କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି । ଏନ୍‌ଟିପିସି, ଏମ୍‌ସିଏଲ୍‌ ଭଳି ପ୍ରକଳ୍ପରୁ କେନ୍ଦ୍ର ସରକାର ଲାଭାନ୍ବିତ ହେଉଥିବାବେଳେ ଏଠାକାର ଲୋକଙ୍କୁ ସେମାନଙ୍କ ହକ୍‌  ମିଳୁନାହିଁ। କିନ୍ତୁ ନିର୍ବାଚନବେଳେ ଭାଜପାର ବହୁ ବଡ଼ ବଡ଼ ନେତା ଆସି ଭୋଟ ମାଗୁଛନ୍ତି ବୋଲି ଶନିବାର ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖସ୍ଥ ପାଇକ ତଇଳା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହି କେନ୍ଦ୍ରର ଭାଜପା ସରକାରକୁ ସମାଲୋଚନା କରିଛନ୍ତି।

ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ହେଲିକପ୍ଟର ଯୋଗେ ଆସି ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ, କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ହେଲେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲିବ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ଏହି ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ବିଜେଡି ସରକାରରେ ବହୁ ଜନହିତକର ଯୋଜନା ସହ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି ବୋଲି କହିଥିଲେ।

କୋଇଲା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଭାଜପାକୁ ଟାର୍ଗେଟ କରି କହିଲେ, କେନ୍ଦ୍ର ସରକାର କୋଇଲା ବାବଦରେ ୧୧ ହଜାର କୋଟି ଟଙ୍କାର ରୟାଲିଟି ନେଉଛି। ହେଲେ ଏଠାକାର ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତକି। ଜମିହରା ନ୍ୟାୟ ପାଉ ନ ଥିବାବେଳେ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳୁନି। ଭାଜପାରୁ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ କ’ଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏଥିସହ ତାଳଚେର ବିଜେଡିର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଏବଂ ଢେଙ୍କନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟରମାନେ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କ୍ଷୀରୋଦ ସାହୁ ବିଜେଡିରେ ଯୋଗ ଦେଇଥିଲେ। ପରେ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଯୋଗଦେଇ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଓ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିଲେ। ମଧ୍ୟାହ୍ନ ୧୨ଟାରେ ନବୀନ ଛେଣ୍ଡିପଦା ଷ୍ଟାଡିୟମ ନିକଟରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରି ବିଜେଡି ସରକାର ଲୋକଙ୍କ ନିକଟତର ହୋଇଥିବା ଏବଂ ସର୍ବଦା ଲୋକଙ୍କ ସହ ରହିଥିବା କହି ମୁଖ୍ୟମନ୍ତ୍ରୀ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ୩୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ସଭାରେ ଉପସ୍ଥିତ ଥିବା କୁହାଯାଉଛି। ସେଠାରୁ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମାଧପୁର ଏମ୍‌ଇ ସ୍କୁଲ ପଡିଆରେ ଆୟୋଜିତ ସଭାରେ ମଧ୍ୟାହ୍ନ ୧୨.୩୦ରେ ପହଞ୍ଚିଥିଲେ। ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ରମେଶ ସାଏ ଏବଂ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପାଇଁ ସେ ଭୋଟ ମାଗିଥିଲେ। ସେଠାରେ ମଧ୍ୟ ସେ ଭାଜପା ସରକାରକୁ ସମାଲୋଚନା କରିଥିଲେ।

ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମହେଶ ସାହୁ, ଘଣ୍ଟପଡ଼ା ସରପଞ୍ଚ ମନୋଜ ବେହେରା, ଯୁବ ନେତା ମନୋଜ ସାହୁ, ରାଜେଶ ଦାସ,  ଲିପୁନା ଭୁକ୍ତା, ରୀତାରାଣୀ ଦାସ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ଆସିଫ୍‌ ଖାଁ ପ୍ରମୁଖ ତାଳଚେରଠାରେ ଆୟୋଜିତ ସଭାରେ ଉପସ୍ଥିତ ଥିଲେ। କଣିହାଁଠାରେ କଣିହାଁ ବ୍ଲକ ବିଜେଡି ସଭାପତି  କୈଳାସ ସାହୁ,  ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଲଳିତ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସାହୁ, ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଏମ୍‌ପି କଳିକେଶ ସିଂଦେଓ, ଯୁବନେତା ହିମାଞ୍ଚଳ ପଣ୍ଡା, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୩୦ରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସେହିପରି ଛେଣ୍ଡିପଦାରେ ସୁଶାନ୍ତ କୁମାର ବେହେରା, ନଳିନୀକାନ୍ତ ପ୍ରଧାନଙ୍କ ସମେତ ଦଳୀୟ ନେତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri