କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ମୋହନଗିରି,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଅଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ୬୪ ବାଟାଲିୟନ ସହାୟକ କମାଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର, ସିଂହପୁର ସରପଞ୍ଚ ବିଦ୍ୟାଧର ପାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କଳାକାରମାନେ ମାଓବାଦୀମାନେ ଆମତ୍ ସର୍ମପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ବିଷୟରେ ନାଟକ ମଧ୍ୟମରେ ଜନସାଧରଣଙ୍କୁ ଅବଗତ କରାଇଥିଲେ। ସୂଚନାଯୋଗ୍ୟ ଯେ, ମୋହନଗିରି ଅଞ୍ଚଳ ବର୍ତ୍ତମାନ ମାଓବାଦୀପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ଯୁବ ଗୋଷ୍ଠୀ କିଭଳି ସେଥିରୁ ନିବୃତ ରହିବେ ସେ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟଜିତ ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯିବା ପାଇଁ ଚେଷ୍ଠା କରାଯିବ ବୋଲି ୬୪ ବାଟଲିୟନ ତରଫରୁ କମାଣ୍ଡେଣ୍ଟ ବିପ୍ଲବ ସରକାର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଶେଷ ହେବ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୭ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସୋମବାର ଶେଷ ହେବ। ପ୍ରଥମ କଟ୍‌ ଅଫ୍‌ରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ...

ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ...

ବିଦ୍ୟାଳୟରୁ ଚୋରି କରୁଥିଲେ ପଡ଼ିଲେ ଧରା

ମୋରଡା,୧୦।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ବର୍ତ୍ତନା ଗ୍ରାମରେ ଥିବା ବିଦ୍ୟାଳୟରୁ ଚୋରି କରୁଥିବା ସମୟରେ ଜଣେ ଯୁବକ ଗ୍ରାମବାସୀଙ୍କ ହାତରେ ପଡ଼ିଛନ୍ତି। ସେମାନେ...

ଶନିବାର, ରବିବାର ଶଟ୍‌ଡାଉନ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ବଡ ଘୋଷଣା...

ୟୁଟ୍ୟୁବ୍‌ରୁ ମାସିକ ରୋଜଗାର ଲକ୍ଷେ

ବିଭୁ ପ୍ରସାଦ ବେହେରା ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍‌, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ।...

ଯୁବକଙ୍କ ପତ୍ତା ପାଉନି ପୋଲିସ

ଖୋର୍ଦ୍ଧା ଅଫିସ,୨୦।୧୧: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ ରାଜା(୨୫)ଗାଈ ଚରାଇବାକୁ ଯାଇ ଅକ୍ଟୋବର ୨୪ରୁ ନିଖୋଜ ଅଛନ୍ତି।...

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ...

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ...

Advertisement
Archives

Model This Week