Posted inଖେଳ

କୁମ୍ବଲେଙ୍କଠାରୁ ଫ୍ଲିପର ଶିଖିବାକୁ ଚାହାନ୍ତି ବିଷ୍ଣୋଇ

ନୂଆଦିଲ୍ଲୀ,୧୯।୨- ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ସଫଳ ସ୍ପିନର ରବି ବିଷ୍ଣୋଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ଲେଗ୍‌ ସ୍ପିନର ଅନିଲ କୁମ୍ବଲେଙ୍କଠାରୁ ଫ୍ଲିପର ବଲ କେଉଁ ଭଳି ପକାଯାଏ, ତାହା ଜାଣିବାକୁ ଚାହାନ୍ତି। ଏ ନେଇ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସେ ୬ ମ୍ୟାଚ୍‌ ଖେଳି ୩.୪୮ ହାରରେ ସର୍ବାଧିକ ୧୭ ଉଇକେଟ ନେଇଥିଲେ। ଷ୍ଟମ୍ପ ଟୁ ଷ୍ଟମ୍ପ ବଲ ପକାଏ। ବ୍ୟାଟ୍ସମ୍ୟାନ ନିଜଆଡ଼ୁ ଉଇକେଟ ଦେଇ ଦିଅନ୍ତି। ପ୍ରତ୍ୟେକ କ୍ରିକେଟରଙ୍କ ଭଳି ମୋର ସ୍ବପ୍ନ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରିବା। ଏପର୍ଯ୍ୟନ୍ତ ଯେଉଁଠାରେ ପହଞ୍ଚତ୍ ପାରିଛି, ସେଥିରେ ମୁଁ ବହୁତ ଖୁସି। ମୋ ଅଭିଯାନ ଚମତ୍କାର ରହିଛି ଓ ଟୁର୍ନାମେଣ୍ଟରୁ କିଛି ଶିକ୍ଷା ମଧ୍ୟ ମିଳିଛି ବୋଲି ବିଷ୍ଣୋଇ କହିଛନ୍ତି। ବ୍ୟାଟ୍ସମ୍ୟାନଙ୍କୁ ଚତୁରତାର ସହ ଆଉଟ୍‌ କରୁଥିବା ରାଜସ୍ଥାନ ଖେଳାଳି ଟୁର୍ନାମେଣ୍ଟରେ ଦୁଇ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାତେଇଥିଲେ। ଫାଇନାଲରେ ୧୭୭ ରନ୍‌କୁ ଡିଫେଣ୍ଡ କରୁଥିବା ଭାରତୀୟ ଦଳ ପାଇଁ ବିଷ୍ଣୋଇ ୧୦ ଓଭରରେ ୩୦ ରନ୍‌ ବ୍ୟୟରେ ୪ ଉଇକେଟ ନେଇଥିଲେ। ତାଙ୍କ ଯୋଗୁ ବାଂଲାଦେଶ ୧୨୦ ରନ୍‌ କରି ୬ ଉଇକେଟ ହରାଇ ସାରିଥିଲା। କିନ୍ତୁ ବାଂଲାଦେଶକୁ ପ୍ରଥମ ଆଇସିସି ଟୁର୍ନାମେଣ୍ଟ ଜିତିବାରୁ ରୋକିପାରି ନ ଥିଲେ। ଡିଏଲଏସ୍‌ ନିୟମରେ ବାଂଲାଦେଶ ୩ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ଭାରତୀୟ ଦଳର ନିୟମିତ ୟୁଜବେନ୍ଦ୍ର ଚହଲଙ୍କ ଭଳି ବିଷ୍ଣୋଇ ମଧ୍ୟ ଜଣେ ମିଡିୟମ ପେସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ବଲକୁ ଟର୍ନ କରିପାରୁ ଥିବାରୁ ରିଷ୍ଟ ସ୍ପିନର ହେବାକୁ ଶ୍ରେୟ ମଣିଥିଲେ। କୁମ୍ବଲେ ଓ ଶେନ ଓ୍ବର୍ନଙ୍କ ବୋଲିଂ ଭିଡିଓ ଦେଖି ଦେଖି ବୋଲିଂ ଶିଖି ଥିବା ସେ କହିଛନ୍ତି। ତାଙ୍କୁ କୁମ୍ବଲେଙ୍କ ସହ ଭେଟିବାର ସୁଯୋଗ ମିଳିବ। କାରଣ କିଙ୍ଗ୍ସ ଏକାଦଶ ପଞ୍ଜାବ ଡାଇରେକ୍ଟର ଅଫ୍‌ କ୍ରିକେଟ ଅପରେଶନ୍ସ ଓ ମୁଖ୍ୟ କୋଚ୍‌ ଭାବେ କୁମ୍ବଲେଙ୍କୁ ନିଯୁକ୍ତ କରାଯାଇଛି। ଗତ ନିଲାମ ପ୍ରକ୍ରିୟାରେ ବିଷ୍ଣୋଇଙ୍କୁ ପଞ୍ଜାବ ଫ୍ରାଞ୍ଚାଇଜ ୨ କୋଟି ଟଙ୍କାରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri