‘କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ’

ଭଦ୍ରକ ଅଫିସ,୧୦ା୬ – କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଭଳି ପୂଜ୍ୟପୂଜାଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏମ୍‌ପି ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମନ୍ତ୍ରୀ ସାଙ୍ଗରେ ନେଇ ତିହିଡ଼ି ତାଳପଦା ସ୍ଥିତ କାନ୍ତକବିଙ୍କ ସ୍ମୃତି ପୀଠରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଆବଶ୍ୟକ ପରିପାର୍ଶ୍ୱିକ ବିକାଶ, ଭଦ୍ରକ ବାଇପାସ ଠାରେ ପାର୍କ ସହ କାନ୍ତକବିଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଭଦ୍ରକ ବାଇପାସ ଠାରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିଥିଲେ। କିଭଳି ବାଇପାସ ଠାରେ ଉକ୍ତ ପ୍ରତିମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେଥିପାଇଁ ଏକ ସ୍ଥପତି ସହ ଆଲୋଚନା କରିଥିଲେ। ଏହି ସମୟରେ ପୌରପାଳିକା, ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା

ଜୟପୁର,୧୪ା୫(ଡି.ଏନ୍‌.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ଦମ୍ପତି: ବୁରୁଧ୍‌ କାଲେ କୁଲବୁରତି ସାହାଭରସା

ପର୍ଲା, ୧୯।୩ (ଡି.ଏନ୍‌.ଏ.)- କେନ୍‌ କାଲୁ ଆମର ଦେଶ୍‌ରେ ଲୁକ୍‌କର କାମ୍‌ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍‌ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍‌ନେଇ...

ପୁରୁଣା ବ୍ରହ୍ମପୁରରେ ମାଙ୍କଡ଼ ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଆହତ, ମାରିଦେବାକୁ ଅଞ୍ଚଳବାସୀଙ୍କ ଦାବି

ବ୍ରହ୍ମପୁର ଅଫିସ,୨୨ା୫: ଗଞ୍ଜାମ ଜିଲା ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଗତ ଏକ ମାସ ହେଲା ଏକ ପାଗଳ ହନୁମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ଟି ସ୍ଥାନୀୟ...

ଆହତ ହାତୀକୁ ଖୋଜିବ ଡ୍ରୋନ୍

ଢେଙ୍କାନାଳ ଅଫିସ, ୧।୨ – ଢେଙ୍କାନାଳ ସଦର ରେଞ୍ଜ୍‌ ଓଡ଼ାପଡ଼ା ବ୍ଲକ ୫୫ନଂ. ଜାତୀୟ ରାଜପଥର ପୋଡ଼ାପଡ଼ା ଛକରେ ଗୁରୁବାର ଭୋର ସମୟରେ ଦ୍ରୁତ ଗତିରେ...

ଜଳସେଚନ ବଦଳରେ ଜଳବନ୍ଦୀ ଜୀବନ

କେନ୍ଦ୍ରାପଡ଼ା ଅଫିସ, ୨୫ା୮: ଓଡ଼ିଶାର ଦ୍ୱିତୀୟ ବୃହତମ ଜଳପଥ କେନ୍ଦ୍ରାପଡ଼ା ଜିଲାରେ ଅଛି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ଜଳପଥ ଉପକାରରେ ଲାଗିବା କଥା। ...

ଗୁହାଳରେ ଅଗ୍ନିକାଣ୍ଡ: ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ

ଆଳି,୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାହାରକୁଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ବାଙ୍କ ବିହାରୀ ଦାସଙ୍କ ଗୁହାଳ ଘରେ ନିଆଁ...

ଫ୍ୟାମିଲି କୋର୍ଟରେ ଅନୁଭବ

କଟକ ଅଫିସ,୪।୭: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ସୋମବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ସେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିବା...

ଭିମ୍‌ସାର ଡାକ୍ତର କରୋନାରେ ଆକ୍ରାନ୍ତ

ସମ୍ବଲପୁର, ୧୩।୭ (ବ୍ୟୁରୋ) -ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ର ଜଣେ ପିଜି ଡାକ୍ତର କରୋନା...

Advertisement
Archives

Model This Week