କାନନର ଫଟୋକପି ମଡେଲ ପ୍ରଦର୍ଶିତ

କଟକ,୨୫।୧୧:କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ବାଦାମବାଡ଼ି ନିକଟସ୍ଥ ଏକ ହୋଟେଲ ପରିସରରେ କାନନ ଫଟୋ କପି ମଡେଲର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍‌ସି ୩୨୨୬ ସାଙ୍ଗକୁ ଆଇଆର୍‌ସି ୨୨୦୬ ଏବଂ ୨୦୦୬ ଏନ୍‌ ଫଟୋ କପିଅର ମେଶିନ ପ୍ରଦର୍ଶନ କରାଯାଇଥିଲ। ବିଶେଷକରି ସ୍କାନ୍‌ ଓ ପ୍ରିଣ୍ଟିଂ ପାଇଁ ଆବଶ୍ୟକ ଫଟୋକପି ମିଳିପାରେ। ସେହିଭଳି ଆଇଆର୍‌ସି ୩୨୨୬ ଏକ ମିନିଟ୍‌ରେ ୨୬ଟି ଫଟୋ କପି ପ୍ରଦାନ କରିବାରେ ସକ୍ଷମ ଥିବାବେଳେ କାନନ ୨୨୦୬ ୧ମିନିଟ୍‌ରେ ୨୨ଟି ଏବଂ କାନନ ୨୦୦୬ ଏନ୍‌ରେ ୨୦ଟି ଫଟୋ ପ୍ରିଣ୍ଟ ବାହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସାଧାରଣ ପେପରଠାରୁ ଆରମ୍ଭକରି ଅଏଲ ପେପରରେ ମଧ୍ୟ ଅତି ଉଚ୍ଚମାନର ଫଟୋ ପ୍ରିଣ୍ଟ କରିପାରୁଛି। ଏଥିସହ ଏହା ଛୋଟ ବଡ଼ କପି ଦୋକାନ ସମେତ ବାଣିଜି୍ୟକ ପ୍ରତିଷ୍ଠାନ, ସ୍କୁଲ ଓ କୋଚିଂ ସେଣ୍ଟର ଭଳି ସ୍ଥାନରେ ବ୍ୟବହାର କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ଅତି କମ୍‌ ଖର୍ଚ୍ଚରେ ଉଭୟ ରଙ୍ଗିନ୍‌ ଓ କଳାଧଳା ଫଟୋ କପି ମିଳିପାରିବ। ଉକ୍ତ ମେଶିନ ସାହାଯ୍ୟରେ କମ୍ପ୍ୟୁଟର ଓ ଲାପ୍‌ଟପ୍‌ରେ ସଂଯୋଗ କରି ପ୍ରିଣ୍ଟି ମଧ୍ୟ ବାହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଅମ୍ବିକାନାଥ ପରିଡ଼ା, ଜାନକୀନାଥ ପରିଡ଼ା, ହର୍ଷବର୍ଦ୍ଧନ ପରିଡ଼ା, ଅନିଲ କୁମାର ପଣ୍ଡା, ପ୍ରଭୁପ୍ରସାଦ ନନ୍ଦ, ଗୀତାଞ୍ଜଳି ରାୟ, ରେଖା ବେହେରା, ନୀଳମାଧବ ସାହୁ, ଆକାଶ ସାମନ୍ତରାୟ, ବିଭୂତିଭୂଷଣ ସିଂହ, ଗୌରାଙ୍ଗ ସେଠୀ, ସୌମ୍ୟରଞ୍ଜନ ଗୋଚ୍ଛାୟତ ଏବଂ ରାହୁଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri