କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ ବଡ ହୋଟେଲ ତ ପୁଣି କିଏ ରାଜପ୍ରାସାଦ ଭଳି ମଣ୍ଡପ ସଜାଇ ବିବାହ ଉତ୍ସବର ଆୟୋଜନ କରିଥାଆନ୍ତି। ହେଲେ ଆମେରିକା ନ୍ୟୁ ଜର୍ସିର ଏକ ଦମ୍ପତି ଶୌଚାଳୟରେ ବିବାହ କରିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର କାରଣ ବି ଥିଲା ଖୁବ୍‌ ନିଆରା। ଆମେରିକା ନ୍ୟୁ ଜର୍ସିର ଏକ ଦମ୍ପତି ବିବାହ ପାଇଁ ହୋଟେଲ୍‌ ବୁକ୍‌ କରିଥିଲେ। ଯଥାରୀତି ବିବାହ କାର୍ଯ୍ୟର ଆୟୋଜନ ମଧ୍ୟ କରାଯାଇଥିଲା। ବରବଧୂଙ୍କ ସହ ଉଭୟ ପକ୍ଷରୁ ଅତିଥିମାନେ ଆସି ସେଠାରେ ଯୋଗ ଦେଇଥିଲେ। ହେଲେ ହଠାତ୍‌ ବରଙ୍କ ମା’ ଶୌଚାଳୟ ଯାଇଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ। ସେଠାରୁ ତାଙ୍କୁ ବାହାର କରିବା କଷ୍ଟକର ବ୍ୟାପାର ଥିଲା। ତେଣୁ ଶୌଚାଳୟରେ ହିଁ ତାଙ୍କୁ ଅକ୍ସିଜେନ୍‌ ଲଗାଇ ଦିଆଯାଇଥିଲା। ଏପଟେ ବିବାହ ସମୟ ଗଡି ଯାଉଥିଲା। କାରଣ ସେଠାରେ ଥରେ ବିବାହ ବନ୍ଦ ହେଲେ ମ୍ୟାରେଜ୍‌ ଲାଇସେନ୍ସ ପାଇଁ ୪୫ ଦିନ ଅପେକ୍ଷା କରିବାକୁ ପଡିଥାଆନ୍ତା। ଅପରପକ୍ଷରେ ସେଠାରେ ମା’ଙ୍କ ସାମ୍ନାରେ ବର ବିବାହ କରିବାର ରୀତି ରହିଛି। ତେଣୁ ବରବଧୂ ଶୌଚାଳୟରେ ମା’ଙ୍କ ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଓକିଲଙ୍କ ଉପସ୍ଥିତିରେ ମ୍ୟାରେଜ ରେଜିଷ୍ଟ୍ରେଶନ କରାଯାଇ ଶୌଚାଳୟରେ ହିଁ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ବହୁ ସଂସ୍ଥାକୁ କଳା ତାଲିକାଭୁକ୍ତ କଲା ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ,୨୩।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ବହୁ ଚାଇନା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ସମ୍ପୃକ୍ତ ସଂସ୍ଥା ବିରୋଧରେ ମାନବିକ ଅଧିକାର ଉଲ୍ଲଂଘନ...

ୟୁକ୍ରେନର ଅଞ୍ଚଳ ରୁଷିଆରେ ମିଶିବା ନେଇ ଆଇନଗତ ପଦକ୍ଷେପ, ଉଚ୍ଚ ସଦନରେ ମାନ୍ୟତା…

ମସ୍କୋ/କ୍ୱିଭ,୪।୧୦ : ଜନମତ ସଂଗ୍ରହ ମାଧ୍ୟମରେ ୟୁକ୍ରେନର ଚାରୋଟି ଅଞ୍ଚଳର ରୁଷିଆରେ ମିଶ୍ରଣ ପରେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହାକୁ ଆଇନଗତ ମାନ୍ୟତା ଦେବା ଆରମ୍ଭ...

ଛିଦ୍ର ଥିବା ସତ୍ତ୍ୱେ ୧୪ ଘଣ୍ଟା ଧରି ଉଡ଼ିଲା ଏମିରେଟ୍ସ ବିମାନ

ବ୍ରିସ୍‌ବେନ,୫।୭: ଅଷ୍ଟ୍ରେଲିଆର ବ୍ରିସ୍‌ବେନ ବିମାନବନ୍ଦରରେ ଛିଦ୍ର ଥିବା ଏକ ଏମିରେଟ୍ସ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ହେଲେ ବିମାନର ବାମ ପାର୍ଶ୍ୱରେ ଥିବା ଡେଣା...

ସମୁଦ୍ରରେ ଗାଧୋଉଥିଲେ ମହିଳା, ଆକ୍ରମଣ କଲା ସାର୍କ, ଭିଡିଓ ଦେଖିଲେ…

ଦୁନିଆରେ ଅନେକ ବିପଜ୍ଜନକ ଜୀବ ବାସ କରନ୍ତି। ଯେତେବେଳେ ଆମେ ସେମାନଙ୍କର ସାମ୍ନା କରିଥାଉ ସେତେବେଳେ ଆମେ ଜାଣୁ ଯେ ସେମାନେ ଆମର କେତେ ପରିମାଣରେ...

ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା...

ମାନସଲୁ ବେସ୍‌ କ୍ୟାମ୍ପ୍‌ ନିକଟରେ ପୁଣି ହିମ ସ୍ଖଳନ…

କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା...

ବେସରକାରୀ ଶିକ୍ଷକଙ୍କୁ ଅନ୍‌ଲାଇନ୍‌ କ୍ଲାସ ନେବାକୁ ବାରଣ

ବେଜିଂ,୮ା୯: ଚାଇନା ବୁଧବାର ବେସରକାରୀ ଶିକ୍ଷକମାନଙ୍କୁ ଅନଲାଇନ କ୍ଲାସ ନେବାକୁ ବାରଣ କରିଛି। ଆବାସିକ କୋଠା, ହୋଟେଲ ଏବଂ କଫି ଦୋକାନ ପରି ପଞ୍ଜୀକୃତ ହୋଇ...

ଆମେରିକାରେ ବିବାହ କଲେ ଏହି ଭାରତୀୟ ଯୋଡ଼ି, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ପରିବାର

କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି। ବିଶେଷକରି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ଏମିତି ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି ଆମେରିକାରେ।...

Advertisement
Archives

Model This Week