କେନ୍ଦୁପତ୍ର ବୋନସ ଘୋଷଣାକୁ ଲଲିପପ୍‌ କହିଲା ଭାଜପା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ରାଜ୍ୟ ସରକାର ଏକ ‘ଲଲିପପ୍‌’ ଧରାଇ ଦେଇଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବୋନସ ଘୋଷଣାକୁ ନେଇ ପ୍ରଦୀପ କହିଛନ୍ତି, କେନ୍ଦୁପତ୍ର ତୋଳାଳି, ଗଛ କଟାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ସରକାର ଚଳିତବର୍ଷ କେନ୍ଦୁପତ୍ର ସଂସ୍ଥାରୁ ୪୦୦ କୋଟି ଲାଭ ପାଇଛନ୍ତି। ବର୍ତ୍ତମାନ ଗଚ୍ଛିତ ଥିବା ପତ୍ର ବିକ୍ରି ହେଲେ ଆଉ ୧୫୦ କୋଟି ଟଙ୍କା ସରକାର ଲାଭ ପାଇବାକୁ ଯାଉଛନ୍ତି। ପେସା ଆଇନ ଲାଗୁ ହେବାପରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ପରିବାରଙ୍କ ସମ୍ପୂର୍ଣ୍ଣ ଅଧିକାର ଥିବା ସତ୍ତ୍ୱେ ସରକାର ଲାଭାଂଶର ଶତପ୍ରତିଶତ ବୋନସ ଦେବା କଥା। ହେଲେ ଏହା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତୋଳାଳି ଓ ଶ୍ରମିକଙ୍କୁ ମାତ୍ର ୯୨.୩୭ କୋଟି ଟଙ୍କା ବୋନସ ଦେବା ଲାଗି ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେଶର କେନ୍ଦୁପତ୍ର ଉପତ୍ାଦନ ହେଉଥିବା ଅନ୍ୟ ରାଜ୍ୟର ସରକାର ଲାଭାଂଶରୁ ଶତପ୍ରତିଶତ ବୋନସ ଦେଉଛନ୍ତି। ହେଲେ ରାଜ୍ୟ ସରକାର କେନ୍ଦୁପତ୍ର ଲାଭାଂଶର ଅର୍ଥକୁ ନିଜ ରାଜକୋଷରେ ରଖି ଅନ୍ୟ ଦିଗରେ ଖର୍ଚ୍ଚ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁ ବନ୍ୟ ଜନ୍ତୁଙ୍କର ଯେପରି...

ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା: ମେ’୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା

ଭୁବନେଶ୍ୱର, ୧୫-୧୧(ବ୍ୟୁରୋ):ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ସମୁଦ୍ରରୁ ମାଛଧରା ଉପରେ ସରକାର କଟକଣା ଜାରି କରିଛନ୍ତି। ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର...

ଆଉ ୨୦ ଏୟାରପୋର୍ଟରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର, ୪ା୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧକୁ ଜୋର ଦେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ...

୨୦୦୫.୮୯ କୋଟି ଖର୍ଚ୍ଚରେ ନିଯୁକ୍ତି ପାଇବେ ୩୫୪୫

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ ‘ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ। ଏଥିପାଇଁ କମ୍ପାନୀ...

ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍‌ ମେଶିନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ...

ଜେଲ୍‌ରୁ ବାହାରି ଶୋଭାଯାତ୍ରାରେ ଯିବା ମହଙ୍ଗା ପଡ଼ିଲା: ୪ ଗିରଫ

ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ...

ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ...

ବାଳାଶ୍ରମରୁ ୧୩ ଅନ୍ତେବାସୀ ନିଖୋଜ: ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତିରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ...

Advertisement
Archives

Model This Week