କୃଷ୍ଣପୁର-କରମଙ୍ଗୀ ରାସ୍ତା ଶୋଚନୀୟ

ତେଲକୋଇ, ୬।୧୦(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର କୃଷ୍ଣପୁର ଦେଇ କରମଙ୍ଗୀ ପଞ୍ଚାୟତ ମୁଖ୍ୟାଳୟର ରାସ୍ତା ଶୋଚନୀୟ ହୋଇପଡିଛି । କୃଷ୍ଣପୁର ଗ୍ରାମଠାରୁ କରମଙ୍ଗୀ ପର୍ଯ୍ୟନ୍ତ ରହିଛି ୩କି.ମି. ରାସ୍ତା। ଏହା ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବା ବେଳେ ଦୀର୍ଘ ଦିନରୁ ଉକ୍ତ ରାସ୍ତାର ମରାମତି ହୋଇ ପାରି ନ ଥିବା ଯୋଗୁ ଏବେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଏହା ରାସ୍ତା ଦେଇ ରାଇସୁଆଁ, ବଳଭଦ୍ରପୁର, ପୁରୁଜୋଡା ଓ କାଳିଆହତା ପଞ୍ଚାୟତର ଲୋକେ ଯାତ୍ରୀବାହୀ ବସ ଯୋଗେ ଯାତାୟାତ କରନ୍ତି। ହେଲେ ବିଭାଗୀୟ ଅବହେଳା ଯୋଗୁ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏସମ୍ପର୍କରେ ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗୀୟ ଯନ୍ତ୍ରୀ ଆର.ସେଠୀଙ୍କୁ ପଚାରିବାରୁ ଆମ ବିଭାଗର ଏସଡିଓଙ୍କ ବଦଳି ହୋଇଛି । ହେଲେ ଉକ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇ ସାରିଛି । ଆଗାମୀ ଦିନରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୨ା୭(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ...

ବୃକ୍ଷରୋପଣ ପାଲଟିଛି ପ୍ରହସନ

ଚମ୍ପୁଆ, ୨।୧୦(ଡି.ଏନ.ଏ.)-ଜୀବ ଜଗତ ବଞ୍ଚିରହିବା ତଥା ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାରୀ ଓ ବେସରକାରୀ...

ବାୟାପଣ୍ଡାଧାର ଗାଁରେ ଆଇଟିଡିଏର ଟିମ୍‌

କେନ୍ଦୁଝର, ୪ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ ବର୍ଷକରେ ଅକାଳରେ ୧୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଏକ ଖବର...

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର

କେନ୍ଦୁଝର,୨୧।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏକ...

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି...

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ...

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

କେନ୍ଦୁଝର,୫।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ବାହାରି ଯୋଡା ଟିସ୍କୋ...

Advertisement
Archives

Model This Week