କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

ଡ. ତ୍ରିନାଥ ପଟ୍ଟନାୟକ
ଜ୍ଞାନ, ଗରିମା ଓ ଚରିତ୍ରରୁ ତେଜସ୍ବିତା ପ୍ରକାଶ ପାଇଥାଏ। ତା’ ପାଇଁ କେହି ଶରୀରକୁ ସଜାଇ ଅହଂପୂର୍ଣ୍ଣ ବାର୍ତ୍ତା ବାଣ୍ଟି ତେଜସ୍ବୀ ହୋଇଯାଏ ନାହିଁ। କାର୍ଯ୍ୟସିଦ୍ଧି ଇଚ୍ଛା କରୁଥିବା ମନସ୍ବୀ ପୁରୁଷ କେତେବେଳେ ଭୂମି ଉପରେ ଶୟନ କରେ ତ କେତେବେଳେ ପଲଙ୍କ ଉପରେ, କେତେବେଳେ ଶାଗପତ୍ର ଖାଏ ତ କେତେବେଳେ ମଠାପାଟ ମଧ୍ୟ ପରିଧାନ କରେ। ସେଥିପାଇଁ ସେ ନିଜକୁ ଅନ୍ୟ ନିକଟରେ ଉତ୍ତମ ରୂପେ ଉପସ୍ଥାପନ କରିବା ନିମନ୍ତେ ପ୍ରସ୍ତୁତ କରାଇ ନ ଥାଏ।
ଯେଉଁମାନେ ପ୍ରତିଭାବାନ ସେମାନେ ନିଜକୁ କାହିଁକି ସଜେଇବେ? କାହିଁକି ନା ସେମାନଙ୍କ ହୃଦୟକୁ ସୁନ୍ଦରୀମାନଙ୍କ କଟାକ୍ଷ ବାଣ ବିଦୀର୍ଣ୍ଣ କରିପାରେ ନାହିଁ। କ୍ରୋଧରୂପୀ ଅଗ୍ନିତାପ ଜ୍ୱାଳା ଦେଇପାରେ ନାହିଁ। ବିଷୟ ବାସନା ଲୋଭପାଶ ଦ୍ୱାରା ଟାଣିପାରେ ନାହିଁ। ସେହି ତ ସମସ୍ତ ହୃଦୟକୁ ଜିଣିପାରେ। ନିଜ ଶରୀର ସୌନ୍ଦର୍ଯ୍ୟ ପ୍ରତି ସେ କାହିଁକି ଗୁରୁତ୍ୱ ଦେବ?
ଜଣେ ଅଭିନେତା ଅଭିନୟ ମାଧ୍ୟମରେ ନିଜକୁ ସଜାଇପାରେ। କିଶୋର ବୟସରେ ଯୁବତୀଯୁବକମାନେ ନିଜ ତନୁ ତନିମାକୁ ଆକର୍ଷିତ କରାଇଥାନ୍ତି। ତାହା ବୟସର ଦାବି। ମାତ୍ର ଜଣେ ସମାଜସେବୀ, ନେତା ବୋଲାଉଥିବା ବ୍ୟକ୍ତି, ଜଣେ ସଂସାରବିରାଗୀ, ସାଧୁ ସନ୍ନ୍ୟାସୀ ବୋଲି ନିଜକୁ ଚିହ୍ନାଉଥିବା ବ୍ୟକ୍ତି ପ୍ରତିଦିନ ପ୍ରସାଧନର ପ୍ରଲେପ ନେଇ ସଜାଇବାର କିଛି ମାନେ ନାହିଁ। ତା’ ଦ୍ୱାରା ନିଜର ବ୍ୟକ୍ତିତ୍ୱ ଓ ତେଜସ୍ବିତାର ପରିପ୍ରକାଶ ଆଦୌ ଘଟିବ ନାହିଁ, ବରଂ ସେ ସମାଜରେ ସମାଲୋଚିତ ହେବେ।
ଜଣେ ନେତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଲା। ସେ ବିଭିନ୍ନ ପ୍ରସାଧନ ଓ ଆକର୍ଷକ ପୋଷାକରେ ସଜାଇ ବାହାରକୁ ବାହାରିଲେ। ମୁଁ ବ୍ୟସ୍ତ ହେଉଥାଏ, ଆଉ ମନେ ମନେ ଭାବୁଥାଏ ଗାନ୍ଧୀ, ଗୋପବନ୍ଧୁ ଯଦି ନିଜ ଶରୀର ପ୍ରତି ଏମିତି ଯତ୍ନ ନେଉଥାନ୍ତେ, ତେବେ ସେମାନେ ଦେଶସେବା କେତେବେଳେ କରିଥାନ୍ତେ। ଆଉ ଥରେ ଜଣେ ସାଧୁ ଯାତ୍ରାପାର୍ଟି କଳାକାର ଭଳି ମୁହଁରେ ତୀବ୍ର ପ୍ରସାଧନ ନେଇ ମଞ୍ଚ ଉପରକୁ ଆସିଲେ। ଓଠର ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ଆରକ୍ତ ରଞ୍ଜିତ କରିଥାନ୍ତି। ସେମାନେ ବୁଝନ୍ତି ନାହିଁ ସାଧୁର ସୌନ୍ଦର୍ଯ୍ୟ ପ୍ରତି ସମାଜ ଆକର୍ଷିତ ହୁଏ ନାହିଁ। ସେଥିପାଇଁ ତ ସେମାନେ ମୁଣ୍ଡନ ହୁଅନ୍ତି କି ଅଯତ୍ନ ଭାବେ ଦାଢ଼ି ନିଶ ବାଳ ବଢ଼ାଇ ଦିଅନ୍ତି। ଦେହରେ ପାଉଁଶ ବୋଳନ୍ତି। ବଚନ ଓ ଆଚରଣ ଦ୍ୱାରା ସାଧାରଣ ଜନତା ପ୍ରଭାବିତ ହୁଅନ୍ତି, ଚେହେରାକୁ ଚାହିଁ ନୁହେଁ। ସାଧୁମାନେ ଏସବୁ କଥା ବୁଝିଥିଲେ। ଯଦି ବିଚାରପୂର୍ବକ ଦେଖାଯାଏ ତେବେ ଜଣାପଡ଼େ ସଂସାରରେ ଜୀବନ ନିର୍ବାହ ଓ ଶରୀର ରକ୍ଷା ନିମନ୍ତେ ରୁଚିକର ଅନ୍ନ, ଡାଲି, ତରକାରି, ଥଣ୍ଡା ପାଣିର ଆବଶ୍ୟକତା ଅଛି। ଶୀତୋଷ୍ଣରୁ ରକ୍ଷା ପାଇବା ନିମନ୍ତେ ଦୁଇ ଚାରିଖଣ୍ଡ ବସ୍ତ୍ର ହେଲେ ଚଳିଲା। ଏହା ବ୍ୟତୀତ ଯିଏ ଅଧିକ ଚାହେଁ ତାକୁ ଆମେ ବାହ୍ୟ ଆଡମ୍ବର ବା ଫେଶନ ବୋଲି କହିବା।
ଆଜିକାଲି ବିଦେଶୀ ସଂସ୍କୃତିକୁ ଆଖିଆଗରେ ରଖି ଆମେ କପଡ଼ାକୁ କାଟି ଅତି ଛୋଟ ଖଣ୍ଡ କରି ପୁଣି ଯୋଡି ଦେହ ଦେଖାଯିବା ଭଳି ପୋଷାକ ପ୍ରସ୍ତୁତ କରୁଛୁ। ତାହାକୁ ପିନ୍ଧୁଛୁ। କେବଳ ଫେଶନ ନିମନ୍ତେ ଯେତିକି କପଡା ନଷ୍ଟ ହେଉଛି ଆମ ଦେଶର ଅର୍ଦ୍ଧନଗ୍ନ ରହୁଥିବା ବହୁ ଲୋକଙ୍କର ଶରୀର ତହିଁରେ ଢଙ୍କା ଯାଇପାରନ୍ତା। ବିଳାସପ୍ରିୟତା ଆମମାନଙ୍କୁ ଅହଂଭାବର ନିର୍ଜୀବ କାଠକଣ୍ଢେଇ ସଜାଇ ଦେଲାଣି। ସେଥିପାଇଁ ଆମେ ଆମ ନିଜ ଦେଶ, ଭାଷା, ଜାତି, ଧର୍ମ ଓ ଐତିହ୍ୟ ଗୌରବର ସ୍ବାଭିମାନକୁ ଭୁଲିଗଲୁଣି। ପଞ୍ଚ ଭୌତିକ ଶରୀରରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ସଦ୍‌ଗୁଣ ଓ ସାତ୍ତ୍ୱିକ ବିଚାର ଭରି ରହିଥାଏ। ମାତ୍ର ତାକୁ ଆମେ ଉନ୍ମୋଚନ ନ କରି ବାହ୍ୟାଡମ୍ବରରେ ମାତିଥାଉ। ଆଉ ଗୋଟିଏ କଥା ମନେରଖିବା ଉଚିତ, ଆମେ ଏଇ ସଂସାରକୁ ଲଙ୍ଗଳା ହୋଇ ଆସିଥିଲେ। ଆଉ ଦିନେ ନିଶ୍ଚିତ ଭାବେ ଆମେ ସମସ୍ତ ବ୍ୟସନବାସନାକୁ ଏଇଠି ଛାଡ଼ିଦେଇ ଚାଲିଯିବା। ଏତେ ଭଲରେ ଥିବା, ସଜେଇ ରଖିଥିବା, ସୁଗନ୍ଧ ଲେପନ କରିଥିବା ଶରୀର ଖଣ୍ଡିକ ଅଗ୍ନିରେ ଭଷ୍ମ ହେବ କି ମାଟିରେ ମାଟି ହୋଇ ମିଶିଯିବ। ଆମର ମୂଲ୍ୟବାନ ପରିଧାନ, ସ୍ବର୍ଣ୍ଣ ଅଳଙ୍କାର ସବୁକୁ ପରିବାର ଲୋକେ ଛଡେଇ ରଖିବେ। କିଛି ହେଲେ ଆମ ସାଥିରେ ନେବା ପାଇଁ ଦେବେ ନାହିଁ।
ଏବେ କୁହ ତ ଆମର ବିଳାସବ୍ୟସନ, ଅନ୍ୟକୁ ଆକର୍ଷିତ କରିବାର ପ୍ରଚେଷ୍ଟାର ପରିଣତି କ’ଣ ହେଲା? ଶରୀରସର୍ବସ୍ବ ହୋଇ, ନିଜକୁ ଶ୍ରେଷ୍ଠ ମଣି କ’ଣ ପାଇଲେ? ଆମ ପାଇଁ ସ୍ବତନ୍ତ୍ର ମାଟି କିମ୍ବା ସ୍ବତନ୍ତ୍ର ଅଗ୍ନିର ବ୍ୟବସ୍ଥା ହେଲା କି? ନିଆଁ ସମସ୍ତଙ୍କ ପାଇଁ ଏକମାତ୍ର ନିଆଁ, ମାଟି ମଧ୍ୟ ଧନୀ ଗରିବ ଜ୍ଞାନୀ ମାନୀ ସମସ୍ତଙ୍କ ପାଇଁ ସେଇ ଏକମାତ୍ର ମାଟି।
ଆମେ ସର୍ବଦା ବୁଝି ବିଚାରି କାମ କରିବା ଉଚିତ। ନିଜକୁ ନିଜେ ଚିହ୍ନିବା ପ୍ରୟୋଜନ। ଆତ୍ମଜ୍ଞାନ ଲୋଡ଼ା। ମନ ସ୍ଥିର କରି ପ୍ରକୃତି ଓ ପରିବେଶକୁ ଲକ୍ଷ୍ୟ କର। ସେଇଠି ଅଛନ୍ତି ଈଶ୍ୱର। ଯେଉଁ ଈଶ୍ୱର ସମସ୍ତଙ୍କ ପାଇଁ ଏକ। ସେଥିପାଇଁ ପ୍ରକୃତି ସ୍ବରୂପ ହିଁ ଆନନ୍ଦ ବ୍ରହ୍ମ। ଜ୍ଞାନୀ ହୁଅ, ପ୍ରକୃତିକୁ ଭଲ ପାଅ, ପ୍ରାଣୀ ପ୍ରତି ପ୍ରେମ କର, ଜୀବହିଂସା କରନାହିଁ। ତେବେ ତୁମେ ହୋଇଯିବ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌।
ନିଆଳି, କଟକ, ମୋ-୯୯୩୭୮୪୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଚୋରି

ପାଣିର ଅନ୍ୟ ନାମ ଜଳ। ଜଳ ବିନା ବଞ୍ଚିବା ଅସମ୍ଭବ। ପୃଥିବୀରେ ୩ ଭାଗ ଜଳ ଥିବାବେଳେ ୧ ଭାଗ ସ୍ଥଳ ରହିଛି। ତେବେ ଅନେକ...

ନାଁ ବଦଳେଇବାର ଖେଳ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଆମ ସାର୍‌ ଥରେ କଳାପଟାରେ ଦୁଇଟା ସମାନ ଲମ୍ବର ଗାର ଟାଣି ପଚାରିଲେ, କୌଣସି ବି ଗାରକୁ ନ ଲିଭେଇ...

ଅଭିନବତ୍ୱ ଲାଭଦାୟକ

ସାରା ବିଶ୍ୱରେ ମହିଳାମାନେ ବାର୍ଷିକ ପ୍ରାୟ ୩୨ ଟ୍ରିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ପରିଚାଳନା ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସେମାନେ ଇଚ୍ଛାନୁମୋଦିତ ଖର୍ଚ୍ଚର...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri