କେନ୍ଦ୍ର ନେଉଛି କୋଇଲା ଟଙ୍କା, ଓଡ଼ିଶା ପାଉଛି ପ୍ରଦୂଷଣ

ତାଳଚେର/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ ମାଧପୁର/ପାଲଲହଡ଼ା, ୨୧।୪-  ଶିଳ୍ପ ସମୃଦ୍ଧ ଅନୁଗୋଳର କୋଇଲାରୁ କେନ୍ଦ୍ର ହଜାର ହଜାର କୋଟି ଟଙ୍କା ନେଉଛି। ହେଲେ ଓଡ଼ିଶା ଧୂଳି, ଧୂଆଁ ଯୋଗୁ ପ୍ରଦୂଷିତ ହେଉଛି । ଏନ୍‌ଟିପିସି, ଏମ୍‌ସିଏଲ୍‌ ଭଳି ପ୍ରକଳ୍ପରୁ କେନ୍ଦ୍ର ସରକାର ଲାଭାନ୍ବିତ ହେଉଥିବାବେଳେ ଏଠାକାର ଲୋକଙ୍କୁ ସେମାନଙ୍କ ହକ୍‌  ମିଳୁନାହିଁ। କିନ୍ତୁ ନିର୍ବାଚନବେଳେ ଭାଜପାର ବହୁ ବଡ଼ ବଡ଼ ନେତା ଆସି ଭୋଟ ମାଗୁଛନ୍ତି ବୋଲି ଶନିବାର ଅନୁଗୋଳ ଜିଲା ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖସ୍ଥ ପାଇକ ତଇଳା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହି କେନ୍ଦ୍ରର ଭାଜପା ସରକାରକୁ ସମାଲୋଚନା କରିଛନ୍ତି।

ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ହେଲିକପ୍ଟର ଯୋଗେ ଆସି ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ, କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ହେଲେ ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲିବ। ବିଜେଡି ସରକାର ଆସିବାର ପ୍ରଥମ ଦିନରେ ଏହି ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ବିଜେଡି ସରକାରରେ ବହୁ ଜନହିତକର ଯୋଜନା ସହ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି ବୋଲି କହିଥିଲେ।

କୋଇଲା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଭାଜପାକୁ ଟାର୍ଗେଟ କରି କହିଲେ, କେନ୍ଦ୍ର ସରକାର କୋଇଲା ବାବଦରେ ୧୧ ହଜାର କୋଟି ଟଙ୍କାର ରୟାଲିଟି ନେଉଛି। ହେଲେ ଏଠାକାର ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତକି। ଜମିହରା ନ୍ୟାୟ ପାଉ ନ ଥିବାବେଳେ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳୁନି। ଭାଜପାରୁ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ କ’ଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏଥିସହ ତାଳଚେର ବିଜେଡିର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଏବଂ ଢେଙ୍କନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟରମାନେ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କ୍ଷୀରୋଦ ସାହୁ ବିଜେଡିରେ ଯୋଗ ଦେଇଥିଲେ। ପରେ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଯୋଗଦେଇ ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଓ ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ମହେଶ ସାହୁଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିଲେ। ମଧ୍ୟାହ୍ନ ୧୨ଟାରେ ନବୀନ ଛେଣ୍ଡିପଦା ଷ୍ଟାଡିୟମ ନିକଟରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରି ବିଜେଡି ସରକାର ଲୋକଙ୍କ ନିକଟତର ହୋଇଥିବା ଏବଂ ସର୍ବଦା ଲୋକଙ୍କ ସହ ରହିଥିବା କହି ମୁଖ୍ୟମନ୍ତ୍ରୀ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଓ ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ୩୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ସଭାରେ ଉପସ୍ଥିତ ଥିବା କୁହାଯାଉଛି। ସେଠାରୁ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ମାଧପୁର ଏମ୍‌ଇ ସ୍କୁଲ ପଡିଆରେ ଆୟୋଜିତ ସଭାରେ ମଧ୍ୟାହ୍ନ ୧୨.୩୦ରେ ପହଞ୍ଚିଥିଲେ। ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ରମେଶ ସାଏ ଏବଂ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପାଇଁ ସେ ଭୋଟ ମାଗିଥିଲେ। ସେଠାରେ ମଧ୍ୟ ସେ ଭାଜପା ସରକାରକୁ ସମାଲୋଚନା କରିଥିଲେ।

ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମହେଶ ସାହୁ, ଘଣ୍ଟପଡ଼ା ସରପଞ୍ଚ ମନୋଜ ବେହେରା, ଯୁବ ନେତା ମନୋଜ ସାହୁ, ରାଜେଶ ଦାସ,  ଲିପୁନା ଭୁକ୍ତା, ରୀତାରାଣୀ ଦାସ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ଆସିଫ୍‌ ଖାଁ ପ୍ରମୁଖ ତାଳଚେରଠାରେ ଆୟୋଜିତ ସଭାରେ ଉପସ୍ଥିତ ଥିଲେ। କଣିହାଁଠାରେ କଣିହାଁ ବ୍ଲକ ବିଜେଡି ସଭାପତି  କୈଳାସ ସାହୁ,  ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଲଳିତ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସାହୁ, ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଏମ୍‌ପି କଳିକେଶ ସିଂଦେଓ, ଯୁବନେତା ହିମାଞ୍ଚଳ ପଣ୍ଡା, ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୩୦ରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସେହିପରି ଛେଣ୍ଡିପଦାରେ ସୁଶାନ୍ତ କୁମାର ବେହେରା, ନଳିନୀକାନ୍ତ ପ୍ରଧାନଙ୍କ ସମେତ ଦଳୀୟ ନେତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?