କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩

କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି ସମ୍ପର୍କ ନ ଥିବା ଡାକ୍ତର, ବିଶେଷଜ୍ଞମାନେ ବାରମ୍ବାର କହୁଥିଲେ ମଧ୍ୟ ସାଧାରଣରେ ତାହା ବିଶ୍ୱାସଯୋଗ୍ୟ ହେଉନାହିଁ। ଫଳରେ ଆତଙ୍କିତ ସହର ଓ ଗ୍ରାମବାସୀ କୁକୁଡ଼ାଠାରୁ ଏକପ୍ରକାର ଦୂରେଇ ରହୁଛନ୍ତି। ଏହାର ସିଧାସଳଖ ପ୍ରଭାବ ଚାଷୀ ଓ ଚିଅଁ। ଯୋଗାଉଥିବା କମ୍ପାନୀ ଉପରେ ପଡ଼ୁଛି। ଅନୁଗୋଳ ଜିଲାରେ ସ୍ଥିତି ଏପରି ହେଲାଣି ଯେ କୁକୁଡ଼ା ବିକ୍ରି ପାଇଁ ଗଁ। ଗଁ। ରେ ଡେଙ୍ଗୁରା ପିଟାଯାଉଛି। ଏପରି କି ମାଗଣା ଯଚାଯାଉଥିଲେ ବି କୁକୁଡ଼ା ନେବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନୁଗୋଳ ଜିଲାରେ ଶତାଧିକ କୁକୁଡ଼ା ଫାର୍ମ ରହିଛି। ତେବେ ବନ୍ତଳା ଥାନା ନୂଆଖେତା ଓ କଣିହଁା ଥାନା କୁମୁଣ୍ଡା ଅଞ୍ଚଳରେ ଜିଲାର ସବୁଠୁ ଅଧିକ ଚାଷୀ କୁକୁଡ଼ା ଫାର୍ମ କରିଛନ୍ତି। ନୂଆଖେତା ଗ୍ରାମର ଅନିଲ କୁମାର ସାହୁ ୨୫ ଶହ କୁକୁଡ଼ା ରଖିଥିବା ବେଳେ ରିଙ୍କୁ ସାହୁ ୨ ହଜାର, ଶ୍ରୀକାନ୍ତ ବେହେରା ୩୫ ଶହ, ରଞ୍ଜନ ଦେହୁରୀ ୨ ହଜାର, ବାବୁଲି ଦେହୁରୀ ୩୫ଶହ, ଗୌତମ ପ୍ରଧାନ ୩ ହଜାର, ମୀନକେତନ ପ୍ରଧାନ ୩ ହଜାର, ଅଶୋକ ପ୍ରଧାନ ୪ ହଜାର, ସୁଜାତା ପ୍ରଧାନ ୩ ହଜାର, ଅଭୟ ପ୍ରଧାନ ମଧ୍ୟ ବହୁ କୁକୁଡ଼ା ଫାର୍ମରେ ରଖିଛନ୍ତି। ଏମାନଙ୍କ ପରି ପ୍ରାୟ ୩୦ ପରିବାର କୁକୁଡ଼ା ଫାର୍ମ କରିଛନ୍ତି। ସେହିପରି କଣିହଁାର କୁମୁଣ୍ଡା ଗ୍ରାମରେ ମଧ୍ୟ ୩୦ ପରିବାର ଫାର୍ମରେ ହଜାର ହଜାର କୁକୁଡ଼ା ରଖିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମ୍ପୃକ୍ତ ଚାଷୀମାନେ ସର୍ବାଧିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। କୁକୁଡ଼ା ଗୋଟାପ୍ରତି ୨୦ ଟଙ୍କାରେ ବିକ୍ରି କରିବାକୁ ମହୀଧରପୁରରେ ଡେଙ୍ଗୁରା ଦିଆଯାଉଥିବା ବେଳେ ଅନେକ ଚାଷୀ ମାଗଣାରେ ଦେବାକୁ କହୁଥିଲେ ମଧ୍ୟ ଭୟରେ ଲୋକେ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ସମ୍ପୃକ୍ତ ଚାଷୀ ଓ ଚିଅଁା ଯୋଗାଉଥିବା ପଶୁପତି ଫିଡ୍ସ ପରି ୧୦ରୁ ଅଧିକ କମ୍ପାନୀ ବିପୁଳ ପରିମାଣର କ୍ଷତି ସହୁଥିବା ଜଣାପଡ଼ିଛି। କେବଳ ପଶୁପତି ଫିଡ୍ସର ଅନୁଗୋଳ ବ୍ରାଞ୍ଚ ୧୮ କୋଟିରୁ ଅଧିକ ଟଙ୍କା କ୍ଷତି ସହିଛି। ଅନ୍ୟ କମ୍ପାନୀଗୁଡ଼ିକର ମଧ୍ୟ ୧୦ କୋଟିରୁ ଅଧିକ ଟଙ୍କା ଲେଖାଏ କ୍ଷତି ହୋଇଛି। ସେହିପରି ବହୁ ଚାଷୀ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି। ଏ ବିଷୟରେ ଅନୁଗୋଳ ପଶୁପତି ଫିଡ୍ସର ବ୍ରାଞ୍ଚ ମ୍ୟାନେଜର ରମାକାନ୍ତ ସ୍ବାଇଁ କହିଛନ୍ତି, କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାରୁ ଚିକେନ ପାଖ ମାଡ଼ୁନାହାନ୍ତି। ଏଥିଯୋଗୁ ବ୍ରାଞ୍ଚରେ ୧୮ କୋଟିରୁ ଊଦ୍ଧର୍‌ବ କ୍ଷତି ହେଲାଣି। ଗ୍ରାମାଞ୍ଚଳ ବ୍ୟବସାୟୀ ଖାଲଙ୍ଗାର ସୁବାସ ପ୍ରଧାନ କହିଛନ୍ତି, କରୋନା ପାଇଁ ତାଙ୍କର ଏକ କୋଟି ଟଙ୍କା କ୍ଷତି ହୋଇଛି। ନୂଆଖେତାର ଫାର୍ମ ମାଲିକ ଅଶୋକ ପ୍ରଧାନ କହିଛନ୍ତି, ତାଙ୍କ ଫାର୍ମରେ ୪ ହଜାର କୁକୁଡ଼ା ଅଛି। କମ୍ପାନୀ ନେଉ ନାହିଁ କି ବିକ୍ରି ହେଉନାହିଁ। ମାଗଣାରେ ଯାଚିଲେ ବି କେହି ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତାଙ୍କ ପରି ୧୫ ରୁ ୨୦ ଚାଷୀଙ୍କ ଫର୍ମରେ ୨ରୁ ୩ କେଜି ମଧ୍ୟରେ ୫୦ ହଜାରରୁ ଅଧିକ କୁକୁଡ଼ା ଅଛି। ଅର୍ଥ ମିଳୁ ନ ଥିବାରୁ କମ୍ପାନୀ ଦାନା, ମେଡିଶିନ ଦେବା ବନ୍ଦ କରିଦେଇଛି। ତେଣୁ ଚାଷୀ ନିଜେ ଦାନା କିଣି ଖାଇବାକୁ ଦେବା ବେଶୀ ବାଧୁଛି। ମହୀଧରପୁର ପ୍ରଧାନ ବ୍ରଏଲର ଫାର୍ମ ମାଲିକ ଦିବ୍ୟଭୂଷଣ ପ୍ରଧାନ କହିଛନ୍ତି, ତାଙ୍କର ୧୫ ହଜାର କୁକୁଡ଼ା କରୋନା ପାଇଁ ବିକ୍ରି ହେଉ ନ ଥିବାରୁ ଗୋଟା ୨୦ ଟଙ୍କା ହିସାବରେ ବିକ୍ରି ପାଇଁ ଡେଙ୍ଗୁରା ଦେଇଥିଲେ। ଏବେ ମାଗଣାରେ ଯାଚୁଥିଲେ ବି କେହି ନେଉନାହାନ୍ତି। ଜିଲା ପ୍ରାଣୀ ଚିକିତ୍ସା ବିଭାଗ ଡେପୁଟି ନିର୍ଦ୍ଦେଶକ ଭରତ ଚନ୍ଦ୍ର ଗଡନାଏକ କହିଛନ୍ତି, କୁକୁଡ଼ାରେ କରୋନା ଭୂତାଣୁ ନାହାନ୍ତି। ଏ ନେଇ ବ୍ୟାପକ ସଚେତନତା ସତ୍ତ୍ୱେ ଲୋକେ ଭୟଭୀତ ହୋଇ କୁକୁଡ଼ା ମାଂସ ଖାଉନାହାନ୍ତି। ଏଥିପାଇଁ କମ୍ପାନୀ ଓ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଲୋକେ ସଚେତନ ହେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗଡ଼ନାଏକ ପ୍ରକାଶ କରିଛନ୍ତି। ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ଯୋଗୁ ବ୍ୟବସାୟ ମାନ୍ଦା

କଟକ ଅଫିସ, ୨୮। ୩: କଟକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ହୋଲି ପାଳନ ଉପରେ କଟକଣା ଜାରି କରାଯାଇଛି। ଏକାସଙ୍ଗରେ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୯ ଜଣ ପିଲା ଅଛନ୍ତି। ୮୭୩ ଜଣ...

ଗ୍ରାମବାସୀ ଗଢ଼ିଲେ ଡାକଘର

କେନ୍ଦ୍ରାପଡ଼ା ଅଫିସ,୧୮ା୩: କୁହାଯାଏ, ମିଳିତ ହାତ ବଳ ଯେମିତି ଶକ୍ତିଶାଳୀ, ତା’ର ଫଳ ବି ସେମିତି ମିଠା। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା...

ଆକର୍ଷଣ ସାଜିଛି ଏସ୍‌ଏଚ୍‌ଜି ମହିଳାଙ୍କ ପସରା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ...

ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା...

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ...

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କାକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୧୧ଟା ୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ଶୁକ୍ରବାର ବିଧାନସଭାରେ ପୁଣି ହଟ୍ଟଗୋଳ ହୋଇଛି। ଭାଜପା ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ...

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ।...

Advertisement
Archives

Model This Week