‘କିଏ ହେବ ମୋ ହିରୋଇନ୍‌’ରେ ଅସିତ

ଅସିତ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାହାକୁ ମନର ମାନସୀ ଭାବରେ ବାଛିବେ। କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। ତେଣୁ ଏଭଳି ସମୟରେ କି ନିଷ୍ପତ୍ତି ନେବେ ସେ ଜାଣିପାରୁନାହାନ୍ତି। ତେବେ ତାଙ୍କର ପ୍ରେମର ମିଶନ କିପରି ଶେଷ ହେଉଛି ଆଉ ଦୁଇ ଜଣ ରୂପସୀଙ୍କ ମଧ୍ୟରୁ କାହାକୁ ସେ ଆପଣେଇ ନେଉଛନ୍ତି ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ହଁ, ଏପରି ଏକ ସସପେନ୍ସ ଥ୍ରୀଲର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା, ଯାହାକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ ହିରୋଇନ୍‌’। ଏକସେଲ ମୁଭିଜ ବ୍ୟାନରରେ ଏହା ହେଉଛି ଅଷ୍ଟମ ଚଳଚ୍ଚିତ୍ର। ଚିତ୍ରଟିର ପ୍ରଯୋଜନା ରବୀନ୍ଦ୍ର ପଣ୍ଡା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ନବାଗତ ପ୍ରଶାନ୍ତ ଲେଙ୍କା। ଡ. ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଅଗ୍ନିରାଜ କିଶୋର। କୋରିଓଗ୍ରାଫି ଦାୟିତ୍ୱ ତୁଲାଇବେ ଲୁବୁନ-ଟୁବୁନ୍‌। ‘ଭୈରବ’ ଏବଂ ‘ନାୟକର ନଁା ଦେବଦାସ’ ପରେ ଅସିତଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର। ଅନ୍ୟପକ୍ଷରେ ତାଙ୍କ ଅପୋଜିଟ୍‌ରେ ନାୟିକା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋନମ୍‌। ଚଳଚ୍ଚିତ୍ରର ଅନ୍ୟତମ ଫିମେଲ ଲିଡ୍‌ରେ ଅଛନ୍ତି ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଏବଂ ‘ଲଭ୍‌ ୟୁ ପ୍ରିୟା’ର ନାୟିକା ମହିମା। ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, କେକେ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ‘ଏହାର କାହାଣୀ ଭିନ୍ନ ଧରଣର। ଏଥିରେ ବିଶେଷ ଭାବରେ କିନ୍ନରମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ପ୍ରଯୋଜକ ରବୀନ୍ଦ୍ର।’


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବା ପରେ ଏମିତି କହିଲେ ଅର୍ଜୁନ କପୁର

ମୁମ୍ବାଇ,୭।୧୦-ମହାମାରୀ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଦୀର୍ଘ ଏକ ମାସ ଧରି କରୋନା ସହ ଲଢେଇ କରିବା ପରେ ସେ ସୁସ୍ଥ...

କେବେ କରୁଥିଲେ ଡେଟ୍‌, ଏବେ ପରସ୍ପରର…

ବମ୍ବେ: ପ୍ରେମରେ ଭଟ୍ଟା ପଡ଼ିଲେ ସମ୍ପର୍କ ତୁଟିଯାଏ। ହେଲେ ବଲିଉଡ୍‌ରେ ଏଭଳି ଅନେକେ କଳାକାର ଅଛନ୍ତି ଯେଉଁମାନେ ପ୍ରେମ ସମ୍ପର୍କ ତୁଟିବା ପରେ ବି ଭଲ...

ବିଜ୍ଞାନକୁ ଛାଡ଼ିି ରହିବା ମୋ ପାଇଁ କଷ୍ଟଦାୟକ

ଚନ୍ଦ୍ର ଓ ମଙ୍ଗଳକୁ ଯାନ ପଠାଇ ଭାରତ ମହାକାଶ ବିଜ୍ଞାନରେ ଆଗୁଆ ରାଷ୍ଟ୍ରମାନଙ୍କର ସମକକ୍ଷ ହୋଇପାରିଛି। ବିଶ୍ୱରେ ଆଣିିଛି ଏକ ନୂଆ ପରିଚୟ। ଭାରତର ମହାକାଶ...

ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’।...

ରୋଗକୁ ନେଇ କେବେ ଚିନ୍ତିତ ହୁଅନ୍ତୁ ନାହିଁ:ସୋନାଲି ବେନ୍ଦ୍ରେ

ଗ୍ରେଡ୍‌ କ୍ୟାନ୍‌ସରରୁ ଆରୋଗ୍ୟ ଲାଭ କରିବା ପରେ ସାଧାରଣ ଜୀବନକୁ ଧୀରେ ଧୀରେ ଫେରୁଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସର ପୀଡ଼ିତ ହେବାର ଏକ ବର୍ଷ...

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

ଜନତା କର୍ଫ୍ୟୁକୁ ଆଜି ପୂରିଲା ବର୍ଷେ: ଏମିତି ଥାଳି ବଜାଇଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: କରୋନା ସଂକ୍ରମଣ ଏବେ ଦେଶରେ ପୁଣି ବଢ଼ିବାରେ ଲାଗିଲାଣି। ଗତବର୍ଷ ଠିକ୍‌ ଏହି ସମୟରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା କରୋନା। କରୋନା...

ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା

ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ...

Seven Jackpot
Advertisement


Archives

Model This Week

Why Dharitri