କାମ ନ ସରୁଣୁ ଧସୁଛି ପଥରବନ୍ଧ

ଜଳେଶ୍ୱର, ୧୦।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ମାକିଡିଆ ପଞ୍ଚାୟତଠାରେ ନିର୍ମାଣାଧୀନ ସୁବର୍ଣ୍ଣରେଖା ନଦୀର ପଥରବନ୍ଧ ଓ ସ୍ପର ନିର୍ମାଣ ନ ସରୁଣୁ ୩ଦିନରେ ୩ଟି ସ୍ଥାନରେ ଧସି ଯାଇଛି। ବର୍ଷାଋତୁ ଆସିବା ପୂର୍ବରୁ ପଥରବନ୍ଧର ଏପରି ଅବସ୍ଥା ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି।
ସୁବର୍ଣ୍ଣରେଖା ନଦୀ ଓଡିଶାର ପ୍ରବେଶପଥର ମାତ୍ର ୧ କିମି. ପରେ ପଡେ ମାକିଡ଼ିଆ ଗାଁ। ଏହି ଗାଁକୁ ସୁବର୍ଣ୍ଣରେଖା ନଦୀ ତିନି ପଟୁ ଘେରି ରହିଛି । ଏହାର ରକ୍ଷା ଲାଗି ୧୯୭୮ରେ ବିଶ୍ୱବ୍ୟାଙ୍କ ସହାୟତାରେ ଛୋଟ ଛୋଟ ସ୍ପର ନିର୍ମାଣ କରାଯାଇଥିଲା। ତେବେ ୨୦୧୦ରେ ଗାଁଟି ନଦୀଗର୍ଭରେ ଲୀନ ହେବାକୁ ବସିଥିବାବେଳେ ନଦୀପାର୍ଶ୍ୱରେ ସୁଦୀର୍ଘ ସ୍ପର ଓ ପଥରପ୍ୟାକିଂ ଯୋଗୁ ଗାଁଟି ତିଷ୍ଠି ରହିଛି। ଏବେ ନିକଟରେ ୭ଟି ସ୍ପର ଓ ୮ଶହ ମିଟର ପଥରପ୍ୟାକିଂ ଲାଗି ୧୪କୋଟି ୩୬ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଗତ ୩୦ା୧ା୧୯ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ୩୦ା୪ା୨୦ରେ ସରିବାକୁ ଥିବା ବେଳେ ଏବେ ପ୍ରାୟ ୬୦ଭାଗ କାମ ଶେଷ ହୋଇଛି। କିନ୍ତୁ ନିର୍ମାଣ ହୋଇଥିବା ପଥରପ୍ୟାକିଂର ୩ଟି ସ୍ଥାନରେ ଧସିଯାଇଥିବା ଦେଖିବାକୁ ମିଳିଛି। ଅଦିନିଆ ବର୍ଷାରେ ସୁବର୍ଣ୍ଣରେଖା ନଦୀର ମାକିଡ଼ିଆରୁ କୁଅଁରପୁର ଚାଲିଥିବା ପଥରବନ୍ଧ କାର୍ଯ୍ୟ ଧସିଯାଉଥିବା ବେଳେ ଆସନ୍ତା ବର୍ଷାଋତୁ ଓ ବନ୍ୟା ଆସିଲେ ଏହାର ସ୍ଥିତି କ’ଣ ହେବ ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର ପଥର ବ୍ୟବହାର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗାଁର ବିବେକ ପ୍ରିୟଦର୍ଶୀ ପ୍ରଧାନ ନାମକ ଯୁବକ ଆର୍‌ଟିଆଇରେ ୧୬ା୧୨ା୧୯ରେ ସବିଶେଷ ତଥ୍ୟ ମାଗିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଅଦ୍ୟାବଧି ଦେଉ ନ ଥିବାରୁ ସେ ଆର୍‌ଟିଆଇ କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ଶନିବାର କହିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସେ ବିଭାଗୀୟ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ସମ୍ପର୍କରେ ଜଳେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଇଂ. ପ୍ରିୟବ୍ରତ ସିଂଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ୧୭କୋଟି ଟଙ୍କା ବ୍ୟୟରେ ୮ଟି ସ୍ପର ଓ ୮ଶହ ମିଟର ପଥର ପ୍ୟାକିଂ କାର୍ଯ୍ୟ ଚାଲିଛି। ୬୫ଭାଗ କାର୍ଯ୍ୟ ହୋଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁ କାର୍ଯ୍ୟ ବନ୍ଦ ହୋଇରହିଛି। ଅନ୍ୟପକ୍ଷରେ ଏହି କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ପକ୍ଷରୁ ଚାଲିଥିବା ବେଳେ ଆର୍‌ଟିଆଇ ସମ୍ପର୍କରେ ସେ ସମ୍ପୃକ୍ତ ନିଗମ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ସେମାନେ ତଥ୍ୟ ଦେଉ ନ ଥିବାରୁ ଆବେଦନକାରୀଙ୍କୁ ତଥ୍ୟ ଦିଆଯାଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?