Posted inଜାତୀୟ

କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୧୦

ଜୟପୁର,୫।୧: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ ହସ୍ପିଟାଲରେ ରବିବାର ସକାଳ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ଶନିବାର ଏହି ଘଟଣାର ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ଟିମ୍‌ କୋଟା ହସ୍ପିଟାଲରେ ପହଞ୍ଚିଥିବା ବେଳେ ପୁଣିଥରେ ରବିବାର ଶିଶୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ନ ପଡିଥିବା ବେଳେ ଅତ୍ୟଧିକ ଥଣ୍ଡା ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି। ପୁଣି ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ଉପକରଣ ନ ଥିବା, ଅପରିଷ୍କାର ପରିବେଶ ପାଇଁ ମଧ୍ୟ ଶିଶୁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ମଧ୍ୟ କୁହାଯାଉଛି। ହେଲେ ଏହା ପଛର ଅସଲ କାରଣ ଏପର୍ଯ୍ୟନ୍ତ ଜଣାପଡୁ ନାହିଁ। କେବଳ କୋଟା ନୁହେଁ ରାଜସ୍ଥାନର ଅନ୍ୟ କିଛି ହସ୍ପିଟାଲରେ ମଧ୍ୟ ଶିଶୁ ମୃତ୍ୟୁ ଘଟଣା ବଢୁଛି ବୋଲି ଆଲୋଚନା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା

ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ।...

ନେହେରୁ-ରାଜୀବଙ୍କ ଭଳି ମୋଦି ଜଣେ ଆକର୍ଷଣୀୟ ନେତା: ରଜନୀକାନ୍ତ

ଚେନ୍ନାଇ,୨୮।୫: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ସେ ମୋଦିଙ୍କୁ ଜବାହରଲାଲ...

ଟ୍ରାଫିକ୍‌ ନିୟମ ବୁଝାଉଥିବା ‘ଡ୍ୟାନ୍ସିଂ ଗର୍ଲ’ଙ୍କ ଭିଡିଓ ଭାଇରାଲ

ଇନ୍ଦୋର, ୧୯।୧୧: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ...

କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ

ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା...

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ସର୍ବଦା ରହିଛି ନୂତନତ୍ୱ: ନଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରକୁ ସୋମବାର ୮ ବର୍ଷ ପୂରଣ ହୋଇଛି। ମେ ୩୦ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି...

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର...

ସ୍ଫୁଟନିକ୍‌ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ...

ବେଦିରେ ବର ଆଗରେ କନ୍ୟା ମୁଣ୍ଡରେ ସିନ୍ଦୁର ଦେଲା ପ୍ରେମିକ

ଲକ୍ଷ୍ନୌ,୭।୧୨: ବେଳେବେଳେ ଜୀବନରେ ଏମିତି ଘଟଣା ଘଟେ, ଯାହା ଫିଲ୍ମର ଦୃଶ୍ୟକୁ ପଛରେ ପକାଇ ଦିଏ। ସେଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁରରେ। ଏଠାରେ...

Advertisement
Archives

Model This Week