କୁଳପତିଙ୍କ ବ୍ୟଙ୍ଗ ଫଟୋ, ଭିଡିଓ ଭାଇରାଲ

କଟକ ଅଫିସ,୪ା୨: ସୋସିଆଲ ମିଡିଆ ଟିକ୍‌ଟକ୍‌ ଓ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ବ୍ୟଙ୍ଗ ଫଟୋ ଓ ଭିଡିଓ। ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଓ ପୂର୍ବତନ ଛାତ୍ର ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, କୁଳପତି ସମୂହ ପୂଜା ପାଳନକୁ ସମର୍ଥନ କରି ଭିନ୍ନଭିନ୍ନ ହଷ୍ଟେଲରେ ବ୍ୟକ୍ତିଗତ ଭାବେ ନ କରିବାକୁ ନୋଟିସ ଜାରି କରିଥିଲେ। ବିଶ୍ୱବିଦ୍ୟାଳୟର ଗୋଟିଏ ସ୍ଥାନରେ ହିଁ ସମୂହ ପୂଜା ହେବ ବୋଲି କୁହାଯାଇଥିଲା। ଗତ ଗଣେଶ ପୂଜାରେ ଏହି ନୋଟିସ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସମର୍ଥନ କରିଥିଲେ। ହେଲେ ସରସ୍ବତୀ ପୂଜାରେ ନିୟମକୁ କେହି ମାନି ନ ଥିଲେ। ସମସ୍ତ ହଷ୍ଟେଲରେ ପୃଥକ ଭାବେ ପାଳନ ହୋଇଥିଲା ସରସ୍ବତୀ ପୂଜା। ଏହି ପ୍ରସଙ୍ଗକୁ ଆଧାରକରି ବ୍ୟଙ୍ଗ ଭିଡିଓ ଓ ଫଟୋ ଭାଇରାଲ ହୋଇଛି। ‘କୁଳପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି, ତାଙ୍କ ବାରଣ ସତ୍ତ୍ବେ ଛାତ୍ରୀଛାତ୍ର ନିଜ ଅଧିକାର ଜାହିର କରିଛନ୍ତି’ ବୋଲି ବ୍ୟଙ୍ଗାତ୍ମକ ଫଟୋରେ କ୍ୟାପସନ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପରବର୍ତ୍ତୀ କୁଳପତି ହେବେ ବୋଲି ବ୍ୟଙ୍ଗ ଫଟୋରେ ଉଲ୍ଲେଖ କରାଯାଇଛି। ଏ ନେଇ କୁଳପତି ପ୍ରଫେସର ପାତ୍ର କୁହନ୍ତି, କୁଳପତି ପଦବୀକୁ ସମ୍ମାନ ଦିଆଯିବା ଉଚିତ। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ସାଇବର ସେଲ୍‌ରେ ଅଭିଯୋଗ କରାଯିବ। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ସତ୍ତ୍ୱେ ମାତିଲେ ଲୁଟେରା

ଭୁବନେଶ୍ୱର, ୫।୭(ବ୍ୟୁରୋ) : ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସତ୍ତ୍ୱେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୁଟେରା ସକ୍ରିୟ...

୧୦ ଲକ୍ଷ ଟପିଲା କରୋନା ପରୀକ୍ଷା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ରାଜ୍ୟରେ କୋଭିଡ୍‌ ଟେଷ୍ଟ ୧୦...

ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ

ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍‌...

‘ପ୍ରତିଦ୍ୱନ୍ଦ୍ୱିତା ପାଇଁ ରଣନୀତି ଆବଶ୍ୟକ’

ଭୁବନେଶ୍ୱର,୧୧।୭(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)-୨୦୨୧ର ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରୁତି ଶର୍ମା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିଲେ। ୨୫ ବର୍ଷୀୟା ଶ୍ରୁତି ଦ୍ୱିତୀୟ ଥର...

ଅପରାହ୍ନରେ ବସିବ କୋଭିଡ୍‌ ସମୀକ୍ଷା ବୈଠକ, ନିଆଯାଇପାରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। ଏହାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ତେବେ କୋଭିଡ୍‌କୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ...

ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର...

ଛଉନୃତ୍ୟ ପରିଚାଳନା ପାଇଁ ସ୍ବତନ୍ତ୍ର କମିଟି

ବାରିପଦା ଅଫିସ,୯।୪ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଜିଲାର ଛଉ ନୃତ୍ୟ ଆସନ୍ତା ୧୧ରୁ ଅନୁଷ୍ଠିତ ହେବ। ୩ ଦିନିଆ ଏହି ଚୈତ୍ରପର୍ବ-୨୨ର ସିଧା ପ୍ରସାରଣ କରାଯିବା...

Advertisement
Archives

Model This Week