କଟକ,୨୫।୧୧:କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍ର ମିଳିତ ଉଦ୍ୟମରେ ସ୍ଥାନୀୟ ବାଦାମବାଡ଼ି ନିକଟସ୍ଥ ଏକ ହୋଟେଲ ପରିସରରେ କାନନ ଫଟୋ କପି ମଡେଲର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍ସି ୩୨୨୬ ସାଙ୍ଗକୁ ଆଇଆର୍ସି ୨୨୦୬ ଏବଂ ୨୦୦୬ ଏନ୍ ଫଟୋ କପିଅର ମେଶିନ ପ୍ରଦର୍ଶନ କରାଯାଇଥିଲ। ବିଶେଷକରି ସ୍କାନ୍ ଓ ପ୍ରିଣ୍ଟିଂ ପାଇଁ ଆବଶ୍ୟକ ଫଟୋକପି ମିଳିପାରେ। ସେହିଭଳି ଆଇଆର୍ସି ୩୨୨୬ ଏକ ମିନିଟ୍ରେ ୨୬ଟି ଫଟୋ କପି ପ୍ରଦାନ କରିବାରେ ସକ୍ଷମ ଥିବାବେଳେ କାନନ ୨୨୦୬ ୧ମିନିଟ୍ରେ ୨୨ଟି ଏବଂ କାନନ ୨୦୦୬ ଏନ୍ରେ ୨୦ଟି ଫଟୋ ପ୍ରିଣ୍ଟ ବାହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସାଧାରଣ ପେପରଠାରୁ ଆରମ୍ଭକରି ଅଏଲ ପେପରରେ ମଧ୍ୟ ଅତି ଉଚ୍ଚମାନର ଫଟୋ ପ୍ରିଣ୍ଟ କରିପାରୁଛି। ଏଥିସହ ଏହା ଛୋଟ ବଡ଼ କପି ଦୋକାନ ସମେତ ବାଣିଜି୍ୟକ ପ୍ରତିଷ୍ଠାନ, ସ୍କୁଲ ଓ କୋଚିଂ ସେଣ୍ଟର ଭଳି ସ୍ଥାନରେ ବ୍ୟବହାର କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ଅତି କମ୍ ଖର୍ଚ୍ଚରେ ଉଭୟ ରଙ୍ଗିନ୍ ଓ କଳାଧଳା ଫଟୋ କପି ମିଳିପାରିବ। ଉକ୍ତ ମେଶିନ ସାହାଯ୍ୟରେ କମ୍ପ୍ୟୁଟର ଓ ଲାପ୍ଟପ୍ରେ ସଂଯୋଗ କରି ପ୍ରିଣ୍ଟି ମଧ୍ୟ ବାହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଅମ୍ବିକାନାଥ ପରିଡ଼ା, ଜାନକୀନାଥ ପରିଡ଼ା, ହର୍ଷବର୍ଦ୍ଧନ ପରିଡ଼ା, ଅନିଲ କୁମାର ପଣ୍ଡା, ପ୍ରଭୁପ୍ରସାଦ ନନ୍ଦ, ଗୀତାଞ୍ଜଳି ରାୟ, ରେଖା ବେହେରା, ନୀଳମାଧବ ସାହୁ, ଆକାଶ ସାମନ୍ତରାୟ, ବିଭୂତିଭୂଷଣ ସିଂହ, ଗୌରାଙ୍ଗ ସେଠୀ, ସୌମ୍ୟରଞ୍ଜନ ଗୋଚ୍ଛାୟତ ଏବଂ ରାହୁଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍ ପଦବୀ ଛାଡ଼ିବାର କହିଲେ କାରଣ…
କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...
ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ
ଦୁବାଇ,୨ା୧: ପୂର୍ବ ୟେମେନ୍ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...
ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...
ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ
ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...
ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...
ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...
ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….
ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...
Archives


