କେନ୍ଦୁଝରରେ ପ୍ରତିଷ୍ଠା ହେବ କୋଭିଡ୍‌-୧୯ ହସ୍‌ପିଟାଲ: ବୁଝାମଣାପତ୍ର ସ୍ବାକ୍ଷରିତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ.)-କେନ୍ଦୁଝରଠାରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍‌ପିଟାଲ। ଏ ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ କେନ୍ଦୁଝର ଜିଲା ପ୍ରଶାସନ. ସିଡିଏମଓ ଏବଂ ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃ. ଭୁବନେଶ୍ୱର ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଏହି ୨୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ସୁବିଧା ସହିତ ଆଇସିୟୁ ରହିବ। ଏହା ରାଜ୍ୟସ୍ତରୀୟ କୋଭିଡ୍‌-୧୯ ହସ୍‌ପିଟାଲର ମଡେଲ ଅନୁଯାୟୀ ହେବ। ବୁଝାମଣାପତ୍ରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଆଶିଷ ଠାକ୍‌ରେ ଓ ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃ ପକ୍ଷରୁ ସିଇଓ ସୟଦ୍‌ କମରନ ହୁସେନ, ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶ ସ୍ବାକ୍ଷର କରିଥିଲେ। କେନ୍ଦୁଝର ସହର ଉପକଣ୍ଠ ରାଙ୍କିଠାରେ ଏହି ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଡିଏମ୍‌ଏଫ୍‌ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ଯୋଗାଇ ଦିଆଯିବ। କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଏବଂ ପଜିଟିଭ୍‌ ବାହାରିଥିବା ବ୍ୟକ୍ତିମାନଙ୍କର ଚିକତ୍ସା ଏହି ହସିପିଟାଲରେ କରାଯିବ। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଉକ୍ତ ହସ୍‌ପିଟାଲର ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ଯୋଗ୍ୟ ହେବ ବୋଲି ଜିଲାପାଳ ଠାକ୍‌ରେ ସୂଚନା ଦେଇଛନ୍ତି। ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଅତିରିକ୍ତ ଜିଲାପାଳ, ରାଜସ୍ବ ସନ୍ତୋଷ କୁମାର ନାୟକ, ପିଏ ଆଇଟିଡିଏ କେନ୍ଦୁଝର ନାରାୟଣ ମୁର୍ମୁ, ଜିଲା ମୁଖ୍ୟ ଚିକିସତ୍ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦାଶ, ଏଡିପିଏଚ୍‌ଓ (ଭିଭିଡି) ଡା. ଦେବେନ ଦାଶ, ଉକତ୍ଳ ହସ୍‌ପିଟାଲ ପ୍ରାଇଭେଟ ଲିଃର କର୍ମକର୍ତ୍ତା, ଡିଏମ୍‌ଏଫ୍‌ର କର୍ମକର୍ତ୍ତା ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri