Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ ସେ କେବଳ ଆଧୁନିକତାର ଦୃଷ୍ଟିକୋଣରୁ ଦେଖି ନ ଥିଲେ; ଅଧିକନ୍ତୁ ସମଗ୍ର ବିଶ୍ୱକୁ ସେ ଆଧୁନିକତାର ଲେନ୍ସରେ ଦେଖେଇବାର ସଫଳ ପ୍ରୟାସ କରିଥିଲେ। ସେଥିଲାଗି ତାଙ୍କୁ ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ବୋଲି ମଧ୍ୟ କେହି କେହି କହିଥାନ୍ତି। ନନ୍ଦଲାଲ ବୋଷଙ୍କ ପେଣ୍ଟିଂରେ ଗୋଟିଏ କଥା ନିଶ୍ଚିତ ଭାବରେ ଦେଖିବାକୁ ମିଳେ ଯେ, ଭାରତୀୟ ଚିତ୍ରକଳ୍ପର ବିଶ୍ୱ ରୂପାୟନ। ଆମର ସଂସ୍କୃତି, ଆମର ମାଟି, ପାଣି, ପବନ, ଆମର ଲାବଣ୍ୟମୟୀ ନାରୀ ପ୍ରତିମା, ଆମର ପଶୁପକ୍ଷୀ, ଗଛବୃଚ୍ଛ – ଏସବୁରେ ବି ନିହିତ ରହିଛି ଏକ ବିଶ୍ୱ ଚିନ୍ତାଧାରା, ତାହାକୁ ତାଙ୍କର ସମସ୍ତ ପେଣ୍ଟିଂରେ ଦେଖେଇବାକୁ ଚାହିଁଥିଲେ ନନ୍ଦଲାଲ। ଆଉ ସେଥିରେ ସେ ସଫଳ ହୋଇଥିଲେ ମଧ୍ୟ। ନନ୍ଦଲାଲ ବୋଷଙ୍କର ଆଉ ଏକ ବିଶେଷତ୍ୱ ହେଲା ସେ ନିଜସ୍ବ ଶୈଳୀରେ ପେଣ୍ଟିଂ କରୁଥିଲେ। କାହାରିକୁ ଅନୁକରଣ କରୁ ନ ଥିଲେ। ତାଙ୍କ ପେଣ୍ଟିଂରେ ଥିଲା ଏକ ମୌଳିକ ଭାବବିନ୍ଦୁ। ଆଉ ସେ ସେହି ମୌଳିକତାକୁ ଆଧାର କରି ସମଗ୍ର ବିଶ୍ୱ ପେଣ୍ଟିଂରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ।

ଟାଗୋର ପରିବାର ଓ ଅଜନ୍ତା : ଅବନୀନ୍ଦ୍ରନାଥ ଟାଗୋରଙ୍କ ଛାତ୍ର ଥିଲେ ନନ୍ଦଲାଲ ବୋଷ। ଶାନ୍ତି ନିକେତନର କଳାଭବନରେ ମଧ୍ୟ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଏହା ୧୯୨୨ ମସିହା କଥା। ନନ୍ଦଲାଲ୍‌ ଅନେକଥର ଏକଥା ସ୍ବୀକାର କରିଥିଲେ ଯେ, ତାଙ୍କର ଜୀବନ ତଥା ତାଙ୍କ ପ୍ରସିଦ୍ଧି ପାଇବା କ୍ଷେତ୍ରରେ ଟାଗୋର ପରିବାରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିଭଳି ସେ ଅଜନ୍ତା ଗାତ୍ରରେ ଖୋଦିତ ଚିତ୍ରପ୍ରତିମା ସବୁ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା। ଫଳରେ ସେ ଜଣେ ଚିତ୍ରକର ହେବାକୁ ମନସ୍ଥ କରିଥିଲେ। ସେତିକି ନୁହେଁ, ନନ୍ଦଲାଲ ପିଲାଟିବେଳୁ ପୁରାଣ, କିମ୍ବଦନ୍ତୀ, ଲୋକକଥା, କାବ୍ୟ, ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ସେହିଭଳି ଗ୍ରାମୀଣ ଜୀବନ ତଥା ସରଳ ଜୀବନଯାପନ ପଦ୍ଧତି ଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ। ସେ ସବୁବେଳେ ଇଚ୍ଛା କରୁଥିଲେ ସାଧାରଣ ମଣିଷ ହୋଇ ରହିବାକୁ ମାତ୍ର ଅସାଧାରଣ କଥା ଚିନ୍ତା କରିବାକୁ। ନନ୍ଦଲାଲଙ୍କ ପେଣ୍ଟିଂ ସବୁକୁ ଦେଖିଲେ ଏସବୁ କଥା ସ୍ପଷ୍ଟ ହୋଇଯାଏ। ଜଣକର ଶୈଶବ କିପରି ଜଣକର ଭବିଷ୍ୟତକୁ ପ୍ରଭାବିତ କରେ ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ସ୍ବୟଂ ନନ୍ଦଲାଲ ବୋଷ।

ପିଲାବେଳ : ୧୮୮୨ ମସିହା ଡିସେମ୍ବର ୩ ତାରିଖରେ ବଙ୍ଗଳାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦଲାଲ ବୋଷ। ସ୍ଥାନ ଥିଲା ବିହାର ରାଜ୍ୟର ମୁଙ୍ଗେର ଜିଲା। ବାପା ପୂର୍ଣ୍ଣଚନ୍ଦ୍ର ବୋଷ ଦରଭଙ୍ଗା ଇଷ୍ଟେଟ୍‌ର ଜଣେ କର୍ମଚାରୀ ଥିଲେ। ମା’ କ୍ଷେତ୍ରମଣି ଦେବୀ ଥିଲେ ଜଣେ ସୁଗୃହିଣୀ। ଏତଦବ୍ୟତୀତ ତାଙ୍କ କଳା କାରିଗରିରେ ବେଶ ଜ୍ଞାନ ରହିଥିଲା। ସେ ମାଟିରେ ମୂର୍ତ୍ତି ଗଢ଼ି ପାରୁଥିଲେ। ଭଙ୍ଗା ମୂର୍ତ୍ତିକୁ ମରାମତି କରିପାରୁଥିଲେ। ପିଲାଟି ବେଳେ ନନ୍ଦଲାଲଙ୍କୁ ଯେତେ ଖେଳନା କଣ୍ଢେଇ ଆଣି ଦିଆଯାଉଥିଲା ସେ ସେସବୁକୁ ଭାଙ୍ଗି ପକାଉଥିଲେ। ମାତ୍ର ତାଙ୍କ ମା’ସେସବୁକୁ ପୁଣିଥରେ ମରାମତି କରି ନୂଆରୂପ ଦେଇଦେଉଥିଲେ। ମା’ଙ୍କର ଏହି ଗୁଣଟି ଶିଶୁ ନନ୍ଦଲାଲକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ସେ ମଧ୍ୟ ସେଇ ପିଲା ବୟସରେ ମୂର୍ତ୍ତିି ଗଢ଼ିବା ଆଉ ଭଙ୍ଗାମୂର୍ତ୍ତିକୁ ମରାମତି କରିବାରେ ପାରଙ୍ଗମ ହୋଇ ଉଠିଥିଲେ।

ପାଠପଢ଼ା : କୋଲକାତାର ସେଣ୍ଟ୍ରାଲ୍‌ କଲିଜିଏଟ୍‌ ସ୍କୁଲରେ ଅଧ୍ୟୟନ କରିଥିଲେ ନନ୍ଦଲାଲ। ତେବେ ପାଠପଢ଼ା ତୁଳନାରେ ତାଙ୍କର ଆର୍ଟ ପ୍ରତି ଅଧିକ ରୁଚି ରହିଥିଲା। ସେ ସବୁବେଳେ ବାପାମା’ଙ୍କ ନିକଟରେ ଅଳି କରୁଥିଲେ ତାଙ୍କୁ ଆର୍ଟ ସ୍କୁଲରେ ଭର୍ତ୍ତି କରାଇବାକୁ। ଅନେକ ସମୟରେ ଜିଦ୍‌ ବି କରୁଥିଲେ। ମାତ୍ର ବାପାମା’ ଚାହୁଁ ନ ଥିଲେ ଯେ, ତାଙ୍କ ପୁଅ ଜଣେ ଚିତ୍ରକର ହେଉ। ବାଧ୍ୟହୋଇ ପାଠ ପଢ଼ିଲେ ନନ୍ଦଲାଲ। ସେ ଗୋଟିଏ ଗୋଟିଏ ଶ୍ରେଣୀରେ ବାରମ୍ବାର ଅକୃତକାର୍ଯ୍ୟ ହେଉଥିଲେ। ଶେଷରେ ବାପାମା’ ଜାଣିଲେ ଯେ, ତାଙ୍କ ପୁଅ କେବଳ ଚିତ୍ର କରିବାକୁ ଜନ୍ମହୋଇଛି। ସେମାନେ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣିଲେ। ଆଉ ତାଙ୍କୁ କୋଲକାତାର ଏକ ଆର୍ଟ ସ୍କୁଲ୍‌ରେ ଆଡମିଶନ କରାଇଦେଲେ। ଖୁବ କମ ବୟସରେ ତାଙ୍କର ବିବାହ ହୋଇ ଯାଇଥିଲା। ସେ ତାଙ୍କ ପରିବାରର ଏକ ଦୂର ସମ୍ପର୍କୀୟଙ୍କ ଝିଅଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ଥିଲା ସୁଧିରାଦେବୀ।

ପ୍ରଥମ ପ୍ରତିଷ୍ଠା : ପିଲାବେଳୁ ସେ ଗ୍ରାମୀଣ ସଭ୍ୟତା ସଂସ୍କୃତି ପ୍ରତି ଆକୃଷ୍ଟ ଥିଲେ। ବଡ଼ ହୋଇ ଆର୍ଟ ସ୍କୁଲରେ ପଢ଼ିବା ପରେ ସେସବୁ ତାଙ୍କୁ ଚିତ୍ର କରିବାକୁ ଅନୁପ୍ରେରିତ କରିଥିଲା। ଅଜନ୍ତା ଗୁମ୍ଫାରେ ଅଙ୍କିତ ଚିତ୍ରସବୁ ତାଙ୍କୁ ବହୁମାତ୍ରାରେ ବିହ୍ବଳିତ କରି ଦେଇଥିଲା। ଆଉ ତାଙ୍କ ଭିତରର ଚିତ୍ରକର ଜଣଙ୍କୁ ପରିପକ୍ୱ କରିଦେଇଥିଲା। ସେ ଏପରି ଭାବରେ ଚିତ୍ରମନସ୍କ ହୋଇଗଲେ ଯେ, ତାଙ୍କୁ ସବୁକିଛି ଲାଗିଲା ଚିତ୍ରମୟ। ୧୯୩୦ ମସିହା କଥା। ସେ ଗାନ୍ଧୀଙ୍କୁ ନେଇ ଲବଣ ସତ୍ୟାଗ୍ରହ ବେଳର ଏକ ଚିତ୍ର ଆଙ୍କିଥିଲେ; ଯାହା ତାଙ୍କୁ ରାତାରାତ ପ୍ରସିଦ୍ଧ କରିଦେଇଥିଲା। ତାଙ୍କ ଅଙ୍କିତ ଚିତ୍ରଟିକୁ ଅହିଂସା ଆନ୍ଦୋଳନ ସମୟର ଏକ ଆଇକନିକ୍‌ ଚିତ୍ର ବୋଲି ଆଜି ବି କୁହାଯାଏ। ଏହି ଚିତ୍ର ତାଙ୍କୁ ପ୍ରଥମ ପ୍ରତିଷ୍ଠା ଆଣିଦେଇଥିଲା। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?