ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଅନେକ ଅର୍ଥନୈତିକ କାର୍ଯ୍ୟର ପରିସର ବୃଦ୍ଧି କରିବା ପାଇଁ ସୁବିଧା କରାଯାଇଛି। ସେହିଭଳି ଏବେ ପୂର୍ବରେ ନୂତନ କରିଡର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚାଇନା। ତାହା ହେଉଛି ଚାଇନା-ମ୍ୟାନ୍‌ମାର-ବାଂଲାଦେଶ ଅର୍ଥନୈତିକ କରିଡର (ସିଏମ୍‌ବିସି)। ଚାଇନା ଏହା ମାଧ୍ୟମରେ ବଙ୍ଗୋପସାଗର ପାଇଁ ଏକ ନୂତନ ମାର୍ଗ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ସିପିଇସି ହେଉଛି ଚାଇନାର ବହୁ ଆକାଂକ୍ଷିତ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)ର ଅଂଶବିଶେଷ। ଭାରତ ସିପିଇସିକୁ ଦୃଢ଼ ଭାବେ ବିରୋଧ କରୁଛି ବୋଲି ଦେଶବାସୀଙ୍କୁ କୁହାଯାଉଛି। ବାସ୍ତବ ପରିସ୍ଥିତିରେ ଭାରତର ବିରୋଧ କିମ୍ବା ସପକ୍ଷରେ କୌଣସି ପ୍ରଭାବ ଏହି ପ୍ରକଳ୍ପ ଉପରେ ପଡ଼ୁଥିବାର ଲକ୍ଷ୍ୟ କରାଯାଉ ନାହିଁ। ଦେଶ ଭିତରେ କୁହାଯାଉଛି ଯେ, ବିରୋଧର କାରଣ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଦେଇ ଏହା ଗତି କରୁଛି। ବାସ୍ତବରେ ଏହା ସ୍ପଷ୍ଟ କରିଦେଉଛି ଯେ, ଭାରତର ସେହି ଅଞ୍ଚଳ ଉପରେ ଦାବି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ତେଣୁ ଭବିଷ୍ୟତକୁ ଅନିଶା କରି ଚାଇନା ଦ୍ୱିତୀୟ ବାଟ ଭାବେ ଭାରତର ପୂର୍ବ ପଟେ ସିଏମ୍‌ବିସି ମାଧ୍ୟମରେ କର୍ତ୍ତୃତ୍ୱ ଜାହିର କରିବାକୁ ନୂଆ ପନ୍ଥା ଧରିଛି। ଚାଇନାର ଏହି ଉଦ୍ଦେଶ୍ୟ ଚରିତାର୍ଥ ହେଲେ ଭାରତ ଅଡ଼ୁଆରେ ପଡ଼ିବ।
ସିଏମ୍‌ବିସି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ଯେତେବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ୍‌ ଜୁନ୍‌ ଶେଷ ସପ୍ତାହରେ ବେଜିଂ ଗସ୍ତ କରି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବୃହତ୍‌ ଆଞ୍ଚଳିକ ସଂଯୋଗୀକରଣ ସକାଶେ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ସବୁ ପ୍ରକାର ଯୋଜନା କରାଯାଇଥିବା ଜଣାପଡ଼ିଛି। ପ୍ରସ୍ତାବିତ କରିଡର ଚାଇନାର ୟୁନାନ୍‌ ପ୍ରଦେଶର ରାଜଧାନୀ କୁନ୍‌ମିଙ୍ଗ୍‌ରୁ ଆରମ୍ଭ ହୋଇ ମ୍ୟାନ୍‌ମାରର ମାଣ୍ଡେଲ ପର୍ଯ୍ୟନ୍ତ ଯିବ। ସେଠାରୁ ଏହା ଦୁଇ ଭାଗରେ ବିଭକ୍ତ ହେବ। ଗୋଟିଏ ଶାଖା ୟାଙ୍ଗୁନ୍‌ ଅଭିମୁଖେ ଓ ଦ୍ୱିତୀୟଟି ରାଖାଇନ୍‌ ରାଜ୍ୟର କ୍ୟାଉକପ୍ୟୁ ସମୁଦ୍ର ବନ୍ଦର ଆଡ଼କୁ ଯାଉଛି। ଚାଇନା ରାଖାଇନ୍‌ ଦେଇ ଏହାକୁ ବାଂଲାଦେଶ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ଚାହୁଁଛି, ଯାହା ଚଟ୍ଟୋଗ୍ରାମ ଓ କକ୍ସ ବଜାରକୁ ସଂଯୋଗ କରିବ। ଏହା ଫଳରେ ବେଜିଂକୁ ବଙ୍ଗୋପସାଗରରେ ଥିବା ଚଟ୍ଟୋଗ୍ରାମ ଏବଂ ମୋଙ୍ଗଳା ବନ୍ଦରକୁ ସିଧାସଳଖ ସଡ଼କ ପଥ ମିଳିଯିବ। ଦେଖିବାକୁ ଗଲେ ବାଂଲାଦେଶ-ଚାଇନା-ଭାରତ-ମ୍ୟାନ୍‌ମାର (ବିସିଆଇଏମ୍‌) କରିଡର ଯୋଜନା ୧୯୯୦ରେ ଚିନ୍ତା କରାଯାଇଥିଲା। ମାଣ୍ଡେଲ ଓ ଢାକା ଦେଇ କୁନ୍‌ମିଙ୍ଗକୁ କୋଲକାତା ସହ ଯୋଡ଼ିବା ପାଇଁ ଏହି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଚାଇନାର ବିଆର୍‌ଆଇ ପ୍ରତି ଭାରତ ସନ୍ଦେହ ପ୍ରକଟ କରିବାରୁ ଏହି ପ୍ରକଳ୍ପ ସେହିଠାରେ ରହିଗଲା। ଏବର ଭୂରାଜନୈତିକ ସ୍ଥିତିକୁ ଦେଖି ଚାଇନା ନୂଆ ଗୋଟି ଚଳାଇବାକୁ ଯାଇ ବାଂଲାଦେଶକୁ ହାତକୁ ନେଇଯାଇଛି। ବିଶ୍ୱ ଜାଣିଛି ଯେ, ବାଂଲାଦେଶରେ ଅଶାନ୍ତ ପରିସ୍ଥିତି ଦେଖାଦେବାରୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ଅନ୍ୟସବୁ ପଡ଼ୋଶୀ ଦେଶ ଭଳି ବାଂଲାଦେଶରେ ମଧ୍ୟ ଭାରତ ବିରୋଧୀ ଚିନ୍ତାଧାରା ବୃଦ୍ଧି ପାଇଥିବାରୁ ଚାଇନା ତାହାର ସୁଯୋଗ ଖୋଜୁଥିଲା। ଏହି ସମୟରେ ଚାଇନା ଆଡ଼କୁ ବାଂଲାଦେଶ ଢଳିବା ଗୁରୁତ୍ୱ ବହନ କରିଛି। ସମ୍ଭବତଃ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ଙ୍କୁ ବେଜିଂ ଡକାଇ ଜିନ୍‌ପିଙ୍ଗ୍‌ ଭାରତକୁ ବାଦ୍‌ ଦେଇ ସିଏମ୍‌ବିସି ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ଚାହିଁଛନ୍ତି। ଏଥିରୁ ଏହା ବୁଝାପଡ଼ିଛି ଯେ ଭାରତକୁ ଚାଇନା ପଶ୍ଚିମରେ ପାକିସ୍ତାନ ପଟୁ ଓ ପୂର୍ବରେ ମ୍ୟାନ୍‌ମାର ଓ ବାଂଲାଦେଶ ଦେଇ ସଫଳତାର ସହ ଘେରିବାକୁ ଚେଷ୍ଟା କରୁଛି। ଚାଇନା ଦକ୍ଷିଣ ଏସିଆର ଦେଶଗୁଡ଼ିକ ସହ ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ବଢ଼ାଇ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ସବୁ ଯୋଜନା କରିଦେଇଛି। ଏଭଳି ସ୍ଥଳେ ଭାରତ ତା’ର ପଡ଼ୋଶୀଙ୍କୁ ଅଣଦେଖା କରି ସେସେଲ୍ସ ଭଳି ଅନାମଧ୍ୟେୟ ଦେଶ ପ୍ର୍ରତି ଅଧିକ ଅନୁକମ୍ପା ଦେଖାଇଛି। ନିଜେ ବିଦେଶୀ ପୁଞ୍ଜି ଖୋଜୁଥିବା ଭାରତ ଏବେ ସେସେଲ୍ସରେ ୧୭୫ ମିଲିୟନ ଡଲାର ନିବେଶ କରିବା ଲାଗି ଚୁକ୍ତି କରିଛି।
ବୈଦେଶିକ ନୀତିରେ ‘ପଡ଼ୋଶୀ ପ୍ରଥମ’ ଚିନ୍ତାଧାରାକୁ ଅଗ୍ରପ୍ରାଧାନ୍ୟ ଦିଆଯିବା କଥା। କାରଣ ଯେତେବେଳେ କିଛି ଅସୁବିଧା ସ୍ଥିତି ଉପୁଜିଥାଏ ସେତେବେଳେ ପଡ଼ୋଶୀ ହିଁ ପ୍ରଥମେ ପାଖରେ ଛିଡ଼ା ହୋଇଥାଏ। ଗତ କିଛି ବର୍ଷ ହେବ ଭାରତର ସବୁ ପଡ଼ୋଶୀ ସହ ଅପଡ଼ ହେବାର ଦେଖାଯାଇଛି। ଏହା ବୈଦେଶିକ ନୀତିର ସର୍ବନିମ୍ନ ଚିନ୍ତାଧାରାକୁ କ୍ଷତି ପହଞ୍ଚୁଛି। କୁହାଯାଏ ବନ୍ଧୁ ବାଛିପାରିବ, କିନ୍ତୁ ପଡ଼ୋଶୀ ବାଛିପାରିବ ନାହିଁ। ତେଣୁ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ହେଉଛି ସଫଳ ବୈଦେଶିକ ନୀତିର ପରିଚୟ। ତାହା ନ କରିପାରିଲେ ଅନ୍ୟ କୌଣସି କାର୍ଯ୍ୟର ଗୁରୁତ୍ୱ ରହେ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?