କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଜପତି ଜିଲା ଢେଉପଦର ଗଁାର ସିପୁନ ନାୟକ। ନଂ. ୧୬୨/୧୯ରେ ମାମଲା ରୁଜୁ କରି ପୋଲିସ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ କାର୍‌ ଓ ସାଇକେଲକୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ସିପୁନ ସାଇକେଲରେ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍‌ଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ପୂର୍ବାହ୍ନ ପ୍ରାୟ ୧୦ ଟାରୁ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ରାସ୍ତାରୋକୋ କରିଥିଲେ। ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ଡିଏସ୍‌ପି ସଞ୍ଜୟ କୁମାର ମହାପାତ୍ର, ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ଇଚ୍ଛା ଡ୍ୟାମ୍‌ ନିର୍ମାଣ ସାରିବାକୁ ଅନୁରୋଧ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ସୁବର୍ଣ୍ଣରେଖା ନଦୀ ଉପରେ ଥିବା ବହୁମୁଖୀ ପ୍ରକଳ୍ପ ଚାନ୍ଦିଲ ଡ୍ୟାମ୍‌ର ବନ୍ୟା ନିୟନ୍ତ୍ରଣ ଆଧୁନିକୀକରଣ ଏବଂ ଇଚ୍ଛା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ...

ଆନ୍ଧ୍ରରେ ଓମିକ୍ରନ ଚିହ୍ନଟ ପରେ ତତ୍ପର ଓଡ଼ିଶା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ସଜାଗ ହୋଇଛି। ରାଜ୍ୟର ସମସ୍ତ ବର୍ଡର ଜିଲାଗୁଡିକୁ ସରକାର ସଜାଗ କରାଇ ଦେଇଛନ୍ତି।...

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୮ା୧୧(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ...

ଯାତ୍ରୀବାହୀ ବସ୍‌ ଅକାମୀ ଘୋଷଣା ପ୍ରସଙ୍ଗ : କିଲୋମିଟର ଭିତ୍ତିରେ ହୋଇପାରିବନି ଅକାମୀ

ଭୁବନେଶ୍ୱର,୨୯ା୭(ବ୍ୟୁରୋ) : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ର କିଲୋମିଟର ଭିତ୍ତିରେ ଏହାକୁ ଅକାମୀ କରାଯିବାର ମୋଟରଯାନ ନିୟମ-୧୯୮୮ରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଖୋଦ୍‌ ବାଣିଜ୍ୟ...

୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ...

ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି...

ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍‌

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା...

Advertisement
Archives

Model This Week