କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କଲେ ମୋଦି

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ବଲିଉଡ୍‌ ମୁଭି ‘ପ୍ୟାର କି ପଞ୍ଚନାମା’ର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏକ ଭିଡିଓ ଶେୟାର କରିଛନ୍ତି। ସେ ନିଜ ଷ୍ଟାଇଲରେ ଏହି ଭିଡିଓଟି ପ୍ରସ୍ତୁତ କରିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଭିଡିଓରେ କାର୍ତ୍ତିକ କରୋନା ସଂକ୍ରମଣକୁ ଦେଖି ଘରୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କରିବା ସହ ଲେଖିଛନ୍ତି, ଏହି ଯୁବ ଅଭିନେତା କିଛି କହୁଛନ୍ତି, ବର୍ତ୍ତମାନ ସମୟ ‘ଅଧିକ ସାବଧାନ’ ରହିବା କରୋନାର ‘ପଞ୍ଚନାମା କରିବା’। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ମହାରାଷ୍ଟ୍ର ସରକାର ଏହାକୁ ନେଇ ସଚେତନତା ସୃଷ୍ଟି କରିବା ସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ରିୟାଙ୍କ କଲ୍‌ ଡିଟେଲ୍ସ: ଏଥିରେ ରହିଛି ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ଯେମିତି ଯେମିତି ଆଗକୁ ବଢ଼ୁଛି ସେମିତି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ...

ଓଡ଼ିଆ ଧାରାବାହିକରୁ ୨ୟ ଇନିଂସ ଆରମ୍ଭ କରିବେ ରଚନା ବାନାର୍ଜୀ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍‌ ପରଦାରେ। ଦୀର୍ଘ ବର୍ଷର...

ଟଙ୍କା ପାଇଁ ଆଇଟମ୍‌ ଗାର୍ଲ ସାଜିଥିଲେ ହେଲେନ୍‌

ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ବଲିଉଡ୍‌ରେ ନିଜର ପ୍ରଭାବ ବିସ୍ତାର...

ଚାରିଦିନ ପାଇଁ ଏନ୍‌ସିବି ହେପାଜତକୁ ଗଲେ ରିଆଙ୍କ ଭାଇ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ...

ଯାତ୍ରା ଏମାନଙ୍କ ପ୍ରଥମ ପ୍ରେମ

ଯାତ୍ରାକୁ ସମସ୍ତେ ଭଲପାଆନ୍ତି। ମାତ୍ର ଏମାନଙ୍କ ପରି ଯାତ୍ରାକୁ କେହି ଭଲ ପାଇ ପାରିବେ ନାହିଁ। ଏମାନେ ବର୍ଷସାରା ଯାତ୍ରା ଦେଖନ୍ତି। ରିହର୍ସାଲ ଠାରୁ ଆରମ୍ଭ...

ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ

ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ...

Coronavirus Update


Archives

Model This Week

Why Dharitri