କାତାରରେ ଏଫ୍‌-୨୨ ଯୁଦ୍ଧବିମାନ

ଓ୍ବାଶିଂଟନ,୩୦ା୬(ଏଏଫ୍‌ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍‌-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା ଲାଗି ଯୁଦ୍ଧବିମାନ ମୁତୟନ କରାଯାଇଥିବା ଏହାର ବାୟୁସେନା କେନ୍ଦ୍ରୀୟ ମିଲିଟାରୀ କମାଣ୍ଡ କହିଛନ୍ତି। କାତାର ଅଲ୍‌ ଉଦେଇଦ୍‌ ଏୟାରବେସ୍‌ ଉପରେ ୫ଟି ଲଢ଼ୁଆ ବିମାନ ଉଡୁଥିବା ଦେଖାଯାଇଛି। ଉପସାଗରୀୟ ଜଳରାଶିରେ ଉଡୁଥିବା ଆମେରିକାର ଏକ ଗୋଇନ୍ଦା ଡ୍ରୋନ୍‌କୁ ଇରାନ ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାରସ୍ୟ ଉପସାଗରରେ ତୈଳବାହୀ ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ଓ୍ବାଶିଂଟନ ତେହେରାନକୁ ଦାୟୀ କରିଥିଲା। ଆମେରିକା ଓ ଇରାନ ମଧ୍ୟରେ ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଉଭୟ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛନ୍ତି। ଡ୍ରୋନ ଖସାଇବା ପରେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେନାକୁ ନିର୍ଦ୍ଦେଶ ଦେଇ ଶେଷ ମୁହୂର୍ତ୍ତରେ ପ୍ରତ୍ୟାହାର କରିନେଇଥିଲେ। ଏହା ପରେ ସେ ଇରାନ ଉପରେ ସାନି ଅର୍ଥନୈତିକ କଟକଣା ଲାଗୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ତଥ୍ୟ ଲୁଚାଉଛି ଚାଇନା

ଓ୍ବାଶିଂଟନ,୧୦।୫: ମହାମାରୀ କରୋନା ସଂକ୍ରମଣ (କୋଭିଡ୍‌-୧୯)କୁ ନେଇ ଚାଇନା ବିରୋଧରେ ଆମେରିକାର ଦୋଷାରୋପ ଜାରି ରହିଛି। ଚାଇନା କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି ବୋଲି...

ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ...

ସିଙ୍ଗାପୁରରେ ଜୁନ୍‌ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ସିଙ୍ଗାପୁର,୨୧।୪: କରୋନା ଭାଇରସର ସଂକ୍ରମଣଙ୍କୁ ଦେଖି ବିଭିନ୍ନ ଦେଶରେ କ୍ରମାଗତ ଭାବେ ଲକ୍‌ଡାଉନ ଅବଧି ବୃଦ୍ଧି ହେବାରେ ଲାଗିଛି। ମଙ୍ଗଳବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହେସେନ...

ଅଶାନ୍ତ ପୃଥିବୀ

କେଉଁଠି ଅଧିକାର ପାଇଁ ଲଢ଼େଇ ତ ପୁଣି କେଉଁ ଦେଶରେ କ୍ଷମତା ଲାଗି ରକ୍ତାକ୍ତ ସଂଘର୍ଷ। ପାଶ୍ଚାତ୍ୟରେ ବର୍ଣ୍ଣବୈଷମ୍ୟ ଉଗ୍ରରୂପ ଧାରଣ କରିଥିବାବେଳେ ଅନେକ ରାଷ୍ଟ୍ରରେ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

କାନାଡାରେ ହୃଦୟ ବିଦାରକ ଦୁର୍ଘଟଣା

ଟରୋଣ୍ଟୋ,୧୪।୩: କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ଭ୍ୟାନ ଓଣ୍ଟାରିଓ ହାଇଓ୍ବେରେ ଶନିବାର ଏକ ଟ୍ରାକଟର-ଟ୍ରେଲର ସହ ଧକ୍କା...

ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍‌ବେଗ ପ୍ରକାଶ କଲା ଭାରତ…

ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ...

କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

Advertisement
Archives

Model This Week