Posted inଖେଳ

କିଛି ଘଣ୍ଟା ପୂର୍ବରୁ ବାତିଲ ହେଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୨୦ା୩ (ପି.ଟି.)- ଗୁରୁବାର ଇଣ୍ଡିଆନ୍‌ ଗ୍ରାଁ ପ୍ରି ଆରମ୍ଭ ହେବାକୁ ମାତ୍ର କେଇ ଘଣ୍ଟା ବାକିଥିବାବେଳେ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏହାକୁ ବାତିଲ ଘୋଷଣା କରିଛି। କୋଭିଡ୍‌-୧୯କୁ ନେଇ ସରକାରୀ ନିର୍ଦ୍ଦେଶନାମାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଇଭେଣ୍ଟ ଏନ୍‌ଆଇଏସ୍‌ ପଟିଆଲାରେ ଆୟୋଜିତ ହୋଇଥାନ୍ତା। ଅନ୍ୟପକ୍ଷରେ ଆସନ୍ତା ମାସରେ ହେବାକୁଥିବା ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌ (ଏପ୍ରିଲ ୧୦ରୁ ୧୩) ପଛକୁ ଘୁଞ୍ଚାଇ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ଏକ କ୍ୱାଲିଫାଇଂ ଇଭେଣ୍ଟ। ଏଥିଲାଗି ପରେ ଦିନଧାର୍ଯ୍ୟ ହେବ। ଏପ୍ରିଲ ୧୫ ପର୍ଯ୍ୟନ୍ତ ପ୍ରତିଯୋଗିତା ଓ ଟ୍ରାଏଲ୍ସ ଆୟୋଜନ ବନ୍ଦ ରଖିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାତୀୟ ମହାସଂଘକୁ ନିର୍ଦ୍ଦେଶ ଆସିବାର କିଛି ଘଣ୍ଟା ପରେ ଏଏଫ୍‌ଆଇ ଏହି ନିଷ୍ପତ୍ତି ନେଇଥିଲା। ଟ୍ରେନିଂ କ୍ୟାମ୍ପରେ ଅଂଶଗ୍ରହଣ କରି ନ ଥିବା କୌଣସି ଆଥ୍‌ଲେଟଙ୍କ ସହ ମିଳାମିଶା ନ କରିବା ଲାଗି ଅଲିମ୍ପିକ୍ସ ପାଇଁ ମନୋନୀତ ଆଥଲେଟ୍‌ମାନଙ୍କୁ କୁହାଯାଇଛି। ଇଣ୍ଡିଆନ ଆଥଲେଟିକ୍ସ ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହର୍ମାନ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ଏଏଫ୍‌ଆଇ ବାଧ୍ୟ। ଖେଳ ଅପେକ୍ଷା ଭାରତୀୟ ଲୋକମାନଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଶୁକ୍ରବାର ପ୍ରଥମ ଇଣ୍ଡିଆନ ଗ୍ରାଁ ପ୍ରି ଆୟୋଜିତ ହୋଇ ନ ପାରିଥିବାରୁ ଆମେ ଦୁଃଖିତ। ପଟିଆଲାରେ ଦ୍ୱିତୀୟ ଗ୍ରାଁ ପ୍ରି ମାର୍ଚ୍ଚ ୨୫ରୁ ହୋଇଥାନ୍ତା। ଏହାକୁ ମଧ୍ୟ ବାତିଲ କରାଯାଇଥିବା ହର୍ମାନ ପ୍ରକାଶ କରିଛନ୍ତି। ପୁନଶ୍ଚ ଏପ୍ରିଲ ୧୦ରୁ ୧୩ ପର୍ଯ୍ୟନ୍ତ ପଟିଆଲାରେ ହେବାକୁଥିବା ଫେଡେରେଶନ କପ୍‌କୁ ଘୁଞ୍ଚାଇ ଦିଆଯାଇଛି। ଆମେ ଏହାକୁ ମେ କିମ୍ବା ଜୁନ୍‌ ମାସରେ ଆୟୋଜନ କରିବା ଲାଗି ଚିନ୍ତା କରୁଛୁ। ତେବେ ସେତେବେଳର ପରିସ୍ଥିତିକୁ ଚାହିଁ ଯାହା ନିଷ୍ପତ୍ତି ନିଆଯିବ ବୋଲି ହର୍ମାନ ସୂଚନା ଦେଇଛନ୍ତି। ପ୍ରଥମ ଇଣ୍ଡିଆନ ଗ୍ରାଁ ପ୍ରି ପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା। ଯେଉଁମାନେ ଜାତୀୟ କ୍ୟାମ୍ପରେ ଭାଗ ନେଇଥିଲେ ସେମାନଙ୍କୁ କେବଳ ଏଥିରେ ଅଂଶଗ୍ରହଣ ପାଇଁ ଅନୁମତି ଥିଲା। ମାତ୍ର ପରେ ସରକାରଙ୍କ ପରାମର୍ଶକ୍ରମେ ଏହାକୁ କେବଳ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତିଯୋଗୀଙ୍କ ଲାଗି ସୀମିତ କରାଯାଇଥିଲା। ଏନ୍‌ଆଇଏସ୍‌ ଗେଟ୍‌ଠାରେ ଏଏଫ୍‌ଆଇ/ସାଇ ମେଡିକାଲ ଟିମ୍‌ ଦ୍ୱାରା ବାହାରୁ ଆସିଥିବା ସମସ୍ତ ଆଥଲେଟ୍‌ଙ୍କ ମେଡିକାଲ ଚେକ୍‌ଅପ୍‌ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?