କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହକି ଏକାଡେମୀର ଖେଳାଳିମାନେ ଧ୍ୟାନଚନ୍ଦ ହକି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ରବିବାର ହୋଶଙ୍ଗାବାଦ ଆସିଥିଲେ। ଖେଳାଳିମାନେ ଫେରୁଥିବା ସମୟରେ କାର୍‌ଟି ତୀବ୍ର ବେଗରେ ଥିବାରୁ ନିୟନ୍ତ୍ରଣ ହରାଇ ଏକ ଗଛକୁ ପିଟିଦେଇଥିଲା। ଦୁର୍ଘଟଣା ଘଟିଥିବା କାର୍‌ରେ ୭ଜଣ ଖେଳାଳି ରହିଥିଲେ। ହେଲେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶୋକ ପ୍ରକାଶ କରିବା ସହ ମୃତପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଆହତ ଖେଳାଳି ପରିବାରଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି କମଲ ନାଥ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର...

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି...

ପଡ଼ିଆରେ ଶୋଇ ଏହି କଥା ଚିନ୍ତା କରୁଛନ୍ତି ରୋହିତ ଶର୍ମା

ଅହମଦାବାଦ,୧।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସିରିଜ...

ଟି୨୦ରେ ଏହି ସଫଳତା ପାଇବାରେ କୋହଲି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ

ଦୁବାଇ, ୫।୧୦: ଚଳିତ ଆଇପିଏଲ୍‌ର ୧୯ତମ ମୁକାବିଲାରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହଁାମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଅବସରରେ...

ଯଦି କେଏଲ୍‌ଙ୍କୁ ସୁଯୋଗ ମିଳୁଛି, ଚହଲଙ୍କୁ କାହିଁକି ନୁହେଁ: ବିସିସିଆଇର ଚୟନକୁ ପକ୍ଷପାତ ବୋଲିି କହିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯାଉଥିବା ବେଳେ ପକ୍ଷପାତ କରାଯାଉଥିବା କହିଛନ୍ତି ପୂର୍ବ ଓପନର ବିରେନ୍ଦ୍ର ସେହଓ୍ବାଗ୍‌। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା...

କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ

ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍‌ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ...

ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ...

ଗେହଲଟଙ୍କ ଘରେ ପାଇଲଟ: କରମର୍ଦ୍ଦନ କଲେ

ଜୟପୁର, ୧୪।୮(ପି.ଟି.):ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ମାସେବ୍ୟାପୀ ବିଦ୍ରୋହ ପରେ...

Advertisement

BGU

Archives

Model This Week

Why Dharitri