କୂଅ ଖୋଳି ବକେୟା ବିଲ୍‌ ପାଉନାହାନ୍ତି ଚାଷୀ

ବୈପାରୀଗୁଡ଼ା,୨୫।୨(ଡି.ଏନ୍‌.ଏ.)

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କୂଅ ଖୋଳି ବିଲ୍‌ ପାଇବା ପାଇଁ ଜଣେ ଚାଷୀଙ୍କ ହନ୍ତସନ୍ତ ହେବାକୁ ପଡ଼ିଛି। ସେ ହେଲେ ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଖଷର୍ଲିଗୁଡ଼ା ଗ୍ରାମର ହରି ଜନମ (୫୦)।
ହରି ଜଣେ ପରିବା ଚାଷୀ। ନିଜ ଉଦ୍ୟମରେ ସେ ଜମିରେ ଚୁଆ ଖୋଳି ସେହି ପାଣିରେ ଚାଷ କରୁଥିଲେ। ପୂର୍ବରୁ ତାଙ୍କୁ ମିଳିଥିବା ଏକ ଆବାସ ଘର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିଥିଲେ। ବ୍ଲକ ପ୍ରଶାସନ ଖୁସି ହୋଇ ପରେ ତାଙ୍କ ପରିବା ଚାଷକୁ ପ୍ରୋତ୍ସାହନ ଦେବାକୁ ଯାଇ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ଲକ୍ଷ ୪୦ ହଜାର ଟଙ୍କା ଅଟ୍ଟକଳରେ ଏକ କୂଅ ଖୋଳାଇବା ପାଇଁ ତାଙ୍କୁ ଚୟନ କରିଥିଲେ। ଏଥିରେ ନିଜେ ହରି ଅନ୍ୟ ଶ୍ରମିକଙ୍କ ସହ ଶ୍ରମଦାନ କରିଥିଲେ। ୬ ମାସ ତଳେ କୂଅଖୋଳା ସଂପୂର୍ଣ୍ଣ ହୋଇଥିବା ବେଳେ ଶ୍ରମିକମାନ ମଜୁରି ପାଇଗଲେଣି। କିନ୍ତୁ ଏଥିରେ ମ୍ୟାଟେରିଆଲ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବାକୁ ବାକି ଅଛି ା ଏ ବାବଦକୁ ଯାହା କିଛି ପରିବା ବିକା ଟଙ୍କା ଓ ଧାର କରଜ କରି ଖର୍ଚ୍ଚ କରିଥିବା ହରିଙ୍କୁ ବାରମ୍ବାର ବ୍ଲକ ପ୍ରଶାସନ ପାଖକୁ ଧାଇଁ ନିରାଶ ହେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମ୍ୟାଟେରିଆଲ୍ସ ବାବଦୀୟ ବିଲ୍‌ ଭେଣ୍ଡରଙ୍କ ଖାତାକୁ ଯାଇଥାଏ। ହିତାଧିକାରୀଙ୍କ ଦ୍ବାରା ଭେଣ୍ଡରଙ୍କ ନାମ ସୁପାରିଶ କରିବା ନିୟମ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାହାକୁ ଭେଣ୍ଡର ଭାବେ ବଛାଯାଇଛି ବୋଲି ହରି ଜାଣିନାହାନ୍ତି। ଭେଣ୍ଡରଙ୍କଠାରୁ ସେ ବଳକା ଅର୍ଥ ଫେରସ୍ତ ପାଇବେ। କିନ୍ତୁ ଶ୍ରମିକ ମଜୁରି ମିଳିବା ପରେ ମ୍ୟାଟେରିଆଲ୍ସ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିପାଇଁ ବାରମ୍ବାର ବ୍ଲକ ଅଫିସ୍‌କୁ ଆସି ବିଡିଓ ଓ ଯନ୍ତ୍ରୀଙ୍କୁ ଭେଟୁଛନ୍ତି। କିନ୍ତୁ ସେମାନେ କେବଳ ଦିନ ଗଡ଼େଇ ଗଡ଼େଇ ଚାଲୁଛନ୍ତି। ତେଣେ ହରିଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିଗଲାଣି। ଏପରିକି ଦିନେ ବିଡିଓଙ୍କ ସାମ୍ନାରେ ବିଷ ବୋତଲ ଦେଖାଇ ଆତ୍ମହତ୍ୟା ଧମକ ମଧ୍ୟ ଦେଇଥିଲେ। ସୋମବାର ପୁଣିଥରେ ବିଡିଓ ରଜନୀକାନ୍ତ ଦାସଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି। ଟଙ୍କା ତୁରନ୍ତ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଏଥିରେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ କହିଛନ୍ତି, ଉପରୁ ଟଙ୍କା ଆସିନାହିଁ। ଟଙ୍କା ଆସିଲେ ତୁରନ୍ତ ଦିଆଯିବ। କିନ୍ତୁ ବିଡିଓଙ୍କ ଆଶ୍ୱସନାକୁ ଗରିବ ହରି ଭରସା କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri