‘କିଏ ହେବ ମୋ ହିରୋଇନ୍‌’ରେ ଅସିତ

ଅସିତ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାହାକୁ ମନର ମାନସୀ ଭାବରେ ବାଛିବେ। କଥାଟି ଏମିତି ହୋଇଛି ଯେ, ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। ତେଣୁ ଏଭଳି ସମୟରେ କି ନିଷ୍ପତ୍ତି ନେବେ ସେ ଜାଣିପାରୁନାହାନ୍ତି। ତେବେ ତାଙ୍କର ପ୍ରେମର ମିଶନ କିପରି ଶେଷ ହେଉଛି ଆଉ ଦୁଇ ଜଣ ରୂପସୀଙ୍କ ମଧ୍ୟରୁ କାହାକୁ ସେ ଆପଣେଇ ନେଉଛନ୍ତି ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ହଁ, ଏପରି ଏକ ସସପେନ୍ସ ଥ୍ରୀଲର କାହାଣୀ ରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା, ଯାହାକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ ହିରୋଇନ୍‌’। ଏକସେଲ ମୁଭିଜ ବ୍ୟାନରରେ ଏହା ହେଉଛି ଅଷ୍ଟମ ଚଳଚ୍ଚିତ୍ର। ଚିତ୍ରଟିର ପ୍ରଯୋଜନା ରବୀନ୍ଦ୍ର ପଣ୍ଡା କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ନବାଗତ ପ୍ରଶାନ୍ତ ଲେଙ୍କା। ଡ. ରଜନୀ ରଞ୍ଜନ ସଂଳାପ ରଚନା କରିଛନ୍ତି ଏବଂ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଅଗ୍ନିରାଜ କିଶୋର। କୋରିଓଗ୍ରାଫି ଦାୟିତ୍ୱ ତୁଲାଇବେ ଲୁବୁନ-ଟୁବୁନ୍‌। ‘ଭୈରବ’ ଏବଂ ‘ନାୟକର ନଁା ଦେବଦାସ’ ପରେ ଅସିତଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର। ଅନ୍ୟପକ୍ଷରେ ତାଙ୍କ ଅପୋଜିଟ୍‌ରେ ନାୟିକା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋନମ୍‌। ଚଳଚ୍ଚିତ୍ରର ଅନ୍ୟତମ ଫିମେଲ ଲିଡ୍‌ରେ ଅଛନ୍ତି ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ଏବଂ ‘ଲଭ୍‌ ୟୁ ପ୍ରିୟା’ର ନାୟିକା ମହିମା। ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, କେକେ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ‘ଏହାର କାହାଣୀ ଭିନ୍ନ ଧରଣର। ଏଥିରେ ବିଶେଷ ଭାବରେ କିନ୍ନରମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ପ୍ରଯୋଜକ ରବୀନ୍ଦ୍ର।’


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri