କେନ୍ଦ୍ରୀକରଣ ଶିକ୍ଷାନୀତି: ଏକ ବିଶ୍ଲେଷଣ

ପ୍ରଦୀପ୍ତ ନାୟକ
ସ୍ବାଧୀନତୋତ୍ତର ଭାରତବର୍ଷରେ ଅଦ୍ୟାବଧି ଦୁଇଟି ଜାତୀୟ ଶିକ୍ଷାନୀତି ପ୍ରଣୀତ ହୋଇଛି। ଏବର ପ୍ରସ୍ତାବିତ ଶିକ୍ଷାନୀତି ହେଉଛି ତୃତୀୟ। ୧୩୦ କୋଟି ଅଧିବାସୀଙ୍କର ଏହି ବିଶାଳ ଦେଶରେ ବହୁ ଭାଷା ଉପଭାଷା, ବହୁ ଧର୍ମ, ବହୁ ଜାତି, ଭିନ୍ନ ଭିନ୍ନ ସଂସ୍କୃତି ପ୍ରଚଳିତ ହେଉଛି। ଆଇନର ଶାସନ ପ୍ରତିଷ୍ଠିିତ ଥିବା ଏହି ସଂଘୀୟ ରାଷ୍ଟ୍ରରେ ବହୁଳବାଦକୁ ସମ୍ମାନ ଦେବା ସହିତ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି। ଶାସନ ବ୍ୟବସ୍ଥା ଓ ନୀତି ନିୟମ ଯଦି ବିକେନ୍ଦ୍ରୀକରଣ ନ ହେବ କେବଳ ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥାର ହନନ ହେବ ନାହିଁ, ଆମର ସାମାଜିକ ଚଳଣି, ଶାନ୍ତି, ପ୍ରଗତି ଓ ସହଭାଗିତା ଖିନ୍‌ଭିନ୍‌ ହୋଇଯିବ। ଶିକ୍ଷାନୀତି ଓ ଶିକ୍ଷା ବ୍ୟବସ୍ଥା ଯାହା ସମାଜକୁ ଉଦ୍‌ବୁଦ୍ଧ କରେ ଓ ସମୃଦ୍ଧ କରେ, ତାହା ଯଦି ଜନାଭିମୁଖୀ ନ ହୁଏ ତେବେ ସମାଜ ବିକଶିତ ହୁଏନାହିଁ। ୧୯୬୬ ମସିହାରେ କୋଠାରୀ କମିଶନ ତାଙ୍କ ରିପୋର୍ଟରେ କହିଥିଲେ, ଦେଶର ଭାଗ୍ୟବିଧାତାମାନେ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ବଢୁଛନ୍ତି। ସେମାନଙ୍କୁ ଉଚିତ ଖାଦ୍ୟପେୟ, ପାଠ୍ୟ ଉପକରଣ, ସ୍ନେହଶ୍ରଦ୍ଧା, ବୈଜ୍ଞାନିକ ପ୍ରଣାଳୀର ଶିକ୍ଷା ଖସଡ଼ା ଓ ବିଷୟବସ୍ତୁ ଯୋଗାଇଦେବାକୁ ପଡ଼ିବ। ସମସ୍ତ ବିଦ୍ୟାଳୟକୁ ସମାନ ଧରଣର ସରକାରୀ ବିଦ୍ୟାଳୟ କରିବା ନିମନ୍ତେ କମିଶନ ଅତ୍ୟନ୍ତ ଉପାଦେୟ ସମୟୋପଯୋଗୀ ପ୍ରସ୍ତାବମାନ ଦେଇଥିଲେ। ଏହାକୁ ଫଳବତୀ କରିବା ନିମନ୍ତେ ଉପଯୁକ୍ତ ପାଣ୍ଠି ତଥା ଦେଶର ବାର୍ଷିକ ଘରୋଇ ଉପତ୍ାଦର ୬% କିମ୍ବା ବାର୍ଷିକ କେନ୍ଦ୍ର ବଜେଟର ୯% ଶିକ୍ଷା ପାଇଁ ବ୍ୟୟବରାଦ କରିବାକୁ କହିଥିଲେ। ୧୯୬୮ ମସିହାରେ ଏହି ବୈପ୍ଲବିକ ଶିକ୍ଷାନୀତି ପ୍ରଣୀତ ହୋଇଥିଲେ ମଧ୍ୟ ଏହାର ଅଧିକାଂଶ ପ୍ରସ୍ତାବ ସରକାର କାର୍ଯ୍ୟକାରୀ କରିନାହାନ୍ତି।
ଉଦାରୀକରଣ ଓ ଘରୋଇକରଣ ନୀତି କାର୍ଯ୍ୟକାରୀ କରିବା ଫଳରେ ଶିକ୍ଷାର ମାନ ଧୀରେ ଧୀରେ ହ୍ରାସ ପାଇ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ୨୦୧୪ ମସିହାରେ ଭାଜପା ସରକାର ଆସିବା ପରେ ୨୦୧୭ ଜୁନ୍‌ରେ ମହାକାଶ ବିଜ୍ଞାନୀ ଡ. କେ. କସ୍ତୂରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ କମିଟି ଗଠନକରି ଦେଶରେ ପ୍ରାକ୍‌ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ସମସ୍ତ ପ୍ରକାର ବୈଷୟିକ ଶିକ୍ଷା, ଗବେଷଣା ଓ ତାଲିମ ନିିମନ୍ତେ ନୂଆ ଜାତୀୟ ଶିକ୍ଷାନୀତି ଆଣିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କମିଟି ଦେଶର କୌଣସି ଜାଗାରେ ଶିକ୍ଷାବିତ୍‌, ଶିକ୍ଷକ, ଛାତ୍ର, ଅଭିଭାବକ, ରାଜନୈତିକ ଓ ସାମାଜିକ କର୍ମୀଙ୍କ ମତାମତ ନ ନେଇ ତାଙ୍କ ରିପୋର୍ଟ ସରକାରଙ୍କୁ ଗତ ମେ ମାସ ୩୧ ତାରିଖରେ ହସ୍ତାନ୍ତର କରିଛନ୍ତି। ମଧ୍ୟଯୁଗୀୟ ଭାରତୀୟ ଧର୍ମୀୟ ପରମ୍ପରାର ବାର୍ତ୍ତାବହ ପତଞ୍ଜଳି, ପାଣିନି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଉଦାହରଣ ଦିଆଯାଇଥିବା ବେଳେ ନୂତନ ବୈଜ୍ଞାନିକ ଚିନ୍ତାଧାରାକୁ ନିରୁତ୍ସାହିତ କରାଯାଇଛି। ଏଥିରେ ଶିକ୍ଷାକୁ ସମ୍ପୂର୍ଣ୍ଣ କେନ୍ଦ୍ରୀକରଣ, ଗୈରିକୀକରଣ ତଥା ଘରୋଇକରଣ କରିବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟ ପରିଲକ୍ଷିତ ହେଉଥିବାରୁ ଦେଶର ବିଭିନ୍ନ ଭାଗରୁ ଏହା ବିରୋଧରେ ସ୍ବର ଉଠିିଛି।
ପୂର୍ବ ସୁପରିକଳ୍ପିତ ୪୮୨ ପୃଷ୍ଠାର ଏହି ବୃହତ୍‌ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବକୁ ଗତ ମେ ୩୧ ତାରିଖରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର ହୋଇଛି। ଆରମ୍ଭରୁ ଦେଶ ତମାମ ଏହି ଶିକ୍ଷା ରିପୋର୍ଟରେ ତ୍ରିଭାଷୀ ସୂତ୍ରକୁ ବିରୋଧ କରାଯାଇଥିଲା। ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବା ସମେତ ବାଧ୍ୟତାମୂଳକ କରାଯାଇ ୪ର୍ଥ ଶ୍ରେଣୀରୁ ପଢ଼ାଯିବାକୁ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ ସମେତ ପଶ୍ଚିମବଙ୍ଗ ଓ ବହୁ ସଂଖ୍ୟାରେ ଶିକ୍ଷାବିତ୍‌, ଭାଷାବିତ୍‌ ଓ ବୁଦ୍ଧିଜୀବୀ ବିରୋଧ କରିବା ପରେ ସରକାର ମୂଳ ଚିଠା ରିପୋର୍ଟରୁ ତାହା କାଟିଦେଇଛନ୍ତି। ୧ ମାସ ଜାଗାରେ ମାତ୍ର ୨ମାସ ସମୟ ଦେଇ ଜୁଲାଇ ୩୧ ତାରିଖ ମଧ୍ୟରେ ମତାମତ ଲୋଡ଼ିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ସର୍ବନିମ୍ନ ୬ ମାସ ସମୟ ନ ହେଲେ ଦେଶର ସମସ୍ତ ବର୍ଗର କୋଟି କୋଟି ଲୋକ ଚିଠା ରିପୋର୍ଟ ଉପରେ ନିଜର ମତାମତ ରଖିପାରିବେ ନାହିଁ।
ଏକବିଂଶ ଶତାବ୍ଦୀ ନିମନ୍ତେ ବିଶ୍ୱରେ ଗଠିତ ଆନ୍ତର୍ଜାତିକ ଶିକ୍ଷା କମିଶନର ଅଧ୍ୟକ୍ଷ ଯାକୁଇସ, ଡେଲରସ ତାଙ୍କର ରିପୋର୍ଟ ୧୯୯୬ ମସିହାରେ ଜାତିସଂଘର ‘ୟୁନେସ୍କୋ’କୁ ହସ୍ତାନ୍ତର କରିଥିଲେ। ଏହି ଐତିହାସିକ କମିଶନ ପ୍ରସ୍ତାବ ଦେଇଥିଲେ ଯେ, ଜୀବନକାଳ ମଧ୍ୟରେ ଶିକ୍ଷା ସମାଜର ଚାରୋଟି ସ୍ତମ୍ଭକୁ ନେଇ ପର୍ଯ୍ୟବସିତ, ଯଥା ୧. ସମସ୍ତ କଥା ଜାଣିବା ନିମନ୍ତେ ଶିକ୍ଷା, ୨. ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା, ୩. ସମସ୍ତେ ମିଳିମିଶି ଚଳିବା ନିମନ୍ତେ ଶିକ୍ଷା, ୪. ଶିକ୍ଷା ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ କରେ ଏବଂ ବ୍ୟକ୍ତିକୁ ସ୍ବାତନ୍ତ୍ର୍ୟ ପ୍ରଦାନ ସହ ନ୍ୟାୟ ଓ ଦାୟିତ୍ୱବାନ କରାଏ। ଶିକ୍ଷା କୌଣସି ବ୍ୟକ୍ତିର ମାନସିକ ସନ୍ତୁଳନତା, ନୈତିକ ମୂଲ୍ୟବୋଧ ଓ ଶାରୀରିକ ସାମର୍ଥ୍ୟକୁ ଅସମ୍ମାନ କରେ ନାହିଁ। ଦେଶବାସୀଙ୍କ ସମ୍ମୁଖରେ ମୁଖ୍ୟ ପ୍ରଶ୍ନ କିଭଳି ସମସ୍ତେ ଶିକ୍ଷାଲାଭ କରିବେ, ସମାନ ଭାବରେ ଗୁଣାମତ୍କ ଶିକ୍ଷା କିଭଳି ସମସ୍ତଙ୍କ ନିକଟରେ ପହଞ୍ଚତ୍ବ, ପ୍ରଶାସନ, ଶିକ୍ଷକ, ସମାଜ କିଭଳି ପରସ୍ପର ପ୍ରତି ଉତ୍ତରଦାୟୀ ରହିବେ ଓ ଶିକ୍ଷାପ୍ରାପ୍ତି ନିମନ୍ତେ ସମସ୍ତଙ୍କର କିଭଳି ଆର୍ଥିକ ସାମର୍ଥ୍ୟ ବୃଦ୍ଧି ପାଇବ ତାହା ଏହି ପ୍ରସ୍ତାବରେ ନାହିଁ। ଦେଶରେ ଜାତୀୟ ଶିକ୍ଷା ଆୟୋଗ ଗଠନର ସୁପାରିସ କରାଯାଇଛି ଯାହାର ମୁଖ୍ୟ ନିଜେ ପ୍ରଧାନମନ୍ତ୍ରୀ ରହିବେ ଯାହା ଦେଶର ସଂଘୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି। ପ୍ରଶାସନିକ ଆବଶ୍ୟକତା ଓ ସାମ୍ବିଧାନିକ ନିୟମ ଅନୁସାରେ ଶିକ୍ଷା କେନ୍ଦ୍ର ଓ ରାଜ୍ୟର ଯୁଗ୍ମ ଅଥବା ମିଳିତ ବିଷୟବସ୍ତୁ। ତେଣୁ ଏପରି ପ୍ରସ୍ତାବକୁ ଦେଶବାସୀ ଦୃଢ଼ ବିରୋଧ କରିବା ଉଚିତ। ଜାତୀୟ ଶିକ୍ଷାନୀତି ୨୦୦୯ ଆଧାରରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପରୀକ୍ଷା କିମ୍ବା ପାସ୍‌ ଫେଲ୍‌ ବ୍ୟବସ୍ଥା ନ ଥିଲା। ଛାତ୍ରୀଛାତ୍ର ସମ୍ପୂର୍ଣ୍ଣ ମାଗଣାରେ ୮ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁ ଥିବାବେଳେ ଏଥିରେ ୩ୟ, ୫ମ ଓ ୮ମ ଶ୍ରେଣୀରେ ପୁନଃ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରସ୍ତାବ ରହିଛି। ଏହା ଜାତୀୟ ଶିକ୍ଷାନୀତିକୁ ସମ୍ପୂର୍ଣ୍ଣ ବିରୋଧ କରୁଛି। ଶିଶୁ ୩ବର୍ଷ ବୟସରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରାକ୍‌ ପ୍ରାଥମିକ ଶିକ୍ଷା ଅଙ୍ଗନଓ୍ବାଡିରୁ ପାଉଥିଲା। ଏବେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ବିଦ୍ୟାଳୟ ସହିତ ମିଶାଇବା ପାଇଁ କୁହାଯାଇଛି, ମାତ୍ର ଗୁଣାମତ୍କ ଅଭିଜ୍ଞ ଶିକ୍ଷକ ନିଯୁକ୍ତି ବିଷୟରେ କିଛି କୁହାଯାଇନାହିଁ। ଛାତ୍ର-ଶିକ୍ଷକ ଅନୁପାତ ୩୦:୧ କଥା କୁହାଯାଇଛି। ମାତ୍ର ଆବଶ୍ୟକ ଥିବା ଲକ୍ଷ ଲକ୍ଷ ଶିକ୍ଷକଙ୍କର ଚାକିରିର ସ୍ଥାୟିତ୍ୱ ସମ୍ପର୍କରେ କିଛି କୁହାଯାଇନାହିଁ।
କୋଠାରୀ କମିଶନଙ୍କ ଭଳି ଏଥିରେ ଶିକ୍ଷା ନିମନ୍ତେ ଘରୋଇ ଉପତ୍ାଦର ୬% ବ୍ୟୟବରାଦ ପାଇଁ ସୁପାରିସ କରାଯାଇଛି, ଯାହା ଏକ ଉତ୍ତମ ପ୍ରସ୍ତାବ। ମାତ୍ର ସରକାର କେତେଦୂର ଦେଶବାସୀଙ୍କ ଏହି ଐତିହାସିକ ଆବଶ୍ୟକତାକୁ ପୂରଣ କରିବେ ତାହା ଦେଖିବାକୁ ଅଛି। କାରଣ କେନ୍ଦ୍ର ସରକାର ୨୦୧୭-୧୮ ବଜେଟରେ ମାତ୍ର ୨.୭% ଖର୍ଚ୍ଚ ବରାଦ କରିଛନ୍ତି। ଠିକ୍‌ ସେତିକିବେଳେ ବ୍ରାଜିଲ ୬%, ଆମେରିକା ୫%, ଇଂଲଣ୍ଡ ୫.୫% ଶିକ୍ଷା ପାଇଁ ଖର୍ଚ୍ଚ କରୁଛନ୍ତି। ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାରେ ହେଉଥିବା ମାତ୍ରାଧିକ ଡ୍ରପ୍‌ ଆଉଟକୁ ‘ବ୍ଲାକ୍‌ ହୋଲ୍‌’ ସହ ସମାନ କରାଯାଇଛି। ମାତ୍ର କାହିଁକି ବ୍ଲାକ୍‌ ହୋଲ୍‌ ସୃଷ୍ଟି ହେଉଛି ସେ ସମ୍ପର୍କରେ କିଛି କୁହାଯାଇନାହିଁ। ଦେଶରେ ୧୦୦ଜଣ ଶିଶୁ ପ୍ରାଥମିକ ବିଦ୍ୟାଳୟରେ ନାମ ଳେଖାଉଥିବା ବେଳେ ଉଚ୍ଚ ପ୍ରାଥମିକ ବେଳକୁ ୮୯, ୮ମ ଶ୍ରେଣୀ ବେଳକୁ ୬୨ ଓ ଉଚ୍ଚଶିକ୍ଷା ବେଳକୁ ମାତ୍ର ୨୩ଜଣ ଶିକ୍ଷା ସମାପ୍ତ କରିବା ଅତ୍ୟନ୍ତ ଚିନ୍ତାଜନକ। ଠିକ୍‌ ସେତିକିବେଳେ ପଡ଼ୋଶୀ ଚାଇନାରେ ୩୯ଜଣ, ଆମେରିକାରେ ୮୬ଜଣ ଓ ଜର୍ମାନୀରେ ୬୫ଜଣ ଉଚ୍ଚଶିକ୍ଷା ସମାପ୍ତ କରୁଛନ୍ତି। ଏହା ସରକାରୀ ଭାବେ ମାନବସମ୍ବଳ ବିଭାଗ ଦ୍ୱାରା ୨୦୧୬ ଶିକ୍ଷା ସୂଚକାଙ୍କରେ କୁହାଯାଇଛି। ୨୦୩୫ ମସିହା ସୁଦ୍ଧା ଉଚ୍ଚଶିକ୍ଷାରେ ଏବର ୨୩.୮%ରୁ ୫୦% ପହଞ୍ଚତ୍ବା ଲକ୍ଷ୍ୟ ରହିଛି। ମାତ୍ର ଏ ଦିଗରେ ଅନ୍ତରାୟ ଦେଶବାସୀଙ୍କ ଚରମ ଦାରିଦ୍ର୍ୟ, ପୁଷ୍ଟିହୀନତା, ଖାଦ୍ୟାଭାବ, ବାସହୀନତା ଇତ୍ୟାଦିର ପରିପୂରଣ ନିମନ୍ତେ ଉପଯୁକ୍ତ କାର୍ଯ୍ୟକ୍ରମର ଅଭାବ ପରିଲକ୍ଷିତ ହେଉଛି। ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ସ୍ବତନ୍ତ୍ରତାକୁ କ୍ଷୁଣ୍ଣ କରାଯାଇ କେନ୍ଦ୍ରୀୟ ନୀତି ନିର୍ଦ୍ଧାରଣ ଅନୁଷ୍ଠାନ ଯଥା ଏନ୍‌ଏଚ୍‌ଇଆର୍‌ଏ (ନେହେରା) ଗଠନ କରାଯିବ। ଏହା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ (ୟୁଜିସି)ର କାର୍ଯ୍ୟ ତୁଲାଇବ। ଏଆଇସିଟିଇ, ବାର୍‌ କାଉନସିଲ ଇତ୍ୟାଦି ଶିକ୍ଷାର ଗୁଣାମତ୍କ ମାନ ନିର୍ଦ୍ଧାରଣ କରୁଥିବା ଅନୁଷ୍ଠାନଗୁଡ଼ିକର ଭୂମିକାକୁ ଗୌଣ କରାଯାଇଛି। ‘ନାକ୍‌’କୁ ୟୁଜିସିଠାରୁ ପୃଥକ୍‌ କରାଯାଇ ୟୁଜିସିକୁ କେବଳ ପାଣ୍ଠି ଯୋଗାଣ ସଂସ୍ଥାରେ ପରିଣତ କରାଯିବା ପାଇଁ କୁହାଯାଇଛି, ଯାହା ଏକ ଭୟଙ୍କର ପଦକ୍ଷେପ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଜାତୀୟ ଉଚ୍ଚଶିକ୍ଷା ନିର୍ଦ୍ଧାରଣ ଅନୁଷ୍ଠାନ ନିଜ ଇଚ୍ଛାରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଅନୁମତି ପ୍ରଦାନ କରିବ ଓ ଗୁଣାମତ୍କ ମାନ ନିର୍ଦ୍ଧାରଣ କରିବ। ଏହା ଏକ ଅସାମ୍ବିଧାନିକ ପଦକ୍ଷେପ। ପୂର୍ବରୁ ଏହି କାର୍ଯ୍ୟ ସଂସଦ ଏବଂ ବିଧାନସଭା ସମାପନ କରୁଥିଲେ। ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନ ପ୍ରୋତ୍ସାହିତ ହେବେ ଓ ସରକାରୀ ପାଣ୍ଠି ୟୁଜିସିରୁ ହାସଲ କରିବେ। ଏହି ଅନୁଷ୍ଠାନଗୁଡ଼ିକ ତାଙ୍କ ଇଚ୍ଛା ମୁତାବକ ପାଠ୍ୟକ୍ରମ ଓ ଶିକ୍ଷଣ ପ୍ରକ୍ରିୟା ଲାଗୁ କରିପାରିବେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ପରିଚାଳିତ ହଜାର ହଜାର ଘରୋଇ ଓ ଧାର୍ମିକ ସ୍କୁଲ, ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନର ନିୟନ୍ତ୍ରଣ ନିମନ୍ତେ ଜାତୀୟ ଶିକ୍ଷାନୀତିରେ କିଛି କୁହାଯାଇ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନକୁ ଗୌଣ କରାଯାଇଛି। ଦେଶର ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷା ପ୍ରଶାସନରେ ମୌଳିକତା, ବିକେନ୍ଦ୍ରୀକରଣ, ସଂଘୀୟ ବ୍ୟବସ୍ଥାର ସୁରକ୍ଷା ନିମନ୍ତେ ଦେଶବାସୀ ଚିନ୍ତା ପ୍ରକଟ କରିବା ନିହାତି ଆବଶ୍ୟକ ମନେହେଉଛି।
ଟିକରପଡ଼ା, କାକଟପୁର, ପୁରୀ, ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ଦ୍ରଷ୍ଟା

ମଦର ଟେରେସା ପୁରସ୍କାର ସାଧାରଣରେ ମଦର ଟେରେସା ସ୍ମୃତି ସମ୍ମାନ ନାମରେ ପରିଚିତ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି, ସମାନତା ଓ ସାମାଜିକ ନ୍ୟାୟ...

ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ...

ବନ୍ୟପ୍ରାଣୀ ସୁରକ୍ଷାର ଅଭିନବ ଉପାୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ବନ୍ୟପ୍ରାଣୀଙ୍କୁ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା ସକାଶେ ଏବେ ବୈଜ୍ଞାନିକମାନେ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏହାଦ୍ୱାରା ଆଉ ଶିକାରୀମାନେ...

ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା...

କରୋନା କାହା ପାଇଁ

ତ୍ରିଲୋଚନ ସାହୁ ସମଗ୍ର ବିଶ୍ୱ ଏବେ କରୋନା କବଳରେ। ପ୍ରତି ଦେଶର ରାଷ୍ଟ୍ର ମୁଖ୍ୟ କରୋନା ପାଇଁ ଚିନ୍ତିତ। ଦେଖୁ ଦେଖୁ ଆଖି ପିଛୁଳାକେ ହଜାର...

ନେପାଳ ଗଲା

ଏବର କେନ୍ଦ୍ର ସରକାର ସର୍ବଦା କହିଆସୁଛନ୍ତି, ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖିଚାଲିଛି। ଆମେରିକା ଓ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର...

ଏଇ ଭାରତରେ

ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍‌ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି?...

ଶାନ୍ତି ଲୋଡ଼ା

ଇଂ. ରୌଶନ ଖାନ୍‌   ବିଶ୍ୱବନ୍ଦିତ ରସୁଲ୍‌ ହଜରତ ମହମ୍ମଦଙ୍କ ଦ୍ୱାରା ଶରିୟତ ବା ଧର୍ମବିଧାନ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ‘ଖାତମନ୍‌ ନବିୟିନ୍‌’ ବା...

Advertisement
Archives

Model This Week