କେବଳ ଖାଦ୍ୟକୁ ସ୍ବାଦିଷ୍ଟ ନୁହେଁ ବରଂ ଦୃଷ୍ଟି ଶକ୍ତିକୁ ବି ବଢ଼ାଇଥାଏ ଟୋମାଟୋ

ଆଜିକାଲି ଦୈନନ୍ଦିନ ଜୀବନରେ ଲୋକମାନେ କାର୍ଯ୍ୟବ୍ୟସ୍ତ ରହୁଥିବା ବେଳେ ଫିଟ୍‌ ରହିବା ଜରୁରୀ ହୋଇପଡ଼ିଛି। ଭଲ ସ୍ବାସ୍ଥ୍ୟ ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇଥାନ୍ତି। ହେଲେ ଭିନ୍ନ ଭିନ୍ନ ପନିପରିବା ଓ ଫଳର ନିଜର ସ୍ବତନ୍ତ୍ର ଉପକାରୀ ଗୁଣ ରହିଛି। ଖାଦ୍ୟରେ ସ୍ବାଦ ବଢ଼ାଉଥିବା ଟମାଟୋ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇବା ସହ ପ୍ରାୟ ୫ ପ୍ରକାରର କ୍ୟାନ୍‌ସରଠାରୁ ମଧ୍ୟ ଦୂରେଇ ରଖିଥାଏ। ନିକଟରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।
ଦୃଷ୍ଟି ଶକ୍ତି ବୃଦ୍ଧି: ନିୟମିତ ଭାବେ ଟମାଟୋ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ। କାରଣ ଏଥିରେ ଥିବା ଭିଟାମିନ-ଏ ଆଖି ପାଇଁ ଜରୁରୀ। ଏଥିସହ ଟମାଟୋରେ ଆଣ୍ଟି- ଅକ୍ସିଡାଣ୍ଟସ୍‌ ରହିଥିବାରୁ ଏହା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ହାର୍ଟକୁ ସୁସ୍ଥ ରଖେ: ଆଜିକାଲି ଖରାପ ଓ ବ୍ୟସ୍ତ ବହୁଳ ଲାଇଫଷ୍ଟାଇଲ ପାଇଁ ହାର୍ଟ ଆଟାକ ସମସ୍ୟା ଦେଖାଦେବା ସାଧାରଣ କଥା ହୋଇଗଲାଣି। ନିଜ ଦୈନନ୍ଦିନ ଖାଦ୍ୟରେ ଟମାଟୋକୁ ସାମିଲ କଲେ ଏହା ହାର୍ଟକୁ ସୁସ୍ଥ ରଖିଥାଏ। ଏକ ରିପୋର୍ଟ ଅନୁସାରେ ଯଦି ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଆପଣ ଟମାଟୋ ଖାଆନ୍ତି, ତେବେ ହାର୍ଟ ସମ୍ବନ୍ଧୀୟ ସମସ୍ତ ରୋଗ କମ୍‌ ହୋଇଥାଏ।
କ୍ୟାନସରରୁ ମୁକ୍ତି : ଟମାଟୋ ଖାଇବା ଦ୍ୱାରା ପ୍ରାୟ ୫ ପ୍ରକାରର କ୍ୟାନସରଠାରୁ ମୁକ୍ତି ମିଳିଥାଏ। ଯଥା ଲଙ୍ଗ୍ସ, ପ୍ରୋଷ୍ଟେଟ, ଓଭାରିୟନ, ବୋନ ଓ ଷ୍ଟୋମାକ କ୍ୟାନ୍‌ସର। ଟମାଟୋରେ କ୍ୟାନ୍‌ସର ପ୍ରତିରୋଧକାରୀ ଲାଇକୋପିନ ମିଳିଥାଏ। ଏହା ହାଇ ଇଣ୍ଟେକ କ୍ୟାନ୍‌ସରରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିଥାଏ।
ପାଚନ କ୍ରିୟା: ଅନିୟମିତ ଖାଦ୍ୟ ପାନୀୟ ଯୋଗୁ ବହୁ ଲୋକଙ୍କ ପାଚନ କ୍ରିୟା ସମସ୍ୟା ଦେଖାଦେଇଥାଏ। ଏଭଳି ଲୋକ ଟମାଟୋ ଖାଇଲେ ବହୁ ଲାଭ ମିଳିଥାଏ। ଏଥିରେ ଫାଇବର ଥିବାରୁ ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ଶିଶୁ ପାଇଁ ନ୍ୟୁମୋକୋକାଲ ଟିକା

  ଶିଶୁଟିଏ ଖାଲି ମାତାପିତାଙ୍କର ନୁହେଁ, ରାଷ୍ଟ୍ର ପାଇଁ ବି ଅମୂଲ୍ୟ ସମ୍ପଦ। ତା’ର ହସରେ ସଭିଙ୍କୁ ଦିଏ ଆନନ୍ଦ ଆଉ ତା’ ରୁଗ୍‌ଣତା ପାଲଟେ...

ମିଶ୍ରି ଖାଇଲେ ମିଳିବ ଏସବୁ ଉପକାର

ମିଶ୍ରିର ଅନେକ ଔଷଧିୟ ଗୁଣ ରହିଛି। ଏହା ଶର୍କରା ଜାତୀୟ ହୋଇଥିଲେ ମଧ୍ୟ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମିଶ୍ରି...

କରୋନା ଟିକା ନେବାପରେ ପିଅନ୍ତୁ ନାହିଁ ମଦ!

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯେଉଁମାନେ କୋଭିଡ-୧୯ ଭ୍ୟାକ୍ସିନ ବା ଟିକା ନେଉଛନ୍ତି ସେମାନେ ମଦ ପିଇବା ଉଚିତ ନୁହେଁ । କାରଣ ମଦ ଶରୀରର...

ପ୍ଲାଷ୍ଟିକ ଫୁଲରେ ଘର ସଜାଉଥିଲେ ସାବଧାନ ହୋଇପାରେ ଏମିତି କ୍ଷତି

ବର୍ତ୍ତମାନ ସମୟରେ ଲୋକେ ବିଳାସପୂର୍ଣ୍ଣ ଭାବରେ ଜୀବନ ବିତାଇବାକୁ ଚାହାନ୍ତି। ଏ ନେଇ ଚାକଚକ୍ୟ ଜୀବନଶୈଳୀ ଆପଣାଇଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ଘର ସାଜସଜା...

ଘରେ କରନ୍ତୁ କଫ୍‌ ଶିରପ୍‌

କାଶ ହେବା ସମୟରେ ବ୍ୟବହାର ହେଉଥିବା କଫ୍‌ ଶିରପ୍‌କୁ ଆପଣ ଘରେ ବି ତିଆରି କରିପାରିବେ। ଏଥିପାଇଁ ମୁଖ୍ୟତଃ ୪ଟି ଜିନିଷ ଆବଶ୍ୟକ ହୋଇଥାଏ। ଅଲିଭ୍‌...

ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ...

କେଉଁ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ତେବେ କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ...

Advertisement
Archives

Model This Week