କିମ୍ବଦନ୍ତୀର ମୂକସାକ୍ଷୀ: ପବିତ୍ର ନାରାୟଣୀଙ୍କ ପୋଖରୀବନ୍ଧ୍ୟା ସ୍ନାନ କଲେ ହୁଅନ୍ତି ସନ୍ତାନବତୀ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମ ନିକଟସ୍ଥ ପୌରାଣିକ କିମ୍ବଦନ୍ତୀର ମୂକସାକ୍ଷୀ ପାଲଟିଥିବା ମା’ ନାରାୟଣୀ ପୀଠସ୍ଥିତ ପୋଖରୀଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରସିଦ୍ଧ। ମା’ଙ୍କ ହୁକୁମ ପାଇ ଭକ୍ତି ଓ ବିଶ୍ୱାସର ସହ ବନ୍ଧ୍ୟା ନାରୀଟିଏ ସଂକଳ୍ପ କରି ଏଠାରେ ସ୍ନାନପୂର୍ବକ ପୁଷ୍ପରିଣୀ ମଧ୍ୟରୁ ଏକ ପଥର ଆଣି ମନ୍ଦିର ପରିସରରେ ରଖିଲେ ସନ୍ତାନ ପ୍ରସବା ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏଭଳି ମହାତ୍ମ୍ୟ ଯୋଗୁ ଦୂରଦୂରାନ୍ତରୁ ଭକ୍ତି ଓ ବିଶ୍ୱାସସମ୍ପନ୍ନା ମହିଳାମାନେ ଦେବୀପୀଠକୁ ଆସିଥାନ୍ତି। ତେବେ ବର୍ତ୍ତମାନ ଏହା ପ୍ରଦୂଷିତ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ପୋଖରୀଟିରେ ଗୁଳ୍ମଜାତୀୟ ଦଳ ପରିପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ସମୟରେ ବଣଭୋଜି, ବିବାହ, ବ୍ରତ ଆଦି ଉତ୍ସବ ପରେ ଲୋକେ ବଳକା ଅଇଁଠା ଖଲିପତ୍ର ଆଦି ପରିତ୍ୟକ୍ତ ଜିନିଷ ବାହାରେ ଫୋପାଡି ଦେଇଥାନ୍ତି। ପଲିଥିନି, ପତ୍ର, ଠୁଙ୍ଗା ଆଦି ବର୍ଜ୍ୟବସ୍ତୁ ପବନରେ ଉଡ଼ିି ଆସି ପୋଖରୀ ଭିତରେ ଜମା ହୋଇଥିବାରୁ କଦର୍ଯ୍ୟ ଓ ଅସୁନ୍ଦର ପରିବେଶ ସୃଷ୍ଟି ହେଉଛି ା ମନ୍ଦିର ସମ୍ମୁଖସ୍ଥିତ ଏହି ପୋଖରୀର ଜଳକୁ ପୂଜା ଆଦି କାର୍ଯ୍ୟ ନିମନ୍ତେ ଗ୍ରହଣ କରାଯାଉଥିବାବେଳେ ଭକ୍ତ ଓ ପର୍ଯ୍ୟଟକମାନେ ପିଇବା ପାଣି ଭାବେ ବ୍ୟବହାର କରିଥାନ୍ତି। ଶ୍ରଦ୍ଧା ଓ ଭକ୍ତି ଭାବ ଯୋଗୁ ଏହି ଜଳ ବ୍ୟବହାର ଅନୁପୋଯୋଗୀ ହୋଇଥିବା ଜାଣି ମଧ୍ୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହାକୁ ପବିତ୍ର ଜଳ ଭାବେ ବ୍ୟବହାର କରିଥାନ୍ତି। ଏ ପରିସ୍ଥିତିରେ ପୋଖରୀଟିକୁ ସଫା କିମ୍ବା ପଙ୍କୋଦ୍ଧାର କରିବା ପାଇଁ ବିଭିନ୍ନ ମହଲରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଉପରେ ନ୍ୟସ୍ତ ରହିଥିବାବେଳେ ପୁଷ୍କରିଣୀଟିର ବିକାଶ ଓ ସୁରକ୍ଷା ପ୍ରତି ସେଭଳି କିଛି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି ା ଏ ସମସ୍ୟା ନେଇ ଦେବୋତ୍ତର ବିଭାଗ ମ୍ୟାନେଜର ହରିହର ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗତବର୍ଷ ପୋଖରୀଟିକୁ ସଫା କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ପୁଣି ଅଳିଆ ଓ ଆବର୍ଜନା ପୁରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri