କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଆକ୍ରୋଶ

କେନ୍ଦ୍ରାପଡ଼ା ଅଫିସ, ୭ା୧୧:କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜୁଣ ଅଞ୍ଚଳରେ ଥିବା ଦ ରୟାଲ ଗାଇଡ୍‌ କୋଚିଂ ସେଣ୍ଟରର ଅନ୍ତେବାସୀ ଛାତ୍ର ଦେବୀ ପ୍ରସାଦ ଦାସଙ୍କ ଗତ ୨ ତାରିଖ ରାତି ସାଢେ ୧୧ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବାପା କୁଞ୍ଜବିହାରୀଙ୍କ ଅଭିଯୋଗ କ୍ରମେ ନଂ.୪୨୩/୨୨ରେ ଥାନାରେ ମାମଲା ରୁଜୁ ହୋଇ ପରିଚାଳକ ଚିତ୍ତରଞ୍ଜନ ରଥଙ୍କୁ ଗିରଫ କରାଯାଇଥିଲା। ତେବେ କୋହଳ ଦଫା ପରିଚାଳକ ରଥଙ୍କୁ ଜାମିନ ପାଇବାରେ ସହଜ ହୋଇଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ଘରୋଇ ଶିକ୍ଷାନୁଷ୍ଠାନରେ ସେବା ବଦଳରେ ଶୋଷଣ ଚାଲିଥିବା ବେଳେ ପ୍ରଶାସକ ଏହାର ଯାଞ୍ଚ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚିତ୍ତରଞ୍ଜନ ସାହୁ, ପ୍ରଶାନ୍ତ କୁମାର ନାୟକ, ସାମାଜିକ କର୍ମୀ ଅମରବର ବିଶ୍ୱାଳ, ଗୌତମ କୁମାର ବେହେରା ପ୍ରମୁଖ କହିଛନ୍ତି ଯେ, ପୂର୍ବରୁ ଶିକ୍ଷାଦାନକୁ ମହାପୁଣ୍ୟ ଭାବେ ବିବେଚନା କରାଯାଉଥିଲା। ଦେଶ ସ୍ବାଧୀନ ପରେ ଶିକ୍ଷାର ଗୁରୁତ୍ୱ ଅନୁଭବ ହେଲା। ଏଥିପାଇଁ ଶିକ୍ଷାକୁ ମୌଳିକ ସେବା ଓ ଅଧିକାର ନେଇ ଆଇନ ପ୍ରସ୍ତୁତ ହେଲା। ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏହାର ସୁବିଧା ଘରୋଇ ଶିକ୍ଷାନୁଷ୍ଠାନ ନେଉଛନ୍ତି। ବିଜ୍ଞାପନର ପ୍ରଚାର ପ୍ରସାର ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଶୋଷଣ କରାଯାଉଛି। ସରକାରୀ ଶିକ୍ଷାନୁଷ୍ଠାନ ଏଥିପାଇଁ ପର୍ଯ୍ୟାପ୍ତ ହେଉ ନ ଥିବାରୁ କେତେଜଣ ବ୍ୟକ୍ତି ଏହାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି। ତେବେ ଏହି ଶିକ୍ଷାନୁଷ୍ଠାନଗୁଡିକ ସରକାରୀ ଯାଞ୍ଚ ବ୍ୟବସ୍ଥାରେ ରହିବା ପାଇଁ ଆଇନ ଅଛି। ତେବେ ଆବାସିକ କୋଚିଂ ସେଣ୍ଟର, ଘରୋଇ କମ୍ପ୍ୟୁଟର କେନ୍ଦ୍ର ଆଦି ଛତୁ ଫୁଟିବା ପରି ଚାରିଆଡ଼େ ଖେଳିଯାଇଛି। ଏନ୍‌ଓସି ନ ଥିବା ସ୍କୁଲର ଶିକ୍ଷାର୍ଥୀ ପରବର୍ତ୍ତୀ ସମୟରେ ବୃତ୍ତି ପରୀକ୍ଷାରେ ଭାଗ ନେଇପାରୁନାହାନ୍ତି। ସେହିପରି ଛାତ୍ରାବାସ ସମ୍ପର୍କରେ ଥିବା ଗାଇଡ୍‌ଲାଇନ ଉଲ୍ଲଂଘନ ସତ୍ତ୍ୱେ ଅନ୍ତେବାସୀ ରହୁଥିଲେ ମଧ୍ୟ ପ୍ରଶାସନିକ ଯାଞ୍ଚ ବ୍ୟବସ୍ଥା ନାହିଁ। ମଧୁରକୁଳ ଗ୍ରାମର କୁଞ୍ଜବିହାରୀଙ୍କ ଏକମାତ୍ର ପୁତ୍ର ଦେବୀପ୍ରସାଦ। ତାଙ୍କ ମୃତ୍ୟୁ ପରିବାର ପାଇଁ ଅସହ୍ୟ। ଏହି ଘଟଣାରେ ଛାତ୍ରାବାସର ସ୍ଥିତି, ପରିଚାଳନା ବ୍ୟବସ୍ଥା, ବିଦ୍ୟୁତ୍‌ ବିଭାଗ ଓ ମାର୍ଶାଘାଇ ଥାନାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏବେ ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି। ଛାତ୍ରାବାସର ସୀମିତ ସ୍ଥାନରେ ଅଧିକ ଛାତ୍ର ରହୁଥିବା ନଜରକୁ ଆସିଛି। ବାଲକୋନିର ମାତ୍ର ୨ ଫୁଟ ମଧ୍ୟରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ବେଳେ ଏଥିଯୋଗୁ ଶିକ୍ଷାର୍ଥୀଙ୍କ ଜୀବନ ବିପନ୍ନ ହେବା ସ୍ବାଭାବିକ କଥା। ଏ କ୍ଷେତ୍ରରେ ପୋଲିସ କୋହଳ ଦଫା ଲଗାଇ ପରିଚାଳକଙ୍କୁ ଜାମିନ ପାଇଁ ସୁବିଧା କରାଇଛି। ବିଦ୍ୟୁତ୍‌ ବିଭାଗ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଅଣଦେଖା କରାଯାଇଛି। ଏ ନେଇ ହାଇକୋର୍ଟରେ ରିଟ୍‌ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଦେବୀପ୍ରସାଦଙ୍କ ଅକାଳ ମୃତ୍ୟୁ ମର୍ମାହତ କରିଛି। ଜିଲା ପ୍ରଶାସନ ଏହାକୁ ଉଦାହରଣ ଭାବେ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ତପତ୍ର ହୋଇଛି। ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିପଦପୂର୍ଣ୍ଣ ବିଦ୍ୟୁତ୍‌ ବ୍ୟବସ୍ଥାର ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri