କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.)

ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ. ୭୮୦ ଏବଂ ତା.୨୬.୯.୧୯ରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତାଙ୍କ ସ୍ଥାନରେ ନାଏବ ସରପଞ୍ଚ ପୀତବାସ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସାଗରିକାଙ୍କ ବିରୋଧରେ ପଦବୀର ଅପବ୍ୟବହାର ଅଭିଯୋଗ ଆସିଥିଲା। ସେ ୨୦୧୮ ଜାନୁୟାରୀ ୩୦ରୁ ଫେବୃୟାରୀ ୨ ଯାଏ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ରଖିଥିଲେ। ଏପରି କି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ। ଚଳିତବର୍ଷ ଜାନୁୟାରୀ ୧୫ରେ ପିଇଓ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସରପଞ୍ଚ ହିତାଧିକାରୀଙ୍କୁ ଭତ୍ତା ଦେଇ ନ ଥିଲେ। କେବଳ ଏତିକି ନୁହେଁ, ସରପଞ୍ଚଙ୍କ ସହଯୋଗ ଅଭାବରୁ ପଞ୍ଚାୟତର ବିକାଶ ଲାଗି ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଥିଲା। ଭତ୍ତା ଟଙ୍କାରୁ ବଞ୍ଚତ୍ତ ହିତାଧିକାରୀ ଏ ସଂକ୍ରାନ୍ତରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଜିଲାପାଳ ଅବଗତ କରାଇବା ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ନେଇଥିଲେ। ପିଆର୍‌ ଆଣ୍ଡ ଡିଡବ୍ଲ୍ୟୁ ଆଡିସିନାଲ ସେକ୍ରେଟାରୀଙ୍କ ପତ୍ର ସଂଖ୍ୟା ୧୬୧୪୨ ଅନୁଯାୟୀ ସେପ୍ଟେମ୍ବର ୧୭ରେ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ପତ୍ର ସଂଖ୍ୟା ୧୬୧୪୩ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପରଜଙ୍ଗ ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକରୀଙ୍କୁ ପତ୍ରସଂଖ୍ୟା ୧୬୧୪୪ରେ ଅବଗତ କରାଯାଇଥିଲା। ଜିଲାପାଳ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଜିଲାପାଳଙ୍କ ନିର୍ଦ୍ଦେଶକୁ ବିଡିଓ ବସନ୍ତ କୁମାର ମଲ୍ଲିକ ଶୁକ୍ରବାର କାର୍ଯ୍ୟକାରୀ କରିଛନ୍ତି। ଏ ସମ୍ପର୍କିତ ସୂଚନା ବିଧିବଦ୍ଧ ଭାବେ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ନିକଟକୁ ପ୍ରେରଣ କରାଯାଇଛି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍‌ ମରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି।...

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ

ପୁରୀ ଅଫିସ,୧୭।୧୧: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି...

୨୫, ୨୬ରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ)-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ...

ଅକ୍ଟୋବର ପହିଲାରୁ ଖୋଲିବ ଇକୋ-ଟୁର୍‌ ସେଣ୍ଟର

ଭୁବନେଶ୍ୱର,୧୧। ୯(ବ୍ୟୁରୋ): କରୋନା କଟକଣା ପାଇଁ ୬ମାସ ଧରି ବନ୍ଦ ରହିଥିବା ରାଜ୍ୟର ପରିବେଶ ପର୍ଯ୍ୟଟନସ୍ଥଳୀ ବା ଇକୋ-ଟୁରିଜମ୍‌ ସେଣ୍ଟର ଅକ୍ଟୋବର ୧ରୁ ଖୋଲିବ। ପ୍ରଥମ...

ଚୁଡ଼ା,ମୁଢ଼ି ଉପରେ ଜିଏସଟିକୁ ବିରୋଧ, ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଓଡ଼ିଶାର ଲୋକେ ଚୁଡ଼ା, ମୁଢ଼ିକୁ ସକାଳେ ସନ୍ଧ୍ୟାରେ ଜଳଖିଆ ଭାବେ ବ୍ୟବହାର କରନ୍ତି। ତେଣୁ ସେସବୁରେ ଜିଏସ୍‌ଟି ଲାଗିବା ପ୍ରସଙ୍ଗ ସୋମବାର ବିଧାନସଭା ଶୂନ୍ୟକାଳରେ...

ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବ ପ୍ରଶାସନ

ନୟାଗଡ଼ ଅଫିସ,୮ା୪: ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରଚେଷ୍ଟା କରାଯାଉଛି। ନୟାଗଡ଼ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏପ୍ରିଲ ୧୧ରେ...

୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି: କଂଗ୍ରେସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ସ୍ବାସ୍ଥ୍ୟ...

ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ...

Advertisement
Archives

Model This Week