କହିବା କାହାକୁ, ଶୁଣିବ କିଏ

ଛନ୍ଦା ମିଶ୍ର

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ବର୍ଷିକିଆ ଅବକାରୀ ନୀତି ବଦଳରେ ୪ ମାସିଆ ନୀତି ନିର୍ଦ୍ଧାରଣ ହୋଇଛି। ସରକାରଙ୍କ ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକୁ ୬ଟି ଭୌଗୋଳିକ ଭାଗରେ ବିଭକ୍ତ କରାଯାଇ ଲାଇସେନ୍ସ ଫି’କୁ ବୃଦ୍ଧି କରାଯାଇଛି। ଯେଉଁ ମଦ ଦୋକାନଗୁଡ଼ିକ ଲାଇସେନ୍ସ ଫି’ ବାବଦରେ ମାସକୁ ୭୫ ହଜାର ଟଙ୍କା ପଇଠ କରୁଥିଲେ, ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସେମାନେ ତାହାର ଦୁଇଗୁଣ ଅର୍ଥାତ୍‌ ଦେଢ଼ଲକ୍ଷ ଟଙ୍କା ଲାଇସେନ୍ସ ଫି’ ବାବଦରେ ମାସକୁ ଦାଖଲ କରିବେ। ଏସବୁ ବ୍ୟତୀତ ରାଜ୍ୟର ଆଦିବାସୀବହୁଳ ୨୧ଟି ଅବକାରୀ ଜିଲାରେ ଥିବା ମହୁଲ ଓ ପୋଚ ଦୋକାନଗୁଡିକର ମାସିକ ଲାଇସେନ୍ସ ଫି’ ଉପରେ ୧୫% ବୃଦ୍ଧି କରାହୋଇଛି।

ଆଜି ସହରଠଁୁ ନେଇ ଗାଁ ଗଣ୍ଡା ଯାକେ ମଦ ଆବାଳବୃଦ୍ଧବନିତା ସମସ୍ତଙ୍କୁ କରିସାରିଛି କବଳିତ। କ୍ୱଚିତ୍‌ ଏପରି ଭାଗ୍ୟଶାଳୀ ପରିବାରଟିଏ ବାଦ୍‌ ପଡିଯାଇଛି, ଯେଉଁଠି କୌଣସି ସଦସ୍ୟ ମଦ୍ୟପାନ କରନ୍ତି ନାହିଁ। ବୋଧହୁଏ କେବଳ ମଦ ଦୋକାନ ହେଉଛି ଏକମାତ୍ର ଦୋକାନ, ଯେଉଁଠାରେ ସକାଳୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗି ରହିଥାଏ। ବୋଧହୁଏ ଏହା ହେଉଛି ଏକମାତ୍ର ବ୍ୟବସାୟ ସ୍ଥଳୀ, ଯେଉଁଠାରେ ‘କ୍ଷତି’ ନାମକ ଶବ୍ଦଟି ହୁଏନା ବ୍ୟବହୃତ ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ଯୁବକ ‘ମଦୁଆ’ ତାଲିକାରେ ନିଜ ନାମ ପଞ୍ଜୀକରଣ କରୁଛନ୍ତି ସିନା ଏଥିରୁ ନାମ କଟିବାର ଆଜି ପର୍ଯ୍ୟନ୍ତ କେହି ଦେଖିନାହିଁ। ମଦକୁ ନେଇ ଅପରାଧ ଦୁନିଆର ଇତିହାସରେ ପ୍ରତି ମୁହୂର୍ତ୍ତରେ ଯୋଡ଼ା ହେଉଛି ନୂତନ ଫର୍ଦ୍ଦ। ମଦ ଏପରି ଏକ ବିଜୟ ଅଭିଯାନରେ ବାହାରିଛି, ଯେଉଁଥିରେ ପରାଜୟର ସାମାନ୍ୟତମ ଆଶଙ୍କା ମଧ୍ୟ କରାଯାଇପାରେନା। ମନେହୁଏ, ସତେଯେପରି ପରିବେଶର ଅପଶକ୍ତିମାନେ ପ୍ରବଳ ବେଗରେ ପୃଥିବୀକୁ ଧ୍ୱଂସାତ୍ମକ ପଥରେ ଅଡାଇ ନେବା ପାଇଁ ଆଗଭର ହୋଇ ଅଣ୍ଟା ଭିଡ଼ି ଦେଇଛନ୍ତି ଏବଂ ଏହି ଅପଶକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ପାଇଁ ଆମ ସରକାର ହୋଇଛନ୍ତି ବଦ୍ଧପରିକର।

ବର୍ତ୍ତମାନ ମଦ ଦୋକାନର ଲାଇସେନ୍ସ ଫି’ ବାବଦରେ ଯେଉଁ ଦୁଇଗୁଣ ଅର୍ଥ ରାଜକୋଷକୁ ଆସିବ, ତାହା କୌଣସି ମଦ ଦୋକାନୀର ପେଟ ବା ପକେଟକୁ ସାମାନ୍ୟତମ କଷ୍ଟ ସୁଦ୍ଧା ଦେବନାହିଁ। ବାର୍‌ମାନଙ୍କରେ ବସି ମଦ୍ୟପାନ କରୁଥିବା ଧନିକ ଗୋଷ୍ଠୀର ପକେଟକୁ ମଧ୍ୟ ତାହା ବାଧିବ ନାହିଁ। ମାତ୍ର ମଦ ଦୋକାନ ସମ୍ମୁଖରେ ଭିଡ଼ କରୁଥିବା ନିମ୍ନ ମଧ୍ୟବିତ୍ତ, ଖଟିଖିଆ, ମଜୁରିଆ ମଦ ପାଗଳମାନଙ୍କ ଜୀବନ ହେବ ଦୁର୍ବିଷହ। ସଂସାର ହେବ ଉଚ୍ଛନ୍ନ। ଅକାଳରେ ପରିବାରଗୁଡିକ ଝଡିପଡିବା ପୂର୍ବରୁ ନିଜକୁ ବଞ୍ଚାଇବା ପାଇଁ ନିଜ ସ୍ବଭାବର ବିପରୀତ ଦିଗରେ ଯାଇ ଅପରାଧ ଜଗତରେ ପାଦଦେଇ ‘ଅଭାବେ ସ୍ବଭାବ ନଷ୍ଟ’ ଉକ୍ତିଟିକୁ କରିବ ପ୍ରମାଣିତ। ଦୁଃଖର ସହ କହିବାକୁ ପଡୁଛି ଯେ, ଯେଉଁ ଅରାଜକତାର ବିଷ ବଳୟରେ ବର୍ତ୍ତମାନର ପରିବେଶ ଓ ସମାଜ ଅଣନିଃଶ୍ୱାସୀ ହୋଇଉଠିଛି। ଅଚିରେ ଏହି ‘ସମାଜ’ ନାମକ ତତ୍ତ୍ୱଟି ଲଭିବ ସଲିଳସମାଧି।

କୁହାଯାଏ ପ୍ରକୃତି ତିନି ପ୍ରକାରର- ଉତ୍ତମ, ମଧ୍ୟମ ଓ ଅଧମ। ନିଜେ କଷ୍ଟ ସହି ଅନ୍ୟକୁ ସନ୍ତୋଷ ପ୍ରଦାନ ଉତ୍ତମ ପ୍ରକୃତିର ଲକ୍ଷଣ। ମଧ୍ୟମ ପ୍ରକୃତିଟି ନିଜ ସହ ଅନ୍ୟର ଉନ୍ନତି ସାଧନ ପାଇଁ କରିଥାଏ ପ୍ରୟାସ ଏବଂ ଅନ୍ୟକୁ କଷ୍ଟଦେଇ ନିଜ ଉଦର ପୂର୍ଣ୍ଣ କରୁଥିବା ପ୍ରକୃତିଟି ଅଧମ ଆଖ୍ୟା ପାଏ। କହିବା ବାହୁଲ୍ୟ, ଆଜି ସରକାର ନିଜ ଅଧମ ପ୍ରକୃତିର ପରିଚୟ ଦେଇ ପ୍ରଜାଙ୍କ ଭୋକିଲା ଉଦରକୁ ଶକ୍ତ ଲାତ ମାରି ନିଜ ପେଟ ଓ ପେଟିକୁ ଫୁଲାଇବାର କରିଛନ୍ତି ପ୍ରଯତ୍ନ। ପୁଣି ନିର୍ବାଚନ ସମୟରେ ମଦ ପରି ମନ୍ଦ ପଦାର୍ଥକୁ ସୁହାଇଲା ଭଳି ଯୋଜନାଟିଏ କରି ସରକାର ନିଜ ଅପରିପକ୍ୱ ଓ ସମାଜବିରୋଧୀ ମସ୍ତିଷ୍କର ଯେ ପ୍ରମାଣ ଦେଇଛନ୍ତି, ତାହା କହିବାକୁ ତିଳେ ହେଲେ ଦ୍ୱିଧା ନାହିଁ।

ମନେ ପଡ଼ିଯାଉଛି ଆଦିକବି ସାରଳା ଦାସ କୃତ ମହାଭାରତର ସ୍ବର୍ଗାରୋହଣ ପର୍ବରୁ ଧାଡ଼ିଏ- ‘ବାବୁ ପ୍ରଜା ପାଳିଲେ ବର୍ଦ୍ଧିତ ହୁଅଇ ଯଶଶ୍ରୀ ଆୟୁଷେ।’

ପରିକ୍ଷିତଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ଯୁଧିଷ୍ଠିର ତାଙ୍କୁ ରାଜଧର୍ମ ପାଳନ କରିବାର ସରଳସୂତ୍ର ସମ୍ବନ୍ଧରେ କହିବାକୁ ଯାଇ ରାଜାର ଦାୟିତ୍ୱ ଓ କହିବା ସମ୍ପର୍କରେ ଉଲ୍ଲେଖ କରି କହନ୍ତି -”ରାଜା ପ୍ରଜାଙ୍କୁ ପୁତ୍ର ତୁଲ୍ୟ ମଣିଲେ ହିଁ ଇନ୍ଦ୍ରଦେବ ରାଜାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି। ପୁଣି ସେହି ପର୍ବରେ ସହଦେବ କଳିଯୁଗର ବୈଶିଷ୍ଟ୍ୟଗୁଡିକ ଉଲ୍ଲେଖ କରି ”ରାଜା ଓ ପ୍ରଜାର ସମ୍ପର୍କ, ଶାଗୁଣା-ମଡ଼ାର ସମ୍ପର୍କରେ ପରିଣତ ହେବ“ ବୋଲି ଭବିଷ୍ୟବାଣୀ କରିଛନ୍ତି।

ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇସାରିଲାଣି। ଗାଁ ଗଣ୍ଡାରେ ମଦବିରୋଧୀ ଆନ୍ଦୋଳନଗୁଡିକ ମୁଣ୍ଡ ଟେକିଲାଣି। ମହିଳାମାନେ ମେଳିହୋଇ ମଦ ଦୋକାନ ଭାଙ୍ଗି ମାଟିରେ ମିଶେଇଲେଣି। ମଦ ଯୋଗୁ ନିତିଦିନ ଡାକ୍ତରଖାନାର ରୋଗୀ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଅନୁରୂପ ଭାବେ ବଢିଚାଲିଛି କାରାଗାରରେ କଏଦୀଙ୍କ ସଂଖ୍ୟା। ଘର ବୁଡ଼ି ପାଣି ବେକ ପର୍ଯ୍ୟନ୍ତ ଆସିଲାଣି। ଆଉ ଦୁଇ ଚାରି ଅଙ୍ଗୁଳି ହେଲେ ନାକରେ ପଶିବ। ହେଲେ ‘କହିବା କାହାକୁ, ଶୁଣିବ କିଏ’? ସରକାରଙ୍କୁ ତାଙ୍କ ଭୋଟ ଓ ନୋଟ ଚିନ୍ତା ଏମିତି ଘାରିଛି ଯେ, ଜନସାଧାରଣଙ୍କ ସମସ୍ୟା ସମାଧାନ ଆଡ଼କୁ ତାଙ୍କ ଦୃଷ୍ଟି ଯାଉନି। କେବେ ତାଙ୍କ ଜ୍ଞାନୋଦୟ ହେବ କେଜାଣି! ଯେବେ ସେ ବୁଝିବେ ଯେ ପ୍ରଜା ନ ଥିଲେ ରାଜା ବା ରାଜପଦର କୌଣସି ଅର୍ଥ ହିଁ ନାହିଁ। ଏପରି ପରିବେଶ ଓ ପରିସ୍ଥିତିକୁ କେବଳ ଈଶ୍ୱର ହିଁ ଭରସା।

ମୋ- ୯୪୩୭୪୫୩୬୧୦,

chhandamishra74@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri