କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଥିବାବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ୨ ଦିନ ବ୍ୟାପି କେ.ବଲାଙ୍ଗ ଥାନା ଅନ୍ତର୍ଗତ ତାଲଡିହଠାରେ ବେନିୟମ ଭାବେ କୁକୁଡା ଲଢ଼େଇ ଚାଲିଥିଲା । ଚୋରଧରା ତଥା ଆଖ ପାଖ ଅଞ୍ଚଳର ଲୋକମାନେ କୁକୁଡା ଲଢ଼େଇ କରିବା ସହିତ ଦେଖିବା ପାଇଁ ଯାଇଥିଲେ। ଗୁରୁବାର ସନ୍ଧ୍ୟା ସାଢେ ୬ଟା ବେଳେ ତାଲଡିହରୁ ଏକ ଖାଲି ଟିପ୍ପର ଓଆର ୧୪ ଆର- ୮୩୨୨ ଯୋଗେ ଚୋରଧରା ପଟକୁ ଫେରୁଥିଲେ। ଚୋରଧରା ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ପାଖରେ ଟିପ୍ପର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଟିପ୍ପର ଡାଲା ତଳେ ଚାପିହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ମଞ୍ଚାବେଡା ଗ୍ରାମର ରାମଧନ ସିଂ (୪୬), ଚୋରଧରା ଗ୍ରାମର ପ୍ରଧାନ ମୁଣ୍ଡା (୪୫), ଚଇତୁ ମୁଣ୍ଡା (୪୯) ବୋଲି ଜଣାପଡିଛି । ଗୁରୁତର ଆହତ ଆଜାଦ ସିଂ (୧୪) ବଣାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । କେ.ବଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଗାଡି ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୧୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୧୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ହାଇଆଲର୍ଟରେ ୭ ଜିଲାର ମେରାଇନ ଥାନା, ପାଟ୍ରୋଲିଂ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଛି। ଭାରତ ସହ କୂଟନୈତିକ, ବାଣିଜି୍ୟକ ଆଦି ସମ୍ପର୍କ ଛିନ୍ନ କରିବା ସହ...

ଅନୁଗୋଳ ମେଡିକାଲରେ ପୁଣି ଉତ୍ତେଜନା: ବ୍ୟବଚ୍ଛେଦ ପୂର୍ବରୁ ଗୋଟିଏ ଆଖି ଗାଏବ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରୁ ପୁଣି ଗାଏବ ହୋଇଛି ଆଖି। ମଙ୍ଗଳବାର ସକାଳେ ଏପରି...

‘ପ୍ରୋତ୍ସାହନ ନ ମିଳିଲେ ବୁଡ଼ିଯିବ ଛଉନୃତ୍ୟ’

କଟକ ଅଫିସ,୧୪।୩: ଓଡ଼ିଶା ମାଟିର ନିଜସ୍ବ ଲୋକନୃତ୍ୟ ହେଉଛି ଛଉ। ମୟୂରଭଞ୍ଜରେ ଏହି କଳାର ଉତ୍ପତ୍ତି। ଭାରତର ସମସ୍ତ ଲୋକନୃତ୍ୟଗୁଡ଼ିକ ଭିତରେ ଛଉନୃତ୍ୟର ସ୍ଥାନ ମଧ୍ୟ...

ଧୁମଧାମରେ ପାଳନ ହେଲା ଇଦ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜଧାନୀରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସୋମବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବଡ଼ ପର୍ବ ଇଦ୍‌-ଉଲ୍‌-ଜୁହା। ବର୍ଷା ସତ୍ତ୍ୱେ ଦିନତମାମ ମସ୍‌ଜିଦ୍‌ରେ ଉତ୍ସବର...

କୌଶଳେନ୍ଦ୍ର ପୂର୍ବତଟ ରେଳପଥର ନୂତନ ଜନସମ୍ପର୍କ ଅଧିକାରୀ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବେ ଇ.କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୦ ବ୍ୟାଚ୍‌ ଭାରତୀୟ ରେଳପଥ ମେକାନିକାଲ ଇଞ୍ଜିନିୟର...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୭ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଖିବୁଜିଲେ ୨

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଅବ୍ୟବସ୍ଥା ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୮।୩:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା...

Advertisement
Archives

Model This Week