Posted inଜାତୀୟ

କିଡ୍‌ନୀ ର଼୍ୟାକେଟ୍‌ରେ ୧୩ ଡାକ୍ତର

ନୂଆଦିଲ୍ଲୀ,୧୦ା୬(ଆଇଏଏନ୍‌ଏସ୍‌): ଦିଲ୍ଲୀର ୧୩ ଜଣ ଜଣାଶୁଣା ଘରୋଇ ସର୍ଜନ ଅନ୍ତର୍ଜାତୀୟ କିଡ୍‌ନୀ ପ୍ରତିରୋପଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଜଣାପଡିବା ପରେ ସେମାନେ ଏବେ ଉତ୍ତରପ୍ରଦେଶ ପୋଲିସ୍‌ର ତଦନ୍ତ ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ କେତେଜଣ ୟୁରୋଲୋଜିଷ୍ଟ ମଧ୍ୟ ଅଛନ୍ତି। ଏହି ର଼୍ୟାକେଟ୍‌ର ଚେର ତୁର୍କୀ ଏବଂ କେତେକ ମଧ୍ୟପ୍ରାଚ୍ୟ ଦେଶକୁ ଲମ୍ବିଛି। କିଡ୍‌ନୀ ର଼୍ୟାକେଟରେ ସମ୍ପୃକ୍ତି ଅଭିଯୋଗରେ ପୁଷ୍ପଓ୍ବତି ସିଙ୍ଘାଣିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ପିଏସ୍‌ଆର୍‌ଆଇ)ର ସିଇଓ ଡ. ଦୀପକ ଶୁକ୍ଳାଙ୍କୁ ଗିରଫ କରାଯାଇଥିବାବେଳେ ଫୋର୍ଟିସ୍‌ ହସ୍ପିଟାଲ୍‌ର ଦୁଇଜଣ ପ୍ରମୁଖ ଡାକ୍ତରଙ୍କୁ ନୋଟିସ୍‌ ଜାରି ହୋଇଛି। କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଅନ୍ୟତମ ପ୍ରମୁଖ ହସ୍ପିଟାଲ ବିରୋଧରେ ମଧ୍ୟ ତଦନ୍ତ ଜାରି ରହିଥିବାରୁ ଖୁବ୍‌ଶୀଘ୍ର ଅଧିକ ଡାକ୍ତର ଗିରଫ ହେବା ସମ୍ଭାବନା ରହିଛି। ମାନବ ଅଙ୍ଗ ପ୍ରତିରୋପଣ ଆଇନର ଉଲ୍ଲଂଘନ ଅଭିଯୋଗରେ ଫର୍ଟିସ୍‌ ହସ୍ପିଟାଲକୁ ନୋଟିସ ଜାରି ହୋଇଥିବା କାନପୁର ଏସ୍‌ଏସ୍‌ପି ଅନନ୍ତ ଦେଓ କହିଛନ୍ତି। ଦଲାଲଙ୍କ ମାଧ୍ୟମରେ ଗରିବ ରୋଗୀଙ୍କୁ ଶୋଷଣ କରୁଥିବା ଦିଲ୍ଲୀର ଅନ୍ୟ ଏକ ହସ୍ପିଟାଲ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। କେତନ କୌଶିକ୍‌ ନାମକ ଡାକ୍ତରଙ୍କୁ ପୋଲିସ ଖୋଜୁଛି। କିଡ୍‌ନୀ ପ୍ରତିରୋପଣ ପାଇଁ ସେ ତୁର୍କୀ, ୟୁଏଇ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶରୁ ରୋଗୀଙ୍କୁ ଆଣିଥାନ୍ତି। ଉକ୍ତ ର଼୍ୟାକେଟରେ ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ଗ୍ରୁପ୍‌ କାମ କରୁଥିବା ଏସ୍‌ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଞ୍ଚଳରେ ଚାଇନାର ଗାଁ ନିର୍ମାଣ: ପ୍ରଥମ ଥର ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ,୧୧।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗ୍ରାମ ନିର୍ମାଣ କରିଥିବା ନେଇ ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ସବିଶେଷ ତଥ୍ୟ ପ୍ରକାଶ...

ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ

ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...

ଫେରିପାରେ କଟକଣା

ନୂଆଦିଲ୍ଲୀ, ୨୨।୨: ଗତ ୭ ଦିନ ମଧ୍ୟରେ କରୋନା ଭୂତାଣୁରେ ୮୭,୭୧୧ ଜଣ ସଂକ୍ରମିତ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣର ଦ୍ୱିତୀୟ ଲହର ନେଇ...

ପାକିସ୍ତାନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଆର୍ନିଆ ସେକ୍ଟରରେ ଗୁପ୍ତ ସୁଡ଼ଙ୍ଗ ଠାବ କଲା ବିଏସ୍‌ଏଫ୍‌

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଡ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ରଚିଥିବା ଏକ ଷଡ଼ଯନ୍ତ୍ରର...

ସେପ୍ଟମ୍ବର ୧୭ରେ ରକ୍ତଦାନ ଅମୃତ ମହୋତ୍ସବ…

ନୂଆଦିଲ୍ଲୀ, ୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ରକ୍ତ ଦାନ ଅମୃତ ମହୋତ୍ସବ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ...

କମାଣ୍ଡରଙ୍କୁ ସାଲ୍ୟୁଟ୍‌ କଲା ସେନା କୁକୁର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା...

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି...

ରାଜନାଥଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ବେଜିଂ, ୧୬ା୧୧(ପି.ଟି.) : ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ଗସ୍ତକରି ମୈତ୍ରୀ ଦିବସ ସମାରୋହରେ ଅଂଶଗ୍ରହଣ କରିଥିବାବେଳେ ଚାଇନା ପକ୍ଷରୁ ଏହାକୁ...

Advertisement
Archives

Model This Week