Posted inଜାତୀୟ

କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ନେଇ ଦିଲ୍ଲୀର ଭାଜପା ନେତା କପିଲ ମିଶ୍ରା କେଜରିଓ୍ବାଲଙ୍କୁ କଟାକ୍ଷ କରିଛନ୍ତି। ସେହିଭଳି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କାହା ନାଁ ନ ନେଇ କହିଛନ୍ତି ହନୁମାନଙ୍କୁ ଆଜିର ରାବଣମାନେ ଡରୁଛନ୍ତି। ସେହିଭଳି ଉତ୍ତର ପ୍ରଦେଶ ଗୋରଖପୁର ଲୋକ ସଭା ଆସନର ଭାଜପା ଏମ୍‌ପି ରବି କିଶନ କହିଛନ୍ତି, ଶାହିନ ବାଗରେ ବିରିୟାନି ଖାଇବା ପରେ ଏବେ କେଜରିଓ୍ବାଲଙ୍କ ମୁଣ୍ଡରେ ହଠାତ୍‌ ଏମିତି ଚିନ୍ତାଧାରା ପଶିଛି। ସେ ହନୁମାନଙ୍କୁ ବୋକା ବନାଇ ପାରିବେ ନାହିଁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜରିଓ୍ବାଲ ହାରୁଛନ୍ତି ତେଣୁ ସେ ଏଭଳି କଥା କହୁଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏକ ଘରୋଇ ଚ୍ୟାନେଲରେ ସେ ନିଜକୁ ହନୁମାନ ଭକ୍ତ କହିବା ସହ ହନୁମାନ ଚାଳିଶା ପାଠ କରିଥିଲେ। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୩; ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଲା

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍‌ରୁ ତୃତୀୟ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଗେଟ୍‌ ବାହାରେ ଖାଦ୍ୟ ପୁଡ଼ିଆ ରଖୁଛନ୍ତି ପରିବାର ସଦସ୍ୟ: ଭୋକ ବିକଳରେ ଖାଉଛନ୍ତି ପ୍ରବାସୀ

ମହାସମୁନ୍ଦ, ୩୦।୬: ଭୋକ ବିକଳରେ ମଣିଷ ସବୁ କରିବାକୁ ପ୍ରସ୍ତୁତ। ଏହାର ସଦ୍ୟତମ ଉଦାହରଣ ଛତିଶଗଡ଼ର ମହାସମୁନ୍ଦ ଜିଲାରେ ଥିବା ଏକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଦେଖିବାକୁ...

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ...

ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ

ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ...

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ...

ରାଜସ୍ଥାନ ସରକାରଙ୍କୁ ଏବେ ଘୋଡ଼ା ବେପାର ଡର!

ଜୟପୁର,୧୩।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ୧୮ ମାସ ପୂରଣ ହୋଇଥିବା ବେଳେ ଏବେ ଏଥିରେ କାହାର ନଜର ଲାଗିଛି ବୋଲି ଆଲୋଚନା ହେଉଛି। ଉପ...

ୟୁକ୍ରେନ ପ୍ରସଙ୍ଗରେ ବିବୃତି ରଖିବେ ଜୟଶଙ୍କର

ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍‌ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ...

ପାଇଲଟଙ୍କୁ କଂଗ୍ରେସ ଡରାଇଲା, ଡାକିଲା

ଜୟପୁର/ନୂଆଦିଲ୍ଲୀ,୧୬ା୭: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ହରାଇଥିବା ସଚିନ ପାଇଲଟ ଭାଜପାରେ ମିଶିବେ ବୋଲି ଯାହା କଳ୍ପନାଜଳ୍ପନା ପ୍ରକାଶ...

Advertisement
Archives

Model This Week