କାର୍ଯ୍ୟରେ ଅବହେଳା, ଏସ୍‌ଆଇ ନିଲମ୍ବିତ

ଛତ୍ରପୁର,୧ା୧(ଡି.ଏନ୍‌.ଏ.)-ଗଞ୍ଜାମ ପୋଲିସ ଜିଲା ଅଧିନ ପାଟପୁର ଥାନାର ସବ୍‌ ଇନ୍ସପେକ୍ଟର ପ୍ରିତୀ ମଞ୍ଜରୀ ଗଡନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଯୋଗାଯୋଗବେଳେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ଏହି ମାମଲାର ଅଧିକ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା ଏସ୍‌ପି କହିଛନ୍ତି। ପ୍ରକାଶ ଯୋଗ୍ୟ, ସୋମବାର ରାତିରେ ପାଟପୁର ଥାନା ଅଧିକାରୀ ଓ ଉକ୍ତ ସବ୍‌ ଇନ୍ସପେକ୍ଟରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ସହ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପରି ଅପ୍ରିତୀକର ପରିସ୍ଥିତି ପାଟପୁର ଥାନାରେ ଚାଲିଥିଲା। ଏସମ୍ପର୍କରେ ଖବର ପାଇ ମଙ୍ଗଳବାର ଆସିକା ଏସ୍‌ଡିପିଓ ଉକ୍ତ ଥାନାକୁ ଯାଇ ଦିନତମାମ ତଦନ୍ତ କରିଥିଲେ। ଏସ୍‌ଡିପିଓଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଗଞ୍ଜାମ ଏସ୍‌ପି ସବ୍‌ଇନ୍ସପେକ୍ଟର ଗଡନାୟକଙ୍କୁ ନିଲମ୍ବିତ କରିଛନ୍ତି। ଏପରିକି ଉକ୍ତ ଥାନାରେ ସୋମବାର ରାତିରେ ହୋଇଥିବା ପାଟିତୁଣ୍ଡ ନେଇ ଏକ ଷ୍ଟେସନ ଡାଏରୀ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ...

ଭାଙ୍ଗିରୁଜି ଗଲାଣି ସରକାରୀ କ୍ୱାର୍ଟର୍ସ

ଗୋପ,୨୫।୧୦(ଡି.ଏନ୍‌.ଏ.): ଗୋପ ବ୍ଲକରେ ସରକାର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଥିବା କ୍ୱାର୍ଟର୍ସଗୁଡ଼ିକରେ ଅଧିକାଂଶ ସମୟ କେହି ରହୁ ନ ଥିବା ଦେଖିବାକୁ ମିଳିଛି।...

ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି।...

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ...

ବଡ଼ରମା ରେଞ୍ଜରେ ମାଈହାତୀର ମୃତ୍ୟୁ

ଜମନକିରା,୮।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବଡ଼ରମା ରେଞ୍ଜ ପଥୁରିଆରେ ଶନିବାର ଏକ ମାଈହାତୀର ମୃତ୍ୟୁ ଘଟିଛି। ବନ ବିଭାଗ...

ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି।...

୪୫ ଅକ୍ସିଜେନ କନ୍‌ସନ୍‌ଟ୍ରେଟର ଦେଲା ଗୋପାଳପୁର ପୋର୍ଟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...

Advertisement
Archives

Model This Week