କେବଳ ପ୍ରଚାରରେ ସଫଳତା

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର ୨୦୧୬ ମେ ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁଓ୍ବାଇ)ର ଶୁଭାରମ୍ଭ କରିଥିଲେ। ଏହା ପରଠାରୁ ଦେଶର ସବୁଆଡ଼େ ଏହି ଯୋଜନାର ବ୍ୟାପକ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କେନ୍ଦ୍ରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ବୋଲି ଡିଣ୍ଡିମ ମଧ୍ୟ ପିଟାଯାଉଛି। ରାଜ୍ୟର ଯେଉଁ ଅଞ୍ଚଳକୁ ଗଲେ କରଦାତାଙ୍କ ଟିକସ ଅର୍ଥକୁ ବିପୁଳ ପରିମାଣରେ ଖର୍ଚ୍ଚ କରାଯାଇ ରାସ୍ତା କଡ଼ରେ ବଡ଼ ବଡ଼ ରଙ୍ଗିନ୍‌ ହୋର୍ଡିଂ ମରାଯାଇ ଏହି ଯୋଜନାର ପ୍ରଚାର ପ୍ରସାର ଚାଲିଛି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଦେଶର ୮ କୋଟି ଘରେ ଉଜ୍ଜ୍ୱଳା ଯୋଜନା ପହଞ୍ଚି ସାରିଥିବା କୁହାଗଲାଣି। ଓଡ଼ିଶାର କେତେଗୁଡ଼ିଏ ଗ୍ୟାସ ଏଜେନ୍ସିଠାରୁ ବୁଝିବା ପରେ ଜଣାପଡିଛି, ପ୍ରାୟ ୨ ମାସ ତଳୁ ଏହି ଯୋଜନାରେ ହିତାଧିକାରୀ ଚୟନ ବନ୍ଦ କରିଦିଆଯାଇଛି। ଏଥିପାଇଁ ଯେଉଁ ସଫ୍ଟଓ୍ବେୟାର କାର୍ଯ୍ୟ କରୁଥିଲା ତାହା ମଧ୍ୟ ଆଉ ଖୋଲୁନାହିଁ। ହେଲେ କେନ୍ଦ୍ରର ପେଟ୍ରୋଲିୟମ ମନ୍ତ୍ରଣାଳୟ ଯେଉଁ ସଫଳତାକୁ ଧରି ଡିଣ୍ଡିମ ପିଟୁଛନ୍ତି ତା’ର ବାସ୍ତବ ସଫଳତା ସମ୍ପୂର୍ଣ୍ଣ ଓଲଟା। ଉଜ୍ଜ୍ୱଳା ଭାଜପାର ରାଜନୈତିକ ସଫଳତାର ମୁଖ୍ୟ ଅସ୍ତ୍ର ବୋଲି ଅନେକ ସମୟରେ ଲକ୍ଷ୍ୟ କରାଯାଉଛି। ଓଡ଼ିଶାରେ ତୈଳ ମନ୍ତ୍ରଣାଳୟର ପ୍ରମୁଖ ଯୋଜନାକୁ ପ୍ରକୃତରେ ସମ୍ପୂର୍ଣ୍ଣ ସଫଳ କରାଯାଇ ପାରୁନାହିଁ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏବେ ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ। କେନ୍ଦ୍ର ସରକାର କିନ୍ତୁ ସବୁ ମା’ମାନଙ୍କୁ ଧୂଆଁରୁ ମୁକ୍ତି ଦେଇଥିବା କଥା ଦୋହରାଇ ଚାଲିଛନ୍ତି। ଅନ୍ୟପଟେ ଏଲ୍‌ପିଜି (ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌) ଡିଜିଏମ୍‌ ଧର୍ମେନ୍ଦ୍ର ବେଉରା କହିଛନ୍ତି, ୮କୋଟି ଲୋକଙ୍କୁ ଏହି ଯୋଜନାରେ ଗ୍ୟାସ୍‌ ଦେବାର ଥିଲା, ତାହା ଶେଷ ହୋଇଯାଇଛି। ଏବେ ଦେବା ନ ଦେବା କଥା ଉଠୁନାହିଁ। ବହୁତ ଲୋକ ରିଫିଲିଂ କରୁଛନ୍ତି, ଅନେକ ମଧ୍ୟ କରୁନାହାନ୍ତି। ଯେଉଁମାନେ ରିଫିଲିଂ କରୁନାହାନ୍ତି, ୬ ମାସ ହେଲା ସେମାନଙ୍କୁ ଯୋଗାଯୋଗ କରି ବୁଝାଯାଉଛି ବୋଲି ବେଉରା କହିଛନ୍ତି।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ଭାଜପା ମୁଖ୍ୟାଳୟଠାରୁ ମାତ୍ର ୫୦୦ରୁ ୧ କିମି ଦୂରରେ ଥିବା୩୫ ଓ୍ବାର୍ଡର ମଙ୍ଗଳା ବସ୍ତିରେ ରହୁଥିବା କୁନି ଦାସ ଏବେ ମଧ୍ୟ କାଠଚୁଲି ଉପରେ ନିର୍ଭରଶୀଳ। କୁନିଙ୍କ କହିବା କଥା, ଉଜ୍ଜ୍ୱଳା ଯୋଜନାରେ ସାମିଲ ହେବା ସକାଶେ ସମସ୍ତ କାଗଜପତ୍ର ଦେଇସାରିଥିଲେ ସୁଦ୍ଧା ତାଙ୍କୁ ଗ୍ୟାସ୍‌ ମିଳୁନାହିଁ। କାଠ କିଣିବା ସାଙ୍ଗକୁ ଇଆଡୁ ସିଆଡୁ ଜାଳ ସଂଗ୍ରହ କରି ରୋଷେଇ କରୁଛୁ ବୋଲି କୁନି କହିଛନ୍ତି। କେବଳ ସିଏ ନୁହନ୍ତି, ତାଙ୍କ ଭଳି ଆହୁରି ଅନେକ ପରିବାର ବର୍ତ୍ତମାନ ମଧ୍ୟ ଉଜ୍ଜ୍ୱଳା ସଂଯୋଗ ପାଇନାହାନ୍ତି ବୋଲି ସେ ଯୁକ୍ତି ବାଢିଛନ୍ତି। ରାଜଧାନୀରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଧରିତ୍ରୀ ପକ୍ଷରୁ କେତେଗୁଡ଼ିଏ ବ୍ଲକ ଗସ୍ତ କରି ଉଜ୍ଜ୍ୱଳା ସଫଳତାର ବାସ୍ତବ ରୂପ ପରଖାଯାଇଛି।
ପୁରୀ ଜିଲା ଗୋପ ବ୍ଲକ ଅଫିସ୍‌ର ପଛପଟେ ବଢ଼େଇସାହିର ରାଶନକାର୍ଡ ଉପଭୋକ୍ତା ମଣି ନାୟକ ଉଜ୍ଜ୍ୱଳା ଯୋଜନା କ’ଣ ତାହା ଠିକ୍‌ରେ ଜାଣିନାହାନ୍ତି। ଏବେ ମଧ୍ୟ ମଣି କାଠଚୁଲି ଉପରେ ନିର୍ଭରଶୀଳ। ସେ କହିଛନ୍ତି, ଦୈନିକ ବାଡ଼ି ବଗିଚାରୁ କାଠ ସଂଗ୍ରହ କରି ରୋଷେଇ କରିଥାଆନ୍ତି। କେବଳ ସେ ନୁହନ୍ତି, ସେହି ଅଞ୍ଚଳର ଅଧିକାଂଶ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଏ ପର୍ଯ୍ୟନ୍ତ ହୋଇନାହିଁ। ଉଜ୍ଜ୍ୱଳା ସଂଯୋଗ ପାଇଁ କାଗଜପତ୍ର ଏବଂ ବ୍ୟବସ୍ଥା ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି। ଅନ୍ୟପଟେ ସେହି ସାହିର ରଞ୍ଜନା ମହାରଣାଙ୍କ ଘରେ ପହଞ୍ଚତ୍ବା ସମୟରେ ସେ ଚୁଲିରେ ରୋଷେଇ କରୁଥାଆନ୍ତି। ଚାରିଆଡ଼ ଧୂଆଁମୟ ଦେଖାଯାଉଥିଲା। ତାଙ୍କୁ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ରର ସେମିତି କିଛି ଯୋଜନା ତାଙ୍କ ନିକଟରେ ପହଞ୍ଚିନି। ଆଗରୁ ଯେମିତି କାଠଚୁଲିରେ ରୋଷେଇ କରୁଥିଲେ, ବର୍ତ୍ତମାନ ମଧ୍ୟ ତାଙ୍କର ସମାନସ୍ଥିତି। ସେହିଭଳି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଆଳିସ ଗାଁର ରାଶନକାର୍ଡ ଉପଭୋକ୍ତା ବୁରେଇ ସାହୁଙ୍କ ଦଶା ମଧ୍ୟ ସମାନ। ଉଜ୍ଜ୍ୱଳା ବୋଲି କିଛି ଯୋଜନା ଅଛି ସେକଥା ତାଙ୍କୁ ଭଲରେ ଜଣାନାହିଁ। ଘରେ ଗ୍ୟାସ କି ଷ୍ଟୋଭ କିଛିନାହିଁ। ରୋଷେଇ ପାଇଁ ଚୁଲି ଉପରେ ସେ ନିର୍ଭରଶୀଳ। ଏଭଳି ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ମହିଳା ଉଜ୍ଜ୍ୱଳାରୁ ବଞ୍ଚିତ ଅଛନ୍ତି।
ଏହା କେବଳ ଯୋଗ୍ୟ ହିତାଧିକାରୀଙ୍କ ଉଜ୍ଜ୍ୱଳା ସମ୍ପର୍କରେ ଥିବା ଅଜ୍ଞତାର ଏକ ପ୍ରମାଣ ଥିଲା। ଉକ୍ତ ଯୋଜନାରେ ଗରିବ ହିତାଧିକାରୀ ମହିଳାଙ୍କୁ ମାଗଣାରେ ଗ୍ୟାସ୍‌ ଦିଆଯାଉଥିବା ପ୍ରଚାର କରାଯାଉଛି। ଜଣେ ଡିଲର ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବାସ୍ତବରେ ପ୍ରଥମେ ଉଜ୍ଜ୍ୱଳା ଗ୍ୟାସ ମାଗଣାରେ ଦେଇ ଦେବା ପରେ ଧୀରେ ଧୀରେ ଗରିବଙ୍କ ପକେଟରୁ ଟଙ୍କା ନିଆଯାଉଛି। ଜଣେ ସାଧାରଣ ଲୋକଙ୍କୁ ଏଲ୍‌ପିଜି ସଂଯୋଗ ପାଇଁ ୧୬୫୦ ଟଙ୍କା ପ୍ରଥମେ ଦେବାକୁ ପଡୁଛି। ମାତ୍ର ଉଜ୍ଜ୍ୱଳା ହିତାଧିକାରୀଙ୍କଠାରୁ ପ୍ରଥମେ ସେହି ଟଙ୍କା ନିଆଯିବା ପରିବର୍ତ୍ତେ ଗ୍ୟାସ୍‌ ରିଫିଲିଂ ପରେ ସେମାନେ ଯେଉଁ ସବ୍‌ସିଡି ପାଇବା କଥା ସେଥିରୁ ୧୬୫୦ ଟଙ୍କା କାଟି ଦିଆଯାଉଛି ବୋଲି ସେ କହିଛନ୍ତି। ହେଲେ ଗରିବ ଖଟିଖିଆଙ୍କ ଟଙ୍କା କିପରି ଭଣ୍ଡେଇ ନିଆଯାଉଛି ତାହା ସେମାନଙ୍କୁ ଜଣାଯାଉ ନାହିଁ। ଏହି ସମୟରେ ଉକ୍ତ ଡିଲରଙ୍କ ନିକଟରେ ଉପସ୍ଥିତ ଜଣେ ଗ୍ରାହକ ଉଜ୍ଜ୍ୱଳାରେ କିପରି ମାଗଣାରେ ଗ୍ୟାସ ପାଇଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ କରୁଥିବା ହିତାଧିକାରୀଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଦ୍ୱିତୀୟ ଥର ରିଫିଲ୍‌ କରୁନାହାନ୍ତି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉଜ୍ଜ୍ୱଳା ସଂଯୋଗ ନେଇଥିବା କେତେଜଣ ହିତାଧିକାରୀଙ୍କୁ ରିଫିଲିଂ ବାବଦରେ ପଚାରିବାରୁ ପ୍ରକୃତ କଥା ଜଣାପଡିଛି। ଯାଜପୁର ଜିଲା କୋରେଇ ବ୍ଲକର ମିନତି ନାୟକ କହିଛନ୍ତି, ଗୋଟିଏ ଥର ଗ୍ୟାସ ସଂଯୋଗ ଆଣିବା ପରେ ଆଉ ଆଣିନାହୁଁ। ୮୦୦ ଟଙ୍କା ଦେଇ ଗ୍ୟାସ ସଂଯୋଗ ନେବା ସମ୍ଭବପର ନୁହେଁ। ଗ୍ୟାସ ଆଣିବା ଦିନଠାରୁ ସିଲିଣ୍ଡର ସେମିତି ଘରେ ପଡ଼ିରହିଛି ବୋଲି ସେ କହିଛନ୍ତି।
ଅନୁରୂପ ଭାବେ କୋରେଇ ବ୍ଲକ ଅଧୀନ ଖଇରା ପଞ୍ଚାୟତର ଉଜ୍ଜ୍ୱଳା ହିତାଧିକାରୀ ରାଜୁ ବାରିକ କହିଛନ୍ତି, ତାଙ୍କ ମା’ଙ୍କ ନାମରେ ଗ୍ୟାସ ସଂଯୋଗ ନେଇଥିଲେ। ମାତ୍ର ତା’ପରଠାରୁ ପ୍ରାୟ ବର୍ଷେ ହେବ ଆଉ ରିଫିଲିଂ କରାଇନାହାନ୍ତି। ଅନ୍ୟପଟେ ଜଣେ ଡିଲରଙ୍କ କହିବା କଥା, ଉଜ୍ଜ୍ୱଳାରେ ଗ୍ୟାସ ସଂଯୋଗ ତ ବହୁ ଲୋକ ନେଉଛନ୍ତି, ମାତ୍ର ରିଫିଲ ୫ରୁ ୧୦ ପ୍ରତିଶତ ଲୋକ କରୁଛନ୍ତି। ଯୋଜନାର ବିଫଳତାକୁ ଘୋଡ଼ାଇବା ପାଇଁ ତୈଳ କମ୍ପାନୀ ଅଧିକାରୀମାନେ ଅନେକ ସମୟରେ ଡିଲରମାନେ ଏହି ରିହାତି ଗ୍ୟାସ୍‌କୁ ହଡ଼ପ କରୁଛନ୍ତି ବୋଲି ଦାବି କରି ନିଜ ଉପରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏ ସମ୍ପର୍କରେ ଧରିତ୍ରୀ ତରଫରୁ ଯାଞ୍ଚ କରାଯାଇଥିବା ସତ୍ତ୍ୱେ ଡିଲରଙ୍କ ବିରୋଧରେ କୌଣସି ଉପଯୁକ୍ତ ପ୍ରମାଣ ମିଳିନାହିଁ। ଅନ୍ୟପଟେ ପ୍ରାୟ ୧ବର୍ଷ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇସି କାର୍ଯ୍ୟାଳୟରୁ ବିଭିନ୍ନ ଜିଲାର ମହିଳାମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଜ୍ଜ୍ୱଳାର ସଫଳତା ବିଷୟରେ ପଚାରି ବୁଝିଥିଲେ। ଉଜ୍ଜ୍ୱଳା ସଂଯୋଗ ଦ୍ୱାରା ମହିଳାମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସାଙ୍ଗକୁ ତାଙ୍କ ରୋଜଗାର ବଢ଼ିବ ବୋଲି କହିଥିଲେ। ଓଡ଼ିଶାର ପ୍ରାୟ ୧୮ ହଜାର ମହିଳାଙ୍କୁ ଏକତ୍ରିତ କରି ଉଜ୍ଜ୍ୱଳାରୁ ବାହାବା ଗୋଟାଇବାକୁ ସେ ଯଥାସାଧ୍ୟ ଉଦ୍ୟମ ମଧ୍ୟ କରିଥିଲେ। ଏହି ଯୋଜନାରେ କିପରି ମାଗଣାରେ ଗ୍ୟାସ ଗରିବଙ୍କୁ ଦିଆଯାଉଛି ଏବଂ କେତେ ହିତାଧିକାରୀ ସଂଯୋଗ ପାଇନାହାନ୍ତି ତା’ର ଉତ୍ତର କେନ୍ଦ୍ର ସରକାର ରଖନ୍ତୁ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଆଇଭି ବିରୋଧରେ ବୈଜ୍ଞାନିକଙ୍କ ବଡ଼ ସଫଳତା! ମାଙ୍କଡ଼ ଉପରେ ଚମକପ୍ରଦ ପରୀକ୍ଷା

ଓ୍ବାଂଶିଟନ୍‌, ୨୮।୧୦: ଏଡ୍‌ସ (ଏଚ୍‌ଆଇଭି) ସୃଷ୍ଟିକାରୀ ଭୂତାଣୁ ଶରୀରରେ ଲୁଚି ରହିବାର କ୍ଷମତା ରଖିଥାଏ। ଔଷଧ ଖାଇବା ବନ୍ଦ କରିଦେଲେ ଏହି ଲୁକ୍କାୟିତ ଭୂତାଣୁ ପୁନର୍ବାର ସକ୍ରିୟ…

ନଭେମ୍ୱର ପହିଲାରୁ ଚମକିବ ଭାଗ୍ୟ: ମହାଲକ୍ଷ୍ମୀ ରାଜଯୋଗରେ ମାଲାମାଲ୍‌ ହେବେ ୪ ରାଶି! ଘରକୁ ଆସିବ ଖୁସି ଖବର

କର୍କଟ ରାଶିରେ ମଙ୍ଗଳ ପୂର୍ୱରୁ ବିଦ୍ୟମାନ ଅଛନ୍ତି। କର୍କଟ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ ହେତୁ ଉଭୟ ଗ୍ରହଙ୍କର ଯୁତି ସୃଷ୍ଟି ହେବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଢିଯିବ LPG ଦର! ଏମାନଙ୍କୁ ଆଉ ମିଳିବନି ସିଲିଣ୍ଡର

ନୂଆଦିଲ୍‌ଲୀ,୨୮।୧୦: ଯଦି ଆପଣଙ୍କ ଘରେ ଏଲପିଜି (LPG) ସିଲିଣ୍ଡର ବ୍ୟବହାର ହୁଏ କିମ୍ୱା ଆପଣଙ୍କ ପାଖରେ ପିଏନଜି (PNG) ର ସଂଯୋଗ ଅଛି, ତେବେ ଏହି ଖବର…

ନିୟମରେ ବଡ଼ ପରିବର୍ତ୍ତନ! ମାତ୍ର ୧୫୦୦ ଟଙ୍କାରେ ମିଳିବ ବାର୍ଷିକ FASTag ପାସ୍‌, ଜାଣଣନ୍ତୁ କିପରି

ନୂଆଦିଲ୍ଲୀ,୨୮।୧୦(ପି.ଟି.): ଜାତୀୟ ରାଜପଥ (ଏନ୍‌ଏଚ୍‌) ଟୋଲ୍‌ ପ୍ଲାଜାର ୨୦ କିଲୋମିଟର ପରିସର ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ନୂଆ ବାର୍ଷିକ ରିହାତି…

ଅଭିଷେକଙ୍କ ‘ଝଡ଼’ ଦେଖି କଡ଼ା ବାର୍ତ୍ତା ଦେଲେ ଗୌତମ ଗମ୍ଭୀର: ମାତ୍ର ୨ଟି ଶବ୍ଦରେ କହିଲେ…

ନୂଆଦିଲ୍ଲୀ,୨୯।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ର ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ…

ବାତ୍ୟା ଅର୍ଣ୍ଣବ: ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ଼ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପବନ…

ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । କିଛି ସମୟ ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ ।…

୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?