Posted inଖେଳ

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଟିପି ପକ୍ଷରୁ ଦଣ୍ଡିତ କରାଯାଇଛି। ତାଙ୍କୁ ଦଣ୍ଡ ବାବଦକୁ ୧ ଲକ୍ଷ ୧୩ ହଜାର ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୦.୪୨ ଲକ୍ଷ ଟଙ୍କା। ବିନା ଅନୁମତିରେ କୋର୍ଟରୁ ଚାଲିଯିବା, ଅଣଖେଳୁଆଡ଼ ମନୋଭାବ ଓ ଖରାପ ଭାଷାରେ ଗାଳି ଦେବା ପାଇଁ ତାଙ୍କୁ ଜରିମାନା କରାଯାଇଥିବା ଏଟିପି ପକ୍ଷରୁ କୁହାଯାଇଛି। ତଦନ୍ତ ପରେ ୨୪ ବର୍ଷୀୟ କିର୍ଗିଅସ କ୍ରୀଡ଼ାରୁ ବାସନ୍ଦ ମଧ୍ୟ ହୋଇପାରନ୍ତି। ଉଲ୍ଲେଖଥାଉ କି, ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୭ତମ ସ୍ଥାନରେ ଥିବା ଖେଳାଳି ଦ୍ୱିତୀୟ ରାଉଣ୍ଡରେ ୬-୭ (୩/୭), ୭-୬(୭/୪), ୬-୨ ସେଟ୍‌ରେ ରୁଷିଆର କାରେନ ଖାଚନୋଭଙ୍କଠାରୁ ପରାସ୍ତ ହୋଇଥିଲେ। ପରାଜୟ ପରେ ଚେୟାର ଅମ୍ପାୟର ଫର୍ଗସ ମର୍ଫିଙ୍କ ସହ ହାତ ମିଳାଇବାକୁ ମନା କରିବା ସହିତ ତୁମେ ସବୁଠୁ ଖରାପ ଅମ୍ପାୟର ବୋଲି ଗାଳି ଦେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫...

ମୋ ଅଧୁରା ସ୍ବପ୍ନ ପୂରା ହେଲା- ପିଟି ଉଷା

ନୂଆଦିଲ୍ଲୀ,୭।୮: ଅଲିମ୍ପିକ୍ସ ସଫଳତା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଥିବା କୋଟି କୋଟି ଲୋକଙ୍କ ମଧ୍ୟରେ ରହିଛନ୍ତି କିମ୍ବଦନ୍ତୀ ଧାବିକା ପି ଟି ଉଷା। ସେ...

ଭାରତ-ଏ’ର ସିରିଜ କ୍ଲିନ୍‌ସୁଇପ୍‌

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ...

ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ...

ଭାରତକୁ ନାଲିଆଖି ଦେଖାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୨: ଏସିଆ କପ ୨୦୨୩ ଆୟୋଜନକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ଆହୁରି ଖରାପ ହେଉଥିବା ଦେଖାଯାଉଛି। ନିକଟରେ ବାହାରେନରେ ଅନୁଷ୍ଠିତ...

ଅଣ୍ଟାରେ ଲାଗିଛି ଆଘାତ: ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେନି ନୀରଜ

ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ...

ରୋହିତଙ୍କ ସ୍ଥାନରେ ଓପନିଂ କରିବେ ଶୁଭମନ , ରଣନୀତି ରହିବ କିଛି ଏଭଳି…

ନୂଆଦିଲ୍ଲୀ,୧୩।୧୨: ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହେବା ପରେ ଏବେ ଟେଷ୍ଟ ସିରିଜ ଲାଗି ଅଣ୍ଟା ଭିଡିଲାଣି ଟିମ୍‌ ଇଣ୍ଡିଆ। ନିୟମିତ ଅଧିନାୟକ ରୋହିତ...

୧୯୭୩: ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ

ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ନେଦରଲାଣ୍ଡ୍ସର ଆମଷ୍ଟେଲଭିନଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଂସ୍କରଣ ଅପେକ୍ଷା ଏଥିରେ ଦଳ ସଂଖ୍ୟା ୨...

Advertisement
Archives

Model This Week