କୁଆପଥର ମାଡରେ ଝଡିଲା ରବିଧାନ

ବିନିକା,୨୪ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଜନସାଧାରଣଙ୍କ ଜୀବନଜୀବିକା ଉପରେ ପଡିଛି। ଏହି ପରିସ୍ଥିତିରେ ଗତ ତିନିଦିନର ବର୍ଷା ଓ କୁଆପଥର ମାଡ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳର ରବିଧାନ ଚାଷୀଙ୍କ ନିଦ ହଜାଇ ଦେଇଛି। ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ଲକ ଅନ୍ତର୍ଗତ ସିଂଘିଯୁବା, ବାବୁପାଲି, ବାଙ୍କିଘିର୍ଡି ଓ ସିନ୍ଦୁରପୁର ଗ୍ରାମ ପଞ୍ଚାୟତର ଚାଷୀ। ଅମଳ ଅବସ୍ଥାରେ ଥିବା ରବିଧାନ କ୍ଷେତରେ ଝଡି ପଡିଛି। ଶୁକ୍ରବାର ବିନିକା କୃଷି ବିଭିଗ ଭିଏଡବ୍ଲୁ ହେମନ୍ତ ଭୋଇ, ସିଂଘିଯୁବା ରାଜସ୍ବ ନିରୀକ୍ଷକ ସରୋଜ ବାଘ ଏବଂ ଅନ୍ୟ ୨ଟି ସର୍କଲର ରାଜସ୍ବ ନିରୀକ୍ଷକନିଜ ନିଜ ସର୍କଲର ଚାଷୀମାନଙ୍କର କ୍ଷତିଗ୍ରସ୍ତ କ୍ଷେତ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ା ଏହି ସମୟରେ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଉପସ୍ଥିତ ଥିଲେ। ସମୁଦାୟ ୩ଟି ରାଜସ୍ବ ସର୍କଲ ଅନ୍ତର୍ଗତ ୪ଟି ପଞ୍ଚାୟତର ୫ଟି ଗାଁରେ ପ୍ରଥମ ପର୍ଯ୍ୟାୟରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଆକଳନ ପରେ ତହସିଲଦାର ଓ କୃଷି ବିଭାଗକୁ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଅବିଳମ୍ବେ କ୍ଷୟକ୍ଷତି ଆକଳନ କରି କ୍ଷତିପୂଣ ପ୍ରଦାନ କରିବାକୁ ସୀତାରାମ ପଳିତା, ଭୂବନ ଗଡୁଆ, ଜିତେନ୍ଦ୍ର କର୍ମୀ, ଯଜ୍ଞେଶ୍ୱର ପଲିତା, ତୁଳସୀରାମ କର୍ମୀ ପ୍ରମୁଖ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଚଳନ୍ତାଗାଡ଼ିରୁ ବାହାରିଗଲା ଚକା, ରାସ୍ତାକଡ଼ ଦୋକାନ ଭିତରେ ପଶିଯିବାରୁ…

ମୋହନା,୨୪ା୫(ମନ୍ମଥ ମିଶ୍ର): ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁରଠାରୁ କାଟିଙ୍ଗା ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri