କାଠ ବୋଝେଇ ଗାଡ଼ି ଜବତ : ୨ ଗିରଫ

ବାଙ୍ଗିରିପୋଷ,୪ା୧୦(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଶୀର୍ଷା ବିଟର ଜାଲଦା ଛକଠାରେ ବନ ବିଭାଗ କର୍ମଚାରୀମାନେ ଏକ କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ଏହି ଭ୍ୟାନରେ ଚୋରା କାଠ ଗଣ୍ଡି ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଜାଲଦା ଛକ ଠାରେ ବନ ବିଭାଗ ଜଗି ରହିଥିଲେ ା ବନାଞ୍ଚଳ ଅଧିକାରୀ ତପନ କୁମାର ଦାସଙ୍କ ନେତୃତ୍ୱରେ ଚାଲାଣ ହେଉଥିବା ଭ୍ୟାନକୁ ଜବତ କରାଯିବା ସହ ଏଥିରେ ଥିବା ଦୁଇଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ବାରୁଣାବେଳା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ ଓ କପାଡିହା ଗ୍ରାମର ବୈକୁଣ୍ଠନାଥ ପାତ୍ର। ଜବତ କାଠଗଣ୍ଡିର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିନେଇ ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୮୨/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ପେଟ୍ରୋଲ ପମ୍ପ ଯାଞ୍ଚ କରି ବଡ଼ ସୂଚନା ଦେଲେ ଜିଲାପାଳ, ଜନସାଧାରଣଙ୍କୁ କହିଲେ…

ବଲାଙ୍ଗୀର,୧୮।୫: (ସୁନିଲ କୁମାର ମହାନ୍ତି) : ସୋମବାର ଜିଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ପାଟଣାଗଡ ଉପଜିଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୮୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ, ୧୧ ଗିରଫ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri