କେନ୍ଦୁପତ୍ର ବୋନସ ଘୋଷଣାକୁ ଲଲିପପ୍‌ କହିଲା ଭାଜପା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ରାଜ୍ୟ ସରକାର ଏକ ‘ଲଲିପପ୍‌’ ଧରାଇ ଦେଇଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବୋନସ ଘୋଷଣାକୁ ନେଇ ପ୍ରଦୀପ କହିଛନ୍ତି, କେନ୍ଦୁପତ୍ର ତୋଳାଳି, ଗଛ କଟାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ସରକାର ଚଳିତବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪୦୦ କୋଟି ଲାଭ ପାଇଛନ୍ତି। ବର୍ତ୍ତମାନ ଗଚ୍ଛିତ ଥିବା ପତ୍ର ବିକ୍ରି ହେଲେ ଆଉ ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି। ପେସା ଆଇନ ଲାଗୁ ହେବାପରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ଅଧିକାର ଥିବା ସତ୍ତ୍ୱେ ସରକାର ଲାଭାଂଶର ଶତପ୍ରତିଶତ ବୋନସ ଦେବା କଥା। ହେଲେ ଏହା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳି ଓ ଶ୍ରମିକଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଲାଗି ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେଶର କେନ୍ଦୁପତ୍ର ଉପତ୍ାଦନ ହେଉଥିବା ଅନ୍ୟ ରାଜ୍ୟର ସରକାର ଲାଭାଂଶରୁ ଶତପ୍ରତିଶତ ବୋନସ ଦେଉଛନ୍ତି। ହେଲେ ରାଜ୍ୟ ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri