Posted inଖେଳ

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଭୟେ କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ସ୍ପଟ୍‌ ଫିକ୍ସିଂ ପାଇଁ ଅର୍ଥ ନେଇଥିବା ଜଣାପଡ଼ିଛି। ବେଲାରି ଟସ୍କର୍ସ ଅଧିନାୟକ ତଥା ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ଗୌତମ ଓ କାଜିଙ୍କୁ ସହରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଗିରଫ କରିଛି। କେପିଏଲର ଗତ ଦୁଇ ସିଜନରେ ସ୍ପଟ୍‌ ଫିକ୍ସିଂ ହୋଇଥିବା ଅଭିଯୋଗର ସିସିବି ତଦନ୍ତ କରୁଛି। କେପିଏଲ ଫିକ୍ସିଂରେ ଜଡ଼ିତ ଥିବା ଦୁଇ ଖେଳାଳିଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ କମିଶନର ପୋଲିସ ସନ୍ଦୀପ ପାଟିଲ କହିଛନ୍ତି। ତଦନ୍ତ ପ୍ରକ୍ରିୟାରେ ଆହୁରି ଖେଳାଳିଙ୍କ ଗିରଫ କରାଯାଇପାରେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷିତ ଗୋଆ ଓ ମିଜୋରାମ ଦଳରେ ଉଭୟ ଖେଳାଳି ସ୍ଥାନ ପାଇଛନ୍ତି। ପୋଲିସ କହିବା ଅନୁଯାୟୀ, ଚଳିତବର୍ଷ ବେଲାରି ଟସ୍କର୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା କେପିଏଲ ଫାଇନାଲରେ ଦୁହେଁ ଧୀମା ବ୍ୟାଟିଂ କରିବା ଲାଗି ୨୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ। ହୁବଲି ଟାଇଗର୍ସ ୮ ରନ୍‌ରେ ଜିତି ଚାମ୍ପିୟନ ହୋଇଥିଲା। ଧୀମା ବ୍ୟାଟିଂ ଓ ଅନ୍ୟ କାରଣ ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ବେଙ୍ଗାଲୁରୁ ଦଳର ଖେଳାଳି ନିଶାନ୍ତ ସିଂ ଶେଖାଓ୍ବତଙ୍କ ସହ ଚଳିତ ସପ୍ତାହରେ ପଚାରଉଚରା ପରେ ଏହି ସବୁ ଗିରଫ କରାଯାଇଛି। ଗତ ୨୬ ତାରିଖରେ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ବୋଲିଂ କୋଚ୍‌ ଭିନୁ ପ୍ରସାଦ ଓ ବ୍ୟାଟ୍ସମ୍ୟାନ ବିଶ୍ୱନାଥନ ଗିରଫ ହୋଇଥିଲେ। ୩୩ ବର୍ଷୀୟ ଗୌତମ ଦିଲ୍ଲୀ ଡେୟାରଭେଡିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଆଇପିଏଲରେ ଖେଳିଛନ୍ତି। ସେହିଭଳି ୩୦ ବର୍ଷୀୟ କାଜି ୨୦୧୧ରେ ଆରସିବି ପାଇଁ ଖେଳିଥିଲେ। କିନ୍ତୁ ଛାପ ଛାଡ଼ିବାରେ ବିଫଳ ହୋଇଥିଲେ। ସେ ୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ସ୍କାଣ୍ଡାଲରେ ଜଡ଼ିତ ହେବାରେ ଗୌତମ ସବୁଠୁ ବଡ଼ ନାମ। ୯୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବା ସହ ସେ କର୍ନାଟକ ଦଳର ନିୟମିତ ସଦସ୍ୟ ଥିଲେ। ଚଳିତ ସିଜନରେ ସେ ଗୋଆ ପାଇଁ ଖେଳିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଅଲୋଡ଼ା ରହିଲେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ

ଚେନ୍ନାଇ, ୧୯।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଶେଷ ହୋଇସାରିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ୫୭ ଖେଳାଳିଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଥିଲାବେଳେ ଅଲୋଡ଼ା ହୋଇଯାଇଥିଲେ...

ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ...

୨୦୨୦ରେ ଏଫ୍‌ଆଇଏଚ୍‌ ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ଆରମ୍ଭ କରିବ

ଲଉସେନ,୧୪।୧୨(ପି.ଟି.)- ୨୦୨୦ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶୁକ୍ରବାର ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଆରମ୍ଭ କରିବ। ତେବେ ଏହି ର଼୍ୟାଙ୍କିଙ୍ଗ୍‌ ମ୍ୟାଚ୍‌...

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ...

ଆଇପିଏଲ ଇତିହାସରେ ପ୍ରଥମ ଥର

ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ି ନ...

୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ: ଆଇଓସି ମାନବିକ ଅଧିକାର ଉଲ୍ଲଂଘନ କରିବା ନେଇ ଅଭିଯୋଗ

ଓ୍ବାଶିଂଟନ,୧୯।୧୨(ଏପି): ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଂଘନ...

୨୦୨୩ ଭାରତରେ ଆୟୋଜନ ହେବ ମୋଟୋଜିପି ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୧ା୧୦: ଭାରତରେ ୨୦୨୩ରୁ ମୋଟରସାଇକେଲ ରେସିଂ ଗ୍ରାଁ ପ୍ରି (ମୋଟୋଜିପି) ଆୟୋଜିତ ହେବ। ୯ ବର୍ଷ ପୂର୍ବେ ଫର୍ମୁଲା ଓ୍ବାନର ବିଦାୟ ପରେ ଦେଶକୁ...

ସ୍ପିନ୍‌ ନ କରିବି ବିପକ୍ଷ ଟିମ୍‌କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍‌ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ

ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର...

Advertisement
Archives

Model This Week