ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)-  ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ନିଆଁ ଯୋଗୁ ଜଙ୍ଗଲର ନାହିଁ ନ ଥିବା କ୍ଷତି ଘଟିଛି। ଏ ନେଇ ମାଲକାନଗିରି ଡିଏଫ୍‌ଓଙ୍କୁ  ପ୍ରଦୀପ ମିରିସାଙ୍କୁ  ପଚାରିବାରୁ ସେ କହିଲେ ଯେତେ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ସାଧାରଣତଃ ବଣ୍ଡାଘାଟି ଅଞ୍ଚଳରେ ପୋଡୁଚାଷ ପାଇଁ ନିଆଁ ଲଗାଇବା ଦ୍ୱାରା ଏହି ନିଆଁ ଜଙ୍ଗଲକୁ ମାଡୁଛି। ମହୁଲ ଫୁଲ ସଂଗ୍ରହ ପାଇଁ ଯାଇ ଲୋକେ ନିଆଁ  ଲଗାଇ ଦେଉଛନ୍ତି। ଏବେ ଜିଲାରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରହିଛି। ନିଆଁ ଲିଭାଇବା କାର୍ଯ୍ୟରେ କର୍ମଚାରୀମାନେ ଲାଗିଛନ୍ତି।  ଆମର ଡେରାଡୁନ୍‌ଠାରେ ଥିବା ବିଭାଗୀୟ ଜିପିଏସ୍‌ ମାଧ୍ୟମରେ କେଉଁଠି ନିଆଁ ଲାଗିଲେ ସଙ୍ଗେସଙ୍ଗେ ଜଣାପଡିଯାଉଛି। ସେହି ଅନୁସାରେ ଆମେ ଘଟଣାସ୍ଥଳକୁ ଟିମ୍‌ ପଠାଉଛୁ।  ଚିତ୍ରକୋଣ୍ଡା ରେଞ୍ଜ୍‌ର କିଛି ଅଞ୍ଚଳ ରହିଛି ଯେଉଁଠିକି ଯିବା ସମ୍ଭବ ହୋଇପାରି ନାହିଁ। ଶନିବାର ଡେରାଡୁନ୍‌ରୁ ଖବର ଆସିଲା ଗୋବିନ୍ଦପାଲି ରେଞ୍ଜର ୫ଟି ଜାଗାରେ ନିଅଁା ଲାଗିଛି । ସେହି ଅନୁସାରେ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, ଜିଲାରେ ଜିଲାରେ ବନବିଭାଗର ମୋଟୁ, କାଲିମେଳା, ମାଲକାନଗିରି, ଚିତ୍ରକୋଣ୍ଡା, ବାଲିମେଳା,ଗୋବିନ୍ଦପାଲି ଆଦି ୬ଟି ରେଞ୍ଜ ରହିଛି। ପ୍ରତି ରେଞ୍ଜ୍‌ରେ ୧୦ ଜଣ ରହିବା ସହ ନିଆଁ  ଲିଭାଇବା ପାଇଁ ମେଶିନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri