କିଡ଼୍‌ନୀ ରୋଗ୍‌ରେ ରୁଜ୍‌ଗାରିଆ ପୁଓ: ଉଷୋ ଘିନବାକେ ଟଁକା ନାଇଁ

ବୌଦ୍ଧ,୩।୭(ସ୍ବ.ପ୍ର): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଁଚେତ୍‌ ଅଧୀନ ଯୁବରାଜପୁର ଗାଁର ଭୀମସେନ ରଣା। ସେ ୫ ବଛର ତଲେ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଦୁଇ କିଡ଼୍‌ନୀ ହରେଇଥିଲେ। ପୁଓର ଏନ୍‌ତା ଦୁଖ୍‌ ଦେଖି ମା’ ରେଖା ନିଜର ଗୁଟେ କିଡ଼୍‌ନୀ ଦେଇ ପୁଓର ଜୀବନ୍‌ ବଁଚେଇଥିଲେ। ହେଲେ ଘରର ରୁଜ୍‌ଗାରିଆ ପୁଓ କିଡ଼୍‌ନୀ ରୋଗ୍‌ରେ ପଡ଼ଲା ଉତାରୁ ତାକର ଚିକିସତ୍ା କରେଇ ପରିବାରଟା ସରବ୍‌ସୁଅଁାତ ହେଇଯାଇଛନ୍‌। ଇଆଡ଼େ ଭୀମସେନକଁର ମାଏକିନା ରିତାଞ୍ଜଳୀ ଆର ଦୁଇ ଛୁଆ ବି ଅଛନ୍‌। ମା’ ପୁଓକେ ଗୁଟେ କିଡ଼୍‌ନୀ ଦେଇ ନିଜେ ଠିକ୍‌ରେ କାମ୍‌ବୁତା ନାଇଁ କରିପାରବାର। ଏହେଦେ ଭୀମସେନକଁର ଫିଦିନିଅଁା ଉଷୋକଷା ଘିନବାର ଲାଗି ବି ପରିବାର ଲୋକ୍‌ ସକ୍ଷମ ନୁହଁନ୍‌। ଏନ୍‌ତାଥି କୁଟୁମ୍‌ଟା ଗୁଟେ ଭଂଗା ଦଦ୍‌ରା କୁରିଆରେ ରହୁଥିଲାବେଲେ ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଗୁଟେଆଡ଼େ ଆପ୍‌ନେ ଭୀମସେନ ପଡ଼ି ରହିଥିଲାବେଲେ ଇଆଡ଼େ ଶାଶୁର ଅବସ୍‌ତା ଦେଖି ରିତାଞ୍ଜଳୀ ଚିନ୍‌ତାରେ ପଡ଼ିଯାଇଛନ୍‌। ୫ ପରାନୀର ଲାଗି ହେନ୍‌ଥେଇ ଆହାର ଯୁଟାବେ, ଆପ୍‌ନେର ଉଷୋକଷା ଲାଗି କେନ୍‌ନୁ ଟଁକା ଖଁଜ୍‌ବେ ଇ ସବୁ ଚିନ୍‌ତାରେ ସେ ହରମେଶା ଘାରି ହେଉଛନ୍‌। ଇ ବାବ୍‌ଦେ ହରଭଙ୍ଗା ବିଡିଓ ରବିନ୍ଦ୍ର କୁମାର ଶତପଥିକୁଁ ପଚରାଲାରୁ ସେ ଘଟନାର ଗୁରୁତ୍‌କେ ବୁଝି ଭୀମସେନକଁର ପରିବାରକେ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri