କାମଧନ୍ଦା ବନ୍ଦ ଯୋଗୁ ପାଇଲେନି ଖାଇବାକୁ: ଭଣ୍ଡାରିପୋଖରୀରୁ ଚାଲି ଚାଲି ଝାଡ଼ଖଣ୍ଡ ବାହାରିଲେ ୪୦ ଶ୍ରମିକ

ବନ୍ତ,୫।୫(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୭ ତାରିଖ ଯାଏ ଲକ୍‌ଡାଉନ୍‌ ରହିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି। ଏହି କ୍ରମରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀରୁ ପ୍ରାୟ ୪୦ ଶ୍ରମିକ ଚାଲି ଚାଲି ଝାଡ଼ଖଣ୍ଡ ଯାଉଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ଶ୍ରମିକ ୧୬ ନଂ.ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଲକ୍‌ଡାଉନ ପାଇଁ କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ କାଟୁଥିଲେ। ସୋମବାର ରାତିରେ ସେମାନେ ଭଣ୍ଡାରିପୋଖରୀରୁ ବାହାରି ଭଦ୍ରକରେ ପହଞ୍ଚତ୍ଥିଲେ। ସେଠାରୁ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ଓରାଳି ଛକଠାରେ ବିଶ୍ରାମ ନେଇଥିଲେ। ସହାୟତା ପାଇଁ ଜିଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ କହିଛନ୍ତି। ତେବେ ସେମାନେ ଆନନ୍ଦପୁରଠାରୁ ଠାକୁରମୁଣ୍ଡା ରାସ୍ତାଦେଇ ଝାଡଖଣ୍ଡ ଯିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି।...

ଅସନ୍ତୁଷ୍ଟ କର୍ମୀଙ୍କୁ ଦଳକୁ ଆଣିଲେ ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୧ା୫: ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଦଳର ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ସହ ହେଭିୱେଟ ନେତୃବୃନ୍ଦ ପ୍ରାଣପଣେ...

ଯୁବକଙ୍କ ମୃତଦେହ ଉଦ୍ଧାର, ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ବୁଧବାର ସକାଳେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ...

ଦୁଇ ପୁଅଙ୍କୁ ବିଷ ଦେଇ ମା’ଙ୍କ ଆତ୍ମହତ୍ୟା: ଜଣେ ପୁଅ ମୃତ, ଜଣେ ଗୁରୁତର

କାଲିମେଳା,୭।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଳରାଇ ପଞ୍ଚାୟତ ତେଳରାଇ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା ତାଙ୍କ ଦୁଇ ପୁଅଙ୍କୁ...

ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା...

ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ...

ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

ଜଗତସିଂହପୁର ଅଫିସ, ୩୦।୭: କୋଭିଡ୍‌-୧୯ ଯୋଗୁ ରାଜ୍ୟର ବହୁ ଲୋକ ଜୀବିକା ହରାଇଥିଲେ । ବିଶେଷକରି ଗରିବ ଓ ପ୍ରବାସୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ ସହରାଞ୍ଚଳ...

କାଜୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣ ପଶି କାଜୁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ...

Advertisement
Archives

Model This Week