Posted inଖେଳ

କାହିଁକି ବିଶ୍ରାମ ନେଲେ ଆୟାର ଓ ଦୁବେ

ମୁମ୍ବାଇ, ୨୮।୧୨- ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ଅପେକ୍ଷାକୃତ ରେଲ୍‌ଓ୍ବେଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଶ୍ରେୟାସ ଆୟାର ଓ ଶିବମ ଦୁବେଙ୍କ ଉପରେ ବହୁ ପ୍ରଶ୍ନ ଉଠିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଆୟାର ଓ ଦୁବେ ୨୫ ତାରିଖରୁ ଆରମ୍ଭ ହୋଇଥିବା ରେଲଓ୍ବେ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ। କୌତୁହଳର କଥା ଯେ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କଟକ ମ୍ୟାଚ୍‌ ଖେଳିଥିବା ପେସର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଦଳର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଦୁବେ ଦିନିକିଆ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିଲେ। ଏହାସତ୍ତ୍ୱେ ସେ କାହିଁକି ବିଶ୍ରାମ ନେଲେ ଏହା ବଡ଼ ପ୍ରଶ୍ନ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ଟୁଇଟ୍‌ କରି ଲେଖିଛନ୍ତି, ମୁମ୍ବାଇ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଆୟାର ଓ ଦୁବେ ଦଳର ଅଂଶ ନ ଥିବାରୁ ଦୁଃଖିତ। ଅନ୍ତର୍ଜାତୀୟ ମ୍ୟାଚ୍‌ର ୫ ଦିନ ପୂର୍ବରୁ ମଧ୍ୟ ସେମାନେ ଖେଳୁ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ମୁମ୍ବାଇ ଓପନର ଶିଶିର ହାତାଙ୍ଗାଡି ଟୁଇଟ୍‌ କରିଛନ୍ତି, କାହିଁକି ଆୟାର ଓ ଦୁବେ ମୁମ୍ବାଇ ରଣଜୀ ମ୍ୟାଚ୍‌ ଖେଳିଲେ ନାହିଁ? କାହାକୁ ପଚାରି ସେମାନେ ବିଶ୍ରାମ ନେଇଛନ୍ତି? ଉଲ୍ଲେଖଥାଉ କି, ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କର୍ନାଟକକୁ ଜାନୁୟାରୀ ୩ ତାରିଖରେ ଭେଟିବ। ଏହି ମ୍ୟାଚ୍‌ରେ ମଧ୍ୟ ଦୁହେଁ ଖେଳିବେ ନାହିଁ। କାରଣ ଏହାର ଦୁଇ ଦିନ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁଆହାଟିଠାରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ଏହି ସିରିଜ୍‌ ଶେଷ ହେବା ପରେ ମଧ୍ୟ ଉଭୟଙ୍କୁ ମୁମ୍ବାଇ ମ୍ୟାଚ୍‌ ପାଇଁ ଚୟନ କରା ନ ଯାଇପାରେ। ସେମାନଙ୍କୁ ଖେଳିବା ଲାଗି କୁହାଯିବାରୁ ବିସିସିଆଇ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କହିଥିଲେ। ମାତ୍ର ବିସିସିଆଇ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରଶ୍ନ ଉଠୁଛି ତାଙ୍କୁ ପରାମର୍ଶ ଦେଲା କିଏ? ଭାରତୀୟ ଦଳର ଫିଜିଓ ନା ଟ୍ରେନର ନା ନିଜ ଇଚ୍ଛାରେ ସେମାନେ ବିଶ୍ରାମ ନେଇଛନ୍ତି? ଏ ସମ୍ପର୍କରେ ପରବର୍ତ୍ତୀ ଆପେକ୍ସ କାଉନ୍‌ସିଲ ବୈଠକରେ ଆଲୋଚନା କରାଯିବ। ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜଣେ ଏମ୍‌ସିଏ କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର...

ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ...

ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି

ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍‌.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ...

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ...

ସୁପର କପ୍‌ ଜିତିଲା ରିୟଲ ମାଡ୍ରିଡ୍‌

ଜେଦ୍ଦା,୧୩ା୧ (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ସୁପର କପ୍‌ ଫାଇନାଲରେ ରିୟଲ ମାଡ୍ରିଡ୍‌ ପେନାଲ୍ଟି ଶୁଟ୍‌ଆଉଟ ଜରିଆରେ ଆଟଲେଟିକୋ ମାଡ୍ରିଡ୍‌କୁ ହରାଇ ଦେଇଛି। ସୌଦି ଆରବୀୟ ପ୍ରଶଂସକଙ୍କ...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

ମନପ୍ରୀତ୍‌ଙ୍କ ସମେତ ୫ ହକି ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ, ୮ା୮ (ପି.ଟି.)- ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି...

ଗିରୋ ଡି’ ଇଟାଲିଆ

ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍‌ ସାଇକେଲ ରେସ୍‌ ଗତ...

Advertisement
Archives

Model This Week