Posted inଖେଳ

କାଉଣ୍ଟି କ୍ରିକେଟ ଖେଳିବେ ପୂଜାରା

ଲଣ୍ଡନ,୧୯।୨- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୁଧବାର ଗ୍ଲୁଷ୍ଟରଶାୟର ସହ ଚୁକ୍ତି କରିଛନ୍ତି। ସେ ଦଳ ପାଇଁ ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଲିଂଶ କାଉଣ୍ଟି ଚାମ୍ପିୟନଶିପର ପ୍ରଥମ ୬ ମ୍ୟାଚ୍‌ ଖେଳିବେ। ପୂଜାରା ଭାରତୀୟ ଟେଷ୍ଟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କ କାଉଣ୍ଟି କ୍ରିକେଟ ଅଭିଯାନ ଏପ୍ରିଲ ୧୨ରୁ ମେ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ସିଜନରେ ଗ୍ଲୁଷ୍ଟରଶାୟର ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ମୁଁ ଅତ୍ୟନ୍ତ ଖୁସି। କ୍ଲବର ଲମ୍ବା କ୍ରିକେଟ ଇତିହାସ ରହିଛି ବୋଲି କ୍ଲବ ପକ୍ଷରୁ ପ୍ରକାଶିତ ବିବୃତିରେ ପୂଜାରା କହିଛନ୍ତି। ୩୨ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ସମୟ ପାଇଁ ବ୍ୟାଟିଂ କରିବାର ଦକ୍ଷତା ରହିଛି। ପୂର୍ବରୁ ପୂଜାରା ଡର୍ବିଶାୟର, ୟର୍କଶାୟର ଓ ନଟିଂହାମଶାୟର ପାଇଁ କାଉଣ୍ଟି ଚାମ୍ପିୟନଶିପ ଖେଳିସାରିଛନ୍ତି। ସେ ୨୦୧୦ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ୨୦୧୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏପର୍ଯ୍ୟନ୍ତ ୪୯.୪୮ ହାରରେ ୫ ହଜାରରୁ ଅଧିକ ରନ୍‌ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୃଥ୍ବୀ ଶ’ଙ୍କ ବେଡ୍‌ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ

ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ...

ଇନ୍‌ଷ୍ଟା ପୋଷ୍ଟ ପାଇଁ ଫସିଲେ ଷ୍ଟାର ଅଲରାଉଣ୍ଡର

ଆବୁଧାବି,୨୩।୯: ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ଦୀପକ ହୁଡା। ଇନ୍‌ଷ୍ଟାଗ୍ରାମରେ  ପୋଷ୍ଟ କାରଣରୁ ସେ ମ୍ୟାଚ୍‌...

‘ସଚିନ ତେନ୍ଦୁଲକରଙ୍କୁ ଫୋନ କରି ତୁରନ୍ତ ସାହାଯ୍ୟ ମାଗନ୍ତୁ’

ଲିଡ୍ସ,୨୬।୮: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ହାରାହାରି ୧୭.୨୫ରେ ୪ ଇନିଂସରେ ସେ...

ପରାଜୟ ଧାରା ଶେଷ କଲେ ରୟ-ଓ୍ବିଲିୟମସନ

ଦୁବାଇ, ୨୭।୯: ଲଗାତାର ୫ ପରାଜୟ ପରେ ବିଜୟ ସ୍ବାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ୍‌। ଚଳିତ ଆଇପିଏଲରେ ପ୍ଲେଅପ୍ସରୁ ବାଦ୍‌ ପଡ଼ିଥିବା ହାଇଦ୍ରାବାଦ୍‌ ସୋମବାର ଖେଳାଯାଇଥିବା...

କାଲିଠୁ ଆଇପିଏଲ୍‌ ମହାସମର: କେବଳ ପ୍ରସାରଣ ଟିମ୍‌ର ହେବ ୧୦ ହଜାର କରୋନା ଟେଷ୍ଟ

ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍‌ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି...

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ...

Advertisement
Archives

Model This Week