କୃଷି ଶିକ୍ଷାର ଗୁରୁତ୍ୱ

ଡ. ହୃଷୀକେଶ ପାତ୍ର
କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଆଭିମୁଖ୍ୟ ନେଇ ୧୯୬୨ ମସିହାରେ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ମାତ୍ର ଦୁଇଟି ମହାବିଦ୍ୟାଳୟକୁ ନେଇ ଆରମ୍ଭ କରାଯାଇଥିବା ଏହି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଏକ ମହାଦ୍ରୁମରେ ପରିଣତ ହୋଇଛି। ବିଭିନ୍ନ ମହାବିଦ୍ୟାଳୟ ସମେତ କୃଷି ଗବେଷଣା କେନ୍ଦ୍ର ଓ କୃଷିବିଜ୍ଞାନ କେନ୍ଦ୍ର ଯୋଗୁ ରାଜ୍ୟର ସମସ୍ତ ଜିଲାରେ ଏହାର ଉପସ୍ଥିତି ଉପଲବ୍ଧ ହେଉଛି। ସମ୍ପ୍ରତି ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୦ ଗୋଟି ମହାବିଦ୍ୟାଳୟ, ଗୋଟିଏ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ର ଏବଂ ୧୦ଟି ଆଗ୍ରୋପଲିଟେକ୍‌ନିକ୍‌ କେନ୍ଦ୍ର ମାଧ୍ୟମରେ କୃଷି, ଉଦ୍ୟାନ କୃଷି, ପଶୁପାଳନ, କୃଷି ଯାନ୍ତ୍ରିକ, ଗୃହ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନ, ବନ ବିଜ୍ଞାନ, ମୌଳିକ ବିଜ୍ଞାନ, ବାୟୋଇନ୍‌୍‌ଫରର୍ମେଟିକ୍ସ, କମ୍ପ୍ୟୁଟର ସାଇନ୍‌୍‌ସ, ଏଗ୍ରିବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ଆଦି ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି।
ଏହି ବିଶ୍ୱବିଦ୍ୟାଳୟ ଅନେକ ସଫଳତା ହାସଲ କରିଛି। ଶିକ୍ଷା କ୍ଷେତ୍ରରେ ମାନବୃଦ୍ଧି ନିମନ୍ତେ ବିଶ୍ୱବିଦ୍ୟାଳୟ ତରଫରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦର ପଞ୍ଚମ ଡିନ୍‌ କମିଟିର ସୁପାରିସ ଏବଂ ପ୍ରାଣୀ ଚିକିତ୍ସା ଶିକ୍ଷାର ସର୍ବନିମ୍ନ ମାନ ନିୟମାବଳୀ ଅନୁଯାୟୀ ପାଠ୍ୟଖସଡ଼ାରେ ପରିବର୍ତ୍ତନ କରାଯାଇଛି। କଠିନ ଅଧ୍ୟବସାୟ ଏବଂ ନିଷ୍ଠାପର ଉଦ୍ୟମ ଯୋଗୁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅନେକ ସଫଳତା ଆଣିପାରିଛନ୍ତି। ବିଗତ କେତେବର୍ଷ ହେବ ସେମାନେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ ପରୀକ୍ଷାରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।
ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ରାଜ୍ୟ, ଦେଶ ତଥା ବିଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅଳଙ୍କୃତ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଏହାଛଡା କେତେଜଣ ନିଜସ୍ବ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରି ନିଜର ଆୟ ବୃଦ୍ଧି କରିବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି।
ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ କରାଯାଇ ଏହାକୁ ଯୁଗୋପଯୋଗୀ କରାଯାଇଛି। ଛାତ୍ରୀଛାତ୍ରମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଶ୍ରେଣୀଗୃହରେ ଜ୍ଞାନପ୍ରଦାନ ସହିତ କୃଷି କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ବିଷୟରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଇବା ନିମନ୍ତେ ଚେଷ୍ଟା କରାଯାଉଛି। ଛାତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ସମଗ୍ର ଦେଶରେ ପ୍ରମୁଖ ସ୍ଥାନ ଅଧିକାର କରିଛି। କୃଷିବିଜ୍ଞାନ ଓ ଉଦ୍ୟାନ ବିଜ୍ଞାନ ମହାବିଦ୍ୟାଳୟର ଶେଷବର୍ଷ ଛାତ୍ରୀଛାତ୍ରମାନେ ଗ୍ରାମାଞ୍ଚଳକୁ ଯାଇ କୃଷକମାନଙ୍କ ସମସ୍ୟା ବିଷୟରେ ଅବଗତ ହେବା ନିମନ୍ତେ ସୁଯୋଗ ସୃଷ୍ଟି ହୋଇଛି। ଏଥିସହିତ କୃଷିଭିତ୍ତିକ ଶିଳ୍ପ ସଂସ୍ଥା ସହିତ ସମ୍ପୃକ୍ତ ହୋଇ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିପାରୁଛନ୍ତି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ପାଇଁ ଅନୁଭୂତିରୁ ଶିକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ଼ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରମାନେ ବ୍ୟବସାୟିକ ମଡେଲ ଅନୁକରଣ କରି ବିଭିନ୍ନ କୃଷିଜାତ ସାମଗ୍ରୀ ଉପତ୍ାଦନ କରୁଛନ୍ତି। ଛତୁଚାଷ, ଚାରାଗଛ ଉପତ୍ାଦନ, ପନିପରିବା ଉପତ୍ାଦନ, ବିହନ ଉପତ୍ାଦନ, ପଶୁପାଳନ, ମାଛ ଯାଆଁଳ ପ୍ରସ୍ତୁତି ଆଦି କ୍ଷେତ୍ରରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବା ଯୋଗୁ ସେମାନଙ୍କ ମନରେ ଉଦ୍ୟୋଗୀ ଭାବ ଜାଗ୍ରତ ହେଉଛି।
ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ନିମନ୍ତେ ବିଭିନ୍ନ ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧନ କରାଯାଇଛି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟରେ ଏକ କେନ୍ଦ୍ରୀୟ ପାଠାଗାର ରହିଛି। ଏହା ମଧ୍ୟରେ ସାଧାରଣ ପୁସ୍ତକ ଓ ପତ୍ରପତ୍ରିକା ସମେତ ବିଭିନ୍ନ ଡିଜିଟାଲ ପତ୍ରପତ୍ରିକା ଓ ପୁସ୍ତକ ମିଳୁଛି। ଶିକ୍ଷା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବେଶ୍‌ ସଫଳତା ହାସଲ କରିପାରିଛନ୍ତି।
ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନବୃଦ୍ଧି ନିମନ୍ତେ କେତେକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସେସବୁ ମଧ୍ୟରେ ସମସ୍ତ ମହାବିଦ୍ୟାଳୟରେ ଏକ ପ୍ରକାର ଶିକ୍ଷା କ୍ୟାଲେଣ୍ଡର ପ୍ରଚଳନ, ନିୟମିତ ଭାବେ ପରୀକ୍ଷା ଫଳ ପ୍ରକାଶ, ଅନ୍‌ଲାଇନ୍‌ରେ ନାମଲେଖା ଆଦି ଅନ୍ତର୍ଭୁକ୍ତ। ଆଗାମୀ ଦିନରେ ଛାତ୍ର ଓ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଏବଂ ପରିଚାଳନାଗତ ମାନବୃଦ୍ଧି ନିମନ୍ତେ ଜାତୀୟ କୃଷି ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ସହାୟତାରେ ଅଭିନବ ପଦେକ୍ଷପ ଗ୍ରହଣ କରିବା ପାଇଁ ଯୋଜନା କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତବର୍ଷ କେତେଜଣ ଛାତ୍ରୀଛାତ୍ର ଫିଲିପାଇନ୍‌ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଯାଇ ଉଚ୍ଚତର ଜ୍ଞାନ ହାସଲ କରିଛନ୍ତି। ଆଗାମୀ ଦିନରେ କୃଷି ଓ ଆନୁଷଙ୍ଗିକ ବିଷୟରେ ନୂତନ ବିଭାଗ ଖୋଲାଯାଇ ଶିକ୍ଷା ପରିସରକୁ ବ୍ୟାପକ କରିବା ପାଇଁ ଉଦ୍ୟମ ହେଉଛି। ଛାତ୍ରୀଛାତ୍ରଙ୍କ ପ୍ରୟୋଗାତ୍ମକ ଜ୍ଞାନର ବିକାଶ ନିମନ୍ତେ ପରୀକ୍ଷାଗାର, ଗବେଷଣା ଫାର୍ମ, ପ୍ରାଣୀଧନ ଫାର୍ମ ଆଦିର ମାନ ଉନ୍ନତ କରାଯିବା ପାଇଁ ଯୋଜନା ରହିଛି। ଶିକ୍ଷା ଓ ଗବେଷଣାର ମାନବୃଦ୍ଧି ନିମନ୍ତେ କମ୍ପ୍ୟୁଟର ବିଜ୍ଞାନ, ଜୈବ ପ୍ରଯୁକ୍ତିବିଦ୍ୟା, ପ୍ରାକୃତିକ ସମ୍ପଦ ପରିଚାଳନା, ପରିବେଶ ବିଜ୍ଞାନ, ଜଳବାୟୁ ବିଜ୍ଞାନ ଓ ଜୈବବିବିଧତା ଆଦିର ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହାଦ୍ୱାରା ରାଜ୍ୟର କୃଷିକ୍ଷେତ୍ର ବିଶେଷ ଭାବେ ଉପକୃତ ହୋଇପାରିବ ବୋଲି ଆଶା କରାଯାଏ।
(ଓୟୁଏଟିର ୩୮ତମ ସମାବର୍ତ୍ତନ ଉତ୍ସବ ଉପଲକ୍ଷେ)
ନିର୍ଦ୍ଦେଶକ, ଯୋଜନା, ତଦାରଖ ଓ ମୂଲ୍ୟାୟନ, ଓୟୁଏଟି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri