Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ ସେ କେବଳ ଆଧୁନିକତାର ଦୃଷ୍ଟିକୋଣରୁ ଦେଖି ନ ଥିଲେ; ଅଧିକନ୍ତୁ ସମଗ୍ର ବିଶ୍ୱକୁ ସେ ଆଧୁନିକତାର ଲେନ୍ସରେ ଦେଖେଇବାର ସଫଳ ପ୍ରୟାସ କରିଥିଲେ। ସେଥିଲାଗି ତାଙ୍କୁ ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ବୋଲି ମଧ୍ୟ କେହି କେହି କହିଥାନ୍ତି। ନନ୍ଦଲାଲ ବୋଷଙ୍କ ପେଣ୍ଟିଂରେ ଗୋଟିଏ କଥା ନିଶ୍ଚିତ ଭାବରେ ଦେଖିବାକୁ ମିଳେ ଯେ, ଭାରତୀୟ ଚିତ୍ରକଳ୍ପର ବିଶ୍ୱ ରୂପାୟନ। ଆମର ସଂସ୍କୃତି, ଆମର ମାଟି, ପାଣି, ପବନ, ଆମର ଲାବଣ୍ୟମୟୀ ନାରୀ ପ୍ରତିମା, ଆମର ପଶୁପକ୍ଷୀ, ଗଛବୃଚ୍ଛ – ଏସବୁରେ ବି ନିହିତ ରହିଛି ଏକ ବିଶ୍ୱ ଚିନ୍ତାଧାରା, ତାହାକୁ ତାଙ୍କର ସମସ୍ତ ପେଣ୍ଟିଂରେ ଦେଖେଇବାକୁ ଚାହିଁଥିଲେ ନନ୍ଦଲାଲ। ଆଉ ସେଥିରେ ସେ ସଫଳ ହୋଇଥିଲେ ମଧ୍ୟ। ନନ୍ଦଲାଲ ବୋଷଙ୍କର ଆଉ ଏକ ବିଶେଷତ୍ୱ ହେଲା ସେ ନିଜସ୍ବ ଶୈଳୀରେ ପେଣ୍ଟିଂ କରୁଥିଲେ। କାହାରିକୁ ଅନୁକରଣ କରୁ ନ ଥିଲେ। ତାଙ୍କ ପେଣ୍ଟିଂରେ ଥିଲା ଏକ ମୌଳିକ ଭାବବିନ୍ଦୁ। ଆଉ ସେ ସେହି ମୌଳିକତାକୁ ଆଧାର କରି ସମଗ୍ର ବିଶ୍ୱ ପେଣ୍ଟିଂରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ।

ଟାଗୋର ପରିବାର ଓ ଅଜନ୍ତା : ଅବନୀନ୍ଦ୍ରନାଥ ଟାଗୋରଙ୍କ ଛାତ୍ର ଥିଲେ ନନ୍ଦଲାଲ ବୋଷ। ଶାନ୍ତି ନିକେତନର କଳାଭବନରେ ମଧ୍ୟ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଏହା ୧୯୨୨ ମସିହା କଥା। ନନ୍ଦଲାଲ୍‌ ଅନେକଥର ଏକଥା ସ୍ବୀକାର କରିଥିଲେ ଯେ, ତାଙ୍କର ଜୀବନ ତଥା ତାଙ୍କ ପ୍ରସିଦ୍ଧି ପାଇବା କ୍ଷେତ୍ରରେ ଟାଗୋର ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିଭଳି ସେ ଅଜନ୍ତା ଗାତ୍ରରେ ଖୋଦିତ ଚିତ୍ରପ୍ରତିମା ସବୁ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା। ଫଳରେ ସେ ଜଣେ ଚିତ୍ରକର ହେବାକୁ ମନସ୍ଥ କରିଥିଲେ। ସେତିକି ନୁହେଁ, ନନ୍ଦଲାଲ ପିଲାଟିବେଳୁ ପୁରାଣ, କିମ୍ବଦନ୍ତୀ, ଲୋକକଥା, କାବ୍ୟ, ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ସେହିଭଳି ଗ୍ରାମୀଣ ଜୀବନ ତଥା ସରଳ ଜୀବନଯାପନ ପଦ୍ଧତି ଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ। ସେ ସବୁବେଳେ ଇଚ୍ଛା କରୁଥିଲେ ସାଧାରଣ ମଣିଷ ହୋଇ ରହିବାକୁ ମାତ୍ର ଅସାଧାରଣ କଥା ଚିନ୍ତା କରିବାକୁ। ନନ୍ଦଲାଲଙ୍କ ପେଣ୍ଟିଂ ସବୁକୁ ଦେଖିଲେ ଏସବୁ କଥା ସ୍ପଷ୍ଟ ହୋଇଯାଏ। ଜଣକର ଶୈଶବ କିପରି ଜଣକର ଭବିଷ୍ୟତକୁ ପ୍ରଭାବିତ କରେ ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ସ୍ବୟଂ ନନ୍ଦଲାଲ ବୋଷ।

ପିଲାବେଳ : ୧୮୮୨ ମସିହା ଡିସେମ୍ବର ୩ ତାରିଖରେ ବଙ୍ଗଳାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦଲାଲ ବୋଷ। ସ୍ଥାନ ଥିଲା ବିହାର ରାଜ୍ୟର ମୁଙ୍ଗେର ଜିଲା। ବାପା ପୂର୍ଣ୍ଣଚନ୍ଦ୍ର ବୋଷ ଦରଭଙ୍ଗା ଇଷ୍ଟେଟ୍‌ର ଜଣେ କର୍ମଚାରୀ ଥିଲେ। ମା’ କ୍ଷେତ୍ରମଣି ଦେବୀ ଥିଲେ ଜଣେ ସୁଗୃହିଣୀ। ଏତଦବ୍ୟତୀତ ତାଙ୍କ କଳା କାରିଗରିରେ ବେଶ ଜ୍ଞାନ ରହିଥିଲା। ସେ ମାଟିରେ ମୂର୍ତ୍ତି ଗଢ଼ି ପାରୁଥିଲେ। ଭଙ୍ଗା ମୂର୍ତ୍ତିକୁ ମରାମତି କରିପାରୁଥିଲେ। ପିଲାଟି ବେଳେ ନନ୍ଦଲାଲଙ୍କୁ ଯେତେ ଖେଳନା କଣ୍ଢେଇ ଆଣି ଦିଆଯାଉଥିଲା ସେ ସେସବୁକୁ ଭାଙ୍ଗି ପକାଉଥିଲେ। ମାତ୍ର ତାଙ୍କ ମା’ସେସବୁକୁ ପୁଣିଥରେ ମରାମତି କରି ନୂଆରୂପ ଦେଇଦେଉଥିଲେ। ମା’ଙ୍କର ଏହି ଗୁଣଟି ଶିଶୁ ନନ୍ଦଲାଲକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ସେ ମଧ୍ୟ ସେଇ ପିଲା ବୟସରେ ମୂର୍ତ୍ତିି ଗଢ଼ିବା ଆଉ ଭଙ୍ଗାମୂର୍ତ୍ତିକୁ ମରାମତି କରିବାରେ ପାରଙ୍ଗମ ହୋଇ ଉଠିଥିଲେ।

ପାଠପଢ଼ା : କୋଲକାତାର ସେଣ୍ଟ୍ରାଲ୍‌ କଲିଜିଏଟ୍‌ ସ୍କୁଲରେ ଅଧ୍ୟୟନ କରିଥିଲେ ନନ୍ଦଲାଲ। ତେବେ ପାଠପଢ଼ା ତୁଳନାରେ ତାଙ୍କର ଆର୍ଟ ପ୍ରତି ଅଧିକ ରୁଚି ରହିଥିଲା। ସେ ସବୁବେଳେ ବାପାମା’ଙ୍କ ନିକଟରେ ଅଳି କରୁଥିଲେ ତାଙ୍କୁ ଆର୍ଟ ସ୍କୁଲରେ ଭର୍ତ୍ତି କରାଇବାକୁ। ଅନେକ ସମୟରେ ଜିଦ୍‌ ବି କରୁଥିଲେ। ମାତ୍ର ବାପାମା’ ଚାହୁଁ ନ ଥିଲେ ଯେ, ତାଙ୍କ ପୁଅ ଜଣେ ଚିତ୍ରକର ହେଉ। ବାଧ୍ୟହୋଇ ପାଠ ପଢ଼ିଲେ ନନ୍ଦଲାଲ। ସେ ଗୋଟିଏ ଗୋଟିଏ ଶ୍ରେଣୀରେ ବାରମ୍ବାର ଅକୃତକାର୍ଯ୍ୟ ହେଉଥିଲେ। ଶେଷରେ ବାପାମା’ ଜାଣିଲେ ଯେ, ତାଙ୍କ ପୁଅ କେବଳ ଚିତ୍ର କରିବାକୁ ଜନ୍ମହୋଇଛି। ସେମାନେ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣିଲେ। ଆଉ ତାଙ୍କୁ କୋଲକାତାର ଏକ ଆର୍ଟ ସ୍କୁଲ୍‌ରେ ଆଡମିଶନ କରାଇଦେଲେ। ଖୁବ କମ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା। ସେ ତାଙ୍କ ପରିବାରର ଏକ ଦୂର ସମ୍ପର୍କୀୟଙ୍କ ଝିଅଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ଥିଲା ସୁଧିରାଦେବୀ।

ପ୍ରଥମ ପ୍ରତିଷ୍ଠା : ପିଲାବେଳୁ ସେ ଗ୍ରାମୀଣ ସଭ୍ୟତା ସଂସ୍କୃତି ପ୍ରତି ଆକୃଷ୍ଟ ଥିଲେ। ବଡ଼ ହୋଇ ଆର୍ଟ ସ୍କୁଲରେ ପଢ଼ିବା ପରେ ସେସବୁ ତାଙ୍କୁ ଚିତ୍ର କରିବାକୁ ଅନୁପ୍ରେରିତ କରିଥିଲା। ଅଜନ୍ତା ଗୁମ୍ଫାରେ ଅଙ୍କିତ ଚିତ୍ରସବୁ ତାଙ୍କୁ ବହୁମାତ୍ରାରେ ବିହ୍ବଳିତ କରି ଦେଇଥିଲା। ଆଉ ତାଙ୍କ ଭିତରର ଚିତ୍ରକର ଜଣଙ୍କୁ ପରିପକ୍ୱ କରିଦେଇଥିଲା। ସେ ଏପରି ଭାବରେ ଚିତ୍ରମନସ୍କ ହୋଇଗଲେ ଯେ, ତାଙ୍କୁ ସବୁକିଛି ଲାଗିଲା ଚିତ୍ରମୟ। ୧୯୩୦ ମସିହା କଥା। ସେ ଗାନ୍ଧୀଙ୍କୁ ନେଇ ଲବଣ ସତ୍ୟାଗ୍ରହ ବେଳର ଏକ ଚିତ୍ର ଆଙ୍କିଥିଲେ; ଯାହା ତାଙ୍କୁ ରାତାରାତ ପ୍ରସିଦ୍ଧ କରିଦେଇଥିଲା। ତାଙ୍କ ଅଙ୍କିତ ଚିତ୍ରଟିକୁ ଅହିଂସା ଆନ୍ଦୋଳନ ସମୟର ଏକ ଆଇକନିକ୍‌ ଚିତ୍ର ବୋଲି ଆଜି ବି କୁହାଯାଏ। ଏହି ଚିତ୍ର ତାଙ୍କୁ ପ୍ରଥମ ପ୍ରତିଷ୍ଠା ଆଣିଦେଇଥିଲା। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri