କୃଷି ସୂଚନା, ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

ଖଜୁରିପଡ଼ା,୨୭ା୯(ଡି.ଏନ.ଏ.)- ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସଫଳ ରୂପାୟନ ନିମନ୍ତେ ବହୁ ଟଙ୍କା ବ୍ୟୟ କରାଯାଉଛି। ମାତ୍ର କେତେକ କାରଣରୁ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଯୋଜନା। ଖଜୁରିପଡ଼ା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଖଜୁରିପଡ଼ା ବ୍ଲକ କାର୍ଯ୍ୟାଳୟକୁ ଲାଗି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଲାଗି କୋଠାଘର ନିର୍ମାଣ ହୋଇଛି। ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ଉଦ୍‌ଘାଟନ ହୋଇପାରନି କି ଏହା କୃଷକଙ୍କ ହିତରେ ଲାଗି ପାରିଲାନି। ଏବେ ଏହି କୋଠା ଭୂତକୋଠି ପାଲଟିଛି। ଚାରିପାଖେ ଗଛଲଟା ମାଡ଼ି ଗଲାଣି। କୋଠା କାହା ସ୍ବାର୍ଥ ପାଇଁ ନିର୍ମାଣ କରାଯାଇଛି ଓ କୃଷି ବିଜ୍ଞାନ କେନ୍ଦ୍ର କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷକଙ୍କୁ ଚାଷ କାର୍ଯ୍ୟ ଓ ଚାଷ ପ୍ରଣାଳୀ ଉପରେ ସୂଚନା ବା ପରାମର୍ଶ ଦେବାପାଇଁ ହୋଇଥିବା ଏହି କେନ୍ଦ୍ର ଲକ୍ଷ୍ୟଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି ବୋଲି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଲୋକେ ଧୀରେ ଧୀରେ କୃଷି କାର୍ଯ୍ୟକୁ ପଛରେ ପକାଇ ନିଜ ଗାଁ ଛାଡ଼ି ବାହାରକୁ ମୂଲ ଲାଗିବାକୁ ଯାଉଛନ୍ତି। ଖଜୁରିପଡ଼ା ବ୍ଲକ ୧୪ ପଞ୍ଚାୟତକୁ ନେଇ ଗଠିତ। ସମସ୍ତ ପଞ୍ଚାୟତରେ ଚାଷ କାର୍ଯ୍ୟ ଚାଲିଛି। ହେଲେ ଚାଷୀଙ୍କୁ ଠିକ ସମୟରେ ଚାଷ ସମ୍ପର୍କିତ ସୂଚନା ଓ ଉଚିତ ପରାମର୍ଶ ଦେବା ପାଇଁ ନିର୍ମିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସୁଫଳ ମିଳୁନି। ଅନ୍ୟପକ୍ଷରେ ଖଜୁରିପଡ଼ା କୃଷି କାର୍ଯ୍ୟଳୟକୁ ଗଲେ ଅଧିକାଂଶ ସମୟରେ ସହକାରୀ କୃଷି ଅଧିକାରୀଙ୍କୁ ଭେଟି ପାରୁନାହାନ୍ତି କୃଷକମାନେ। କାଁଭାଁ ବର୍ଷକୁ କୋଉଠି କେମିତି କୃଷକ ସମ୍ମିଳନୀ କରାଯାଉଛି । ତାହା ମଧ୍ୟ ହାତଗଣତି କେତେଜଣ ମହିଳା ଓ ପୁରୁଷଙ୍କୁ ନେଇ କାର୍ଯ୍ୟକ୍ରମ ଶେଷ କରି ଦିଆଯାଉଛି। ବ୍ଲକରେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ଅଛନ୍ତି। ୧୦ ହଜାର ୪ ଶହ ୬୭ ହେକ୍ଟର ଚାଷଜମି ଅଛି। ସେଥିରୁ ୫ ହଜାର ୧୮୫ ହେକ୍ଟର ଜମିରେ ଧାନଚାଷ କରାଯାଉଥିବା ବେଳେ ବଳକା ଜମିରେ ଅଣଧାନ ଚାଷ ହେଉଛି ବୋଲି ବ୍ଲକ ସହକାରୀ କୃଷି ଅଧିକାରୀ ଜଗନ୍ନାଥ ବାରିକ ପ୍ରକାଶ କରିଛନ୍ତି। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଉପ ନିର୍ଦ୍ଦେଶକ (କୃଷି) ପ୍ରଦୀପ କୁମାର ରଥଙ୍କ ସହ ଯୋଗାଯୋଗ କରିବାରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କୋଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା କହିଥିଲେ। ସାଉଥକୋ ବହୁ ଟଙ୍କାର ଏକ ଏଷ୍ଟିମେଟ ଦେଇଛି। ଉକ୍ତ ଅର୍ଥ ମଞୁର ହେବାରେ ବିଳମ୍ବ ହେଉଛି। ଅନ୍ୟପକ୍ଷରେ କୋଠା ଚାରିପାଖେ ମାଡ଼ିଥିବା ଲଟାବୁଦା ସଫା କରାଯିବା ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri