Posted inଫୁରସତ

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ ବସିବା ସମୟରେ ଓ କୁନି କୁନି ପାଦରେ ଚାଲୁ ଚାଲୁ କାଳେ ପଡ଼ିଯିବ। ଆଉ ମୁଣ୍ଡ ବାଜି ଆଘାତ ଲାଗିଯିବ। ଅଧିକାଂଶ ପିଲା ପଛପଟୁଆ ପଡ଼ି ଥାଆନ୍ତି। ତେଣୁ ମୁଣ୍ଡର ପଛଭାଗରେ ଆଘାତ ଲାଗିବାର ଭୟ ଅଧିକ ଥାଏ। ମା’ବାପାଙ୍କର ଏହି ଭୟ ଦୂରକରିବା ଓ ପିଲାଙ୍କ କୁନି ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆସିଯାଇଛି ଏକ ସ୍ବତନ୍ତ୍ର ଧରଣର ବ୍ୟାକ୍‌ପ୍ୟାକ୍‌। ଏହାର ଡିଜାଇନ ପିଲାଙ୍କ ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହୋଇଛି। ବ୍ୟାକ୍‌ପ୍ୟାକ୍‌ର ଉପରଭାଗରେ ଗୋଲାକାର ରିଙ୍ଗ ଅଛି, ଯାହା ନରମ ଗଦି ପରି ହୋଇଥାଏ। ଏହି ବ୍ୟାକ୍‌ପ୍ୟାକ୍‌ର ଓଜନ ବହୁତ ହାଲ୍‌କା(୧୦୦-୨୦୦ ଗ୍ରାମ) ଏବଂ ଏଥିରେ ଆଡଜଷ୍ଟେବଲ୍‌ ଷ୍ଟ୍ରାପ୍‌ ଥାଏ। ତେଣୁ ପିଲା ଏହାକୁ ବେଶ୍‌ ଆରାମରେ ପିନ୍ଧିପାରିବେ। ଆଉ ପଡ଼ିଗଲେ ମୁଣ୍ଡକୁ ଆଘାତ ଲାଗିବାର ଭୟ ବି ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ନିଜେ ନିଜକୁ ବିବାହ କଲେ ଏହି ଯୁବତୀ, ଉତ୍ତରରେ କହିଲେ…

ବିବାହକୁ ନେଇ ଯୁବତୀମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ସାରା ଜୀବନ ସାଥୀଙ୍କ ହାତ ଧରି ବିତିଯାଉ ବୋଲି ସେମାନେ ଚାହିଁଥାନ୍ତି। ହେଲେ ଅନେକ ସମୟରେ ବିବାହକୁ...

୨ ମୁହଁ, ୪ ଆଖି ଥିବା ଅଦ୍ଭୁତ ମାଛ: ଦେଖିଲେ ଆଖିକୁ ବିଶ୍ୱାସ କରିହେବନି…

ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ । ଅନେକ ଥର ଏପରି ଜିନିଷ ଦେଖିବାକୁ ମିଳେ ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଆଜିକାଲି ସୋସିଆଲ ମିଡିଆରେ...

ଦେଶ ବିକାଶରେ ଆଇନ ସଚେତନତା ଅପରିହାର୍ଯ୍ୟ

ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ...

ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’

କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ...

ଅଜବ ଜଙ୍ଗଲ

ଜଙ୍ଗଲ ନଁା ଶୁଣିବାମାତ୍ରେ ବିଭିନ୍ନ ପ୍ରକାରର ଗଛ ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଏକ ଘଞ୍ଚ ପରିବେଶର ଛବି ମନକୁ ଆସେ। ହେଲେ ପୃଥିବୀରେ ଏମିତି ବି...

ପୁରୁଷ ଟିଭି ଦେଖିବାରେ ଏବଂ ମହିଳା ଇସ୍ତ୍ରୀ କରିବାରେ ଅଧିକ ବିଦ୍ୟୁତ୍‌ ଶକ୍ତି କରନ୍ତି ଖର୍ଚ୍ଚ …

ଭାରତରେ ଅଧିକ ବିଦ୍ୟୁତ୍‌ ଶକ୍ତି କେଉଁମାନେ ଖର୍ଚ୍ଚ କରିଥାନ୍ତି ତାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ପେନସିଲ୍‌ଭାନିଆର ପିଟସ୍‌ବର୍ଗ ସ୍ଥିତ କାନେଗି ମେଲୋନ୍‌ ବିଶ୍ୱବିଦ୍ୟାଳୟର ଗବେଷକ...

ବିହାର ନିର୍ବାଚନ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଳିଆ ମେମ୍‌ସ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରିରହିଛି। ସମସ୍ତେ ଜାଣିବା ପାଇଁ ଚାହିଁ ବସିଛନ୍ତି ଯେ, ନୀତିଶ କୁମାର ନିଜର ଶକ୍ତି ରକ୍ଷା କରିପାରୁଛନ୍ତି...

ପରୀକ୍ଷାଗାରରେ ତିଆରି ହେବ ସାପ ବିଷ

ଭବିଷ୍ୟତରେ ସାପ ବିଷରୁ ତିଆରି ହେବାକୁ ଥିବା ଆଣ୍ଟି ଭେନମର ପ୍ରସ୍ତୁତିରେ ବଡ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ପରୀକ୍ଷାଗାରରେ ପ୍ରକୃତ ସାପର...

Advertisement
Archives

Model This Week