିଥିଲେ। ପ୍ରଥମେ ତାଙ୍କ କମ୍ପାନୀରେ ମାତ୍ର ୪ ପ୍ରକାର କେକ୍‌ କରାଯାଉଥିଲା। ଏବେ ୨୫୦ ପ୍ରକାର ହେଉଛି। ୧୦୦ ଜଣ କର୍ମଚାରୀ କାମ କରୁଛନ୍ତି। ଅନ୍‌ଲାଇନ୍‌ରେ ମଧ୍ୟ ବ୍ରାଣ୍ଡିଂ କରୁଛି ତାଙ୍କ ହାତତିଆରି କେକ୍‌। ଏବେ ବାର୍ଷିକ ୧୦ କୋଟି ଟଙ୍କାର ବ୍ୟବସାୟ ହେଉଥିବା ଯଶମିନ୍‌ କହିଛନ୍ତି।
କ୍ୟାନ୍‌ସର ରୋଗ ସମ୍ପର୍କରେ ଯଶମିନ୍‌ କୁହନ୍ତି, କର୍କଟ ରୋଗ ଚିକିତ୍ସା ବହୁତ କଷ୍ଟକର। ଏହାକୁ ସହି ନ ପାରି ଅଧିକାଂଶ ରୋଗୀ ଅଧା ଚିକିତ୍ସାରୁ ପଳାଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ରୋଗୀ କେବେ ହେଲେ ନିଜକୁ ଏକଲା ଭାବିବା ଅନୁଚିତ। ରୋଗ ଜଣାପଡ଼ିଲେ ମନୋବଳ ଦୃଢ଼ କରିବା ସହ ଖେଳକୁଦ ଓ ବ୍ୟାୟାମ କରିବା ଜରୁରୀ। ନିଜକୁ ଏବଂ ନିଜ ପରିବାର ଲୋକଙ୍କୁ ଭଲ ପାଇବା ଆବଶ୍ୟକ। ନିଜକୁ ଭଲପାଇଲେ ଯେତେବଡ଼ ଦୁରାରୋଗ୍ୟ ହେଲେ ବି ହାର୍‌ମାନିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?