କୃଷି ଯନ୍ତ୍ରପାତି ଉଦ୍ଭାବକ କୁନି ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ରୂପ୍‌ସା, ୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକର ୭ମ ଶ୍ରେଣୀ ଅଧ୍ୟୟନରତ କୁନି ବୈଜ୍ଞାନିକ ବିପ୍ଳବ କୁମାର ଘୋଷଙ୍କୁ ବେଣାପୁରା ‘ଜୀବନ ସାଥି’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଇଂ. ଦୀପ୍ତିମାନ ପତିଙ୍କ ସମେତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କୁନି ବୈଜ୍ଞାନିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ କୃଷି ଯନ୍ତ୍ରପାତି ଉଦ୍ଭାବନରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଛାତ୍ର ବିପ୍ଳବ ସଫଳ ହେବା ପରେ ସେ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଟି ପାର୍ଟିରେ ଯୋଗଦେବାକୁ ସ୍ଥାନ ପାଇଥିବାରୁ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ମାତ୍ର ୧୨ବର୍ଷ ବୟସରେ ସେ ଏଭଳି ଏକ ନୂତନ କୃଷିଯନ୍ତ୍ର ଉଦ୍ଭାବନ କରିଛନ୍ତି, ଯାହା ଏକ ସମୟରେ ଜମିରେ ହଳ, ମହୀ, ବିହନ ଓ ସାର ବୁଣିବା ସହ ଔଷଧ ଓ ପାଣି ସ୍ପ୍ରେ ଭଳି ୬ଟି କାର୍ଯ୍ୟ କରିପାରିବ। ସଙ୍ଗଠନର କର୍ମକର୍ତ୍ତା ଏହି କୁନି ବୈଜ୍ଞାନିକଙ୍କ ସହ ଆଲୋଚନା କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri