କୁଳପତିଙ୍କ ବ୍ୟଙ୍ଗ ଫଟୋ, ଭିଡିଓ ଭାଇରାଲ

କଟକ ଅଫିସ,୪ା୨: ସୋସିଆଲ ମିଡିଆ ଟିକ୍‌ଟକ୍‌ ଓ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ ବ୍ୟଙ୍ଗ ଫଟୋ ଓ ଭିଡିଓ। ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଓ ପୂର୍ବତନ ଛାତ୍ର ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, କୁଳପତି ସମୂହ ପୂଜା ପାଳନକୁ ସମର୍ଥନ କରି ଭିନ୍ନଭିନ୍ନ ହଷ୍ଟେଲରେ ବ୍ୟକ୍ତିଗତ ଭାବେ ନ କରିବାକୁ ନୋଟିସ ଜାରି କରିଥିଲେ। ବିଶ୍ୱବିଦ୍ୟାଳୟର ଗୋଟିଏ ସ୍ଥାନରେ ହିଁ ସମୂହ ପୂଜା ହେବ ବୋଲି କୁହାଯାଇଥିଲା। ଗତ ଗଣେଶ ପୂଜାରେ ଏହି ନୋଟିସ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ସମର୍ଥନ କରିଥିଲେ। ହେଲେ ସରସ୍ବତୀ ପୂଜାରେ ନିୟମକୁ କେହି ମାନି ନ ଥିଲେ। ସମସ୍ତ ହଷ୍ଟେଲରେ ପୃଥକ ଭାବେ ପାଳନ ହୋଇଥିଲା ସରସ୍ବତୀ ପୂଜା। ଏହି ପ୍ରସଙ୍ଗକୁ ଆଧାରକରି ବ୍ୟଙ୍ଗ ଭିଡିଓ ଓ ଫଟୋ ଭାଇରାଲ ହୋଇଛି। ‘କୁଳପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି, ତାଙ୍କ ବାରଣ ସତ୍ତ୍ବେ ଛାତ୍ରୀଛାତ୍ର ନିଜ ଅଧିକାର ଜାହିର କରିଛନ୍ତି’ ବୋଲି ବ୍ୟଙ୍ଗାତ୍ମକ ଫଟୋରେ କ୍ୟାପସନ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହାଛଡ଼ା ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପରବର୍ତ୍ତୀ କୁଳପତି ହେବେ ବୋଲି ବ୍ୟଙ୍ଗ ଫଟୋରେ ଉଲ୍ଲେଖ କରାଯାଇଛି। ଏ ନେଇ କୁଳପତି ପ୍ରଫେସର ପାତ୍ର କୁହନ୍ତି, କୁଳପତି ପଦବୀକୁ ସମ୍ମାନ ଦିଆଯିବା ଉଚିତ। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ସାଇବର ସେଲ୍‌ରେ ଅଭିଯୋଗ କରାଯିବ। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…

ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri